ବଲିଉଡ ଅଭିନେତ୍ରୀ Urvashi Rautela ଓ କ୍ରିକେଟର Rishabh Pant ଙ୍କ ସୋସିଆଲ ମିଡିଆରେ କ୍ୟାଟ ଫାଇଟ, ରାଗରେ ନିଆଁବାଣ ହେଲେ Urvashi 

ରାଗରେ ନିଆଁବାଣ ହୋଇ ଯାଇଛନ୍ତି ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା । ସୋସିଆଲ ମିଡିଆରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ଓ କ୍ରିକେଟର ରିଷଭ ପନ୍ତଙ୍କ ମଧ୍ୟରେ ଚାଲିଛି କ୍ୟାଟ ଫାଇଟ । ପୂର୍ବରୁ ଉର୍ବଶୀ ରାଉତେଲା ଓ ରିଷଭ ପନ୍ତଙ୍କ ଡେଟ୍ କରିବାକୁ ନେଇ ଖୁବ ଚର୍ଚ୍ଚା ହେଉଥିଲା । ର୍ହାରୀ ଭିତରେ ଉର୍ବଶୀ ଏକ ସାକ୍ଷାତକାରରେ ସିଧାସଳଖ ଭାବେ ପନ୍ତଙ୍କ ନାମ ନେଇ  ଆରପି (RP) ବୋଲି ସମ୍ବୋଧିତ କରି କିଛି ବ୍ୟକ୍ତିଗତ କଥା ପ୍ରକାଶ କରିଥିଲେ ।

ଏହାକୁ ନେଇ ପନ୍ତ ନିଜ ସୋସିଆଲ ମିଡିଆ ଷ୍ଟୋରିରେ ଲେଖିଥିଲେ କି, ଏହା କେତେ ମଜାଦାର ଯେ ଲୋକମାନେ କିଭଳି ଭାବେ ସାମାନ୍ଯ ଲୋକପ୍ରିୟତା ପାଇବା ପାଇଁ ସାକ୍ଷାତକରରେ ମିଛ କୁହନ୍ତି । ଦୁଃଖର ବିଷୟ କି କିଛି ଲୋକ ନାମ ଏବଂ ଖ୍ଯାତି ପାଇଁ ଖୁବ ଭୋକିଲା ରହିଥାନ୍ତି । ଭଗବାନ ସେମାନଙ୍କ ଉପରେ ସର୍ବଦା ନିଜ ଅନୁଗ୍ରହ ରଖନ୍ତୁ ।” ଏହାସହ ପନ୍ତ ଦୁଇଟି ହାସଟ୍ୟାଗ ଦେଇ ଲେଖିଥିଲେ କି, ମୋ ପିଛା କରିବା ଛାଡି ଦିଅ ଭଉଣୀ ଏବଂ ମିଛର ମଧ୍ୟ ସୀମା ଅଛି ।

ରିଷଭ ପନ୍ତଙ୍କ ଏହି ପୋଷ୍ଟ ପରେ ଉର୍ବଶୀ ମଧ୍ୟ ଗୁରୁବାର ଦିନ ରାତିରେ ଏହି କଥା ଉପରେ ନିଜର ମତ ରଖିଥିଲେ । ଉର୍ବଶୀ ମଧ୍ୟ ନିଜ ଷ୍ଟୋରିରେ ଲେଖିଥିଲେ କି, ସାନ ଭାଇ ବ୍ୟାଟ ଏବଂ ବଲ ସହ ଖେଳିବା ଉଚିତ । ମୁଁ ମୁନି ନୁହେଁ ଯେ ଛୋଟ ପିଲାଙ୍କ ପାଇଁ ବଦନାମ ହେବି ।”

ଏହାସହ ହାସଟ୍ୟାଗରେ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଏବଂ ଆରପି ଛୋଟୁ ଭାଇ ବୋଲି ଉର୍ବଶୀ ଲେଖିଛନ୍ତି । ଆଉ ଉର୍ବଶୀଙ୍କ ଏଭଳି ଟ୍ବିଟ ସୋସିଆଲ ମିଡିଆରେ ଏକ ପ୍ରକାର ନିଆଁ ଲଗେଇ ଦେଇଛି । ପ୍ରାୟ ୨୦୧୮ ମସିହାରୁ ଶୁଣିବାକୁ ମିଳୁଥିଲା କି ଭାରତୀୟ କ୍ରିକେଟର ରିଷଭ ପନ୍ତ ଏବଂ ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ପରସ୍ପରକୁ ଡେଟ୍ କରୁଛନ୍ତି । ଉଭୟ କିଛିଦିନ ଧରି ଡେଟ୍ କରିବା ପରେ ସହମତିରେ ଅଲଗା ମଧ୍ୟ ହୋଇ ଯାଇଥିଲେ । ଏପରିକି ପନ୍ତ ମଧ୍ୟ ଅଭିନେତ୍ରୀଙ୍କ ହ୍ଵାଟ୍ସଆପ୍ କୁ ବ୍ଲକ କରି ଦେଇଥିଲେ ।

ହେଲେ ଏହାପରେ ଉର୍ବଶୀ ଓ ପନ୍ତଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚା ଚାଲେ ଓ ମଜାଦାର ମିମ୍ସ ମଧ୍ୟ ଦେଖିବାକୁ ମିଳେ । ଆଉ ଏବେ ପନ୍ତ ଓ ଉର୍ବଶୀଙ୍କ ଏଭଳି କ୍ୟାଟ ଫାଇଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।