ଅଫରୀଦୀକୁ ଗୌତମ ଗମ୍ଭୀର ଦେଲେ କଡା ଜବାବ, କହିଲେ ପୁଅ ଚିନ୍ତା କରନି, POKର…

ଜାମ୍ମୁ – କାହକାଶ୍ମୀର ଠାରୁ ସ୍ପେଶାଲ ସ୍ଟେଟର ଦର୍ଜା ଛଡାଇ ନେଇ ଯିବାର ସବୁଠୁ ଅଧିକ ପାକିସ୍ତାନ ଦୁଖିତ ଅଛି । ଏହି ଦେଶର ଜଣା ଶୁଣା ଲୋକମାନେ ଟ୍ୱିଟର ଜରିଆରେ ନିଜର ଦୁଖକୁ ପ୍ରକଟ କରୁଛନ୍ତି । ସୋମବାର ଦିନ ଯେଉଁ ସମୟରୁ ଭାରତ ସରକାର ଏହିଭଳି ଘୋଷଣା କରିଲା ତେବେ ସେହି ସମୟରୁ ହିଁ ପାକିସ୍ତାନୀ ମିଡିୟାରେ କେବଳ ଏହି ବିଷୟରେ ହିଁ ଚର୍ଚା ହେବାକୁ ଲାଗିଲା । ଟ୍ୱିଟର ଜରିଆରେ ଏହି ଦେଶର ରାଜନେତା, ଅଭିନେତା ଓ କ୍ରିକେଟର ଭାରତର ଏହି ନିଷ୍ପତିକୁ ଭୁଲ ବୋଲି କହିବା ଆରମ୍ଭ କରିଦେଲେ ।

ଏତିକି ନୁହେଁ ପାକିସ୍ତାନ ଦେଶ ଏହି ମାମଲା ଉପରେ ଚର୍ଚା ପାଇଁ ବୈଠକ ବି ଡାକିଲେ ।

ଶାହିଦ ଅଫରୀଦୀ କରିଲେ ଟ୍ୱୀଟ

ଏହା ମଧ୍ୟରେ ପାକିସ୍ତାନୀ କ୍ରିକେଟର ଶାହିଦ ଅଫରୀଦୀ ଏକ ଟ୍ୱୀଟ କରି କହିଲେ କି, “କାଶ୍ମୀରକୁ ସଂଯୁକ୍ତ ରାଷ୍ଟ୍ର ପ୍ରସ୍ତାବ ଆଧାରରେ ତାଙ୍କୁ ଅଧିକାର ଦେବା ଯିବା ଉଚିତ । ସଂଯୁକ୍ତ ରାଷ୍ଟ୍ରର ରଚନା କାହିଁକି କରାଯାଇଛି ଓ ଏହା କାହିଁକି ଶୋଇ ଅଛି ? କାଶ୍ମୀରରେ ଲଗାତାର ଯେଉଁ ମାନବତା ବିରୋଧୀ ଅକାରଣ ଆକ୍ରାମତା ଓ ଅପରାଧ ହେଉଛି ତାହା ଉପରେ ଧ୍ୟାନ ଦେବା ଉଚିତ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କୁ ଏହି ମାମଲାରେ ନିଶ୍ଚିତ ରୂପରେ ମଧ୍ୟସ୍ତର ଭୂମିକା ନେବା ଉଚିତ ।“

ଏହି ଟ୍ୱୀଟର କଡା ଜବାବ ଦେଇ ପୂର୍ବ ଦିଲ୍ଲୀ ସାସଂଦ ଓ କ୍ରିକେଟର ଗୌତମ ଗମ୍ଭୀର କହିଲେ କି,” ଶାହିଦ ଅଫରୀଦୀ ଏହି ମୁଦ୍ଦା ଉପରେ ନିଜର ରାୟ ରଖିଛନ୍ତି । ସେ କହୁଛନ୍ତି କି ଅକାରଣ ଆକ୍ରାମତା ଓ ମାନବତା ବିରୋଧୀ ଅପରାଧ ହେଉଛି । ଯେଉଁଥି ପାଇଁ ତାଙ୍କର ପ୍ରଶଂସା ହେବା ଉଚିତ । କିନ୍ତୁ ସେ ଗୋଟିଏ ଜିନିଷକୁ ଉଲ୍ଲେଖ କରିବାକୁ ଭୁଲି ଯାଇଛନ୍ତି କି ଏହା ସବୁ ପାକିସ୍ତାନ ଅଧିକୃତ କାଶ୍ମୀରରେ ହେଉଛି ।

ଚିନ୍ତା କରନ୍ତୁ ନାହିଁ, ପୁଅ ସବୁ ଠିକ ହୋଇଯିବ ।“ ନିଜର ଏହି ଟ୍ୱୀଟ ଜରିଆରେ ଗୌତମ ଗମ୍ଭୀର ଶାହୀଦ ଅଫରୀଦୀକୁ ପାକିସ୍ତାନ ଅଧିକୃତ କଶ୍ମୀରର କଥା ମନେ ପକାଇ ଦେଇଛନ୍ତି ଓ ଏହି ମାମଳାର ବି ସମଧାନ କରାଯିବାର ସଂକେତ ବି ଦେଇଛନ୍ତି ।

ଆପଣଙ୍କୁ କହିଦେଉଛୁ ଯେ ଏହି ଘୋଷଣା ପରେ ସଙ୍ଗେ ସଙ୍ଗେ ସୋମବାର ଦିନ ୨ ଟା ସମୟରେ ପାକିସ୍ତାନରେ ବୈଠକ ଡକା ଯାଇଥିଲା ଓ ଏହି ବୈଠକରେ ସମସ୍ତ ନେତାମାନେ ସାମିଲ ହୋଇଥିଲେ । ଏହା ଛଡା ମଙ୍ଗଳବାର ଦିନ ପାକିସ୍ତାନର ରାଷ୍ଟ୍ରପତି ଡା. ଆରିଫ ଅଲ୍ୱୀ ବି ଏକ ବୈଠକ ଡାକିଥିଲେ । ପାକିସ୍ତାନରେ ଚାଲୁଥିବା ଏହି ବୈଠକ ଦ୍ଵାରା ଜଣା ପଡି ଯାଉଛି କି ଭାରତର ଏହି ନିଷ୍ପତି ଦ୍ଵାରା ଏହି ଦେଶର ନିଦ ଉଡି ଯାଇଛି ।