“ଓଲିଉଡରେ ଏବେ କିଛି କ୍ଯାରିୟର ସ୍କୋପ ନାହିଁ”, ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସଙ୍ଗୀନ ସ୍ଥିତିକୁ ନେଇ ବଡ ଖୁଲସା କଲେ ଅଭିନେତା Sidhhant Mohapatra

ବର୍ତ୍ତମାନ ଓଡିଆ ଫିଲ୍ମ ଦୁନିଆ ଏକ ସାଂଘାତିକ ପରିସ୍ଥିତି ଦେଇ ଗତି କରୁଛି । ଆଗଭଳି ଦର୍ଶକ ଆଉ ଓଡିଆ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରୁନାହାନ୍ତି ଏବଂ ଯାହାବି କିଛିଟା ଚଳଚ୍ଚିତ୍ର ରିଲିଜ ହେଉଛି ସେ ସବୁ ସେତେଟା ଭଲ ରୋଜଗାର କରିପାରୁନି । ନିକଟରେ ଲଗାତାର ଓଲିଉଡର ଅନେକ ବରିଷ୍ଠ ଏବଂ ପ୍ରତିଭାବାନ ଅଭିନେତାଙ୍କର ପରଲୋକ ମଧ୍ୟ ଘଟିଛି । ଏହା ବ୍ଯତୀତ ଓଲିଉଡ ଷ୍ଟାରଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଦାଣ୍ଡରେ ପଡି ହାଟରେ ଗଡିବା ଲୋକଙ୍କୁ ଖୁବ ମର୍ମାହତ କରିଛି ।

ତେବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏନେଇ ଏକ ଗଣମାଧ୍ୟମର କାର୍ଯ୍ୟକ୍ରମରେ ନିଜ ମତ ରଖିଛନ୍ତି । ସିଦ୍ଧାନ୍ତ ଅଭିନୟରୁ ରାଜନୀତିରେ ମଧ୍ୟ ପାଦ ଦେଇଛନ୍ତି । ସେ ନିଜ ଲମ୍ବା ଅଭିନୟ କ୍ଯାରିୟର ମଧ୍ୟରେ ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତେବେ ବର୍ତ୍ତମାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ କପିଉଡ ବୋଲି ଲୋକେ କହୁଛନ୍ତି । ଏହାର କାରଣ କେବଳ ଫିଲ୍ମ ନୁହେଁ ବରଂ ଫିଲ୍ମର ପ୍ରତ୍ଯେକ ଅଂଶ, ଚରିତ୍ର ଓ ଡାଇଲଗ ସବୁକିଛି ଅନ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରୁ କପି କରାଯାଉଛି ।

ଯାହାଫଳରେ ଓଡିଆ ଫିଲ୍ମରେ ନିଜର ସୃଜନୀ କିଛି ରହୁନାହିଁ । ଫଳରେ ଦର୍ଶକ ଦେଖିବାକୁ ସେତେଟା ଆଗ୍ରହୀ ହେଉନାହାନ୍ତି ଏବଂ ଆଜିକାଲି ପ୍ରଯୋଜକ ମାନେ ମଧ୍ୟ ଫିଲ୍ମରେ ଟଙ୍କା ନିବେଶ କରିବାକୁ ମନ ବଳାଉ ନାହାନ୍ତି । ଫଳରେ ସମସ୍ତଙ୍କୁ କ୍ଷତି ସହ୍ୟ କରିବାକୁ ପଡୁଛି ।

ସିଦ୍ଧାନ୍ତ ମହାପାତ୍ର ଓଲିଉଡକୁ ଏକ ଅସରନ୍ତି ଫର୍ଦ୍ଦର ବହି ବୋଲି କହିଛନ୍ତି । ଆଉ ସେହି ବହିରେ ସେ ନିଜେ ହୁଏତ ଗୋଟିଏ ଫର୍ଦ୍ଦ କିମ୍ବା ପରିଛେଦ ଅଥବା କମା କିମ୍ବା ପୂର୍ଣ୍ଣଚ୍ଛେଦ ହୋଇପାରନ୍ତି ବୋଲି କହିଛନ୍ତି । ଏହା ସବୁବେଳେ ଚାଲିଥିବ ଏବଂ କେହି କହିପାରିବେ ନାହିଁ କି ମୁଁ ଏହି ବହି ଆଉ ମୋ ପରେ ସବୁ ଶେଷ ହୋଇଯିବ । ବର୍ତ୍ତମାନ ପାଇଁ ଓଲିଉଡର ପରିସ୍ଥିତି ଖୁବ ସଙ୍ଗୀନ ରହିଛି ଏବଂ ଓଲିଉଡରେ କ୍ଯାରିୟର ନାହିଁ ବୋଲି ସେ କହିଛନ୍ତି ।

ତେବେ ସରକାର ଯଦି କିଛି ସହଯୋଗ କରନ୍ତି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ପ୍ରତ୍ଯେକ ବ୍ୟକ୍ତି ନିଜର କର୍ତ୍ତବ୍ୟ ଠିକ ଭାବେ ତୁଲାନ୍ତି ତେବେ ଓଲିଉଡ ଇଣ୍ଡଷ୍ଟ୍ରିର ଶତାବ୍ଦୀ ଦିବସ ବେଳକୁ ଏହା ଏକ ନୂଆ ସଫଳତାରେ ପହଞ୍ଚିବ ବୋଲି ସିଦ୍ଧାନ୍ତ କହିଛନ୍ତି । ଆଉ ଏନେଇ ସେ ଖୁବ ଆଶାବାଦୀ ବୋଲି ମଧ୍ୟ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।