ଗୋଟିଏ ଲୋକର ଭୁଲ ପାଇଁ ୱାଟରପାର୍କରେ ଆସିଗଲା ସୁନାମୀ, ପବନରେ ଉଡାଇ ନେଲା ୪୪ ଜଣ ଲୋକଙ୍କୁ, ଦେଖନ୍ତୁ ଭିଡିଓ

ବେଳେ ବେଳେ କିଛି ଖବର ଚିନ୍ତା କରିବାକୁ ବାଧ୍ୟ କରିଦିଏ କି କଣ ଏହିଭଳି ବି ହୋଇପାରେ । ଆଜିକାଲି ସମୟରେ କିଛି ଖବର ଏମିତି ଆସିଥାଏ, ଯାହା ଉପରେ ବିଶ୍ଵାସ କରିବା ବହୁତ କଷ୍ଟ ଅଟେ । ଏମିତି ହିଁ କିଛି ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ, ଯାହାକୁ ଦେଖିବା ପରେ ଆପଣଙ୍କର ହୋସ ଉଡିଯିବ ।

ଏମିତି ଏକ ଭୟାନକ ଦୃଶ୍ୟ ଉତ୍ତର ଚୀନ ର ଏକ ୱାଟରପାର୍କରେ ଦେଖିବାକୁ ମିଳିଛି । ଯେଉଁଠି ଏକ ୱେବ ମେସିନ ସୁନାମିରେ ପରିଣତ ହୋଇଗଲା ଓ ୪୪ ଜଣ ଲୋକଙ୍କୁ ଆଘାତ କରିଦେଲା । ମିଡିୟା ରିପୋର୍ଟ ଅନୁସାରେ ରବିବାର ଦିନ ଲୋକମାନେ ୱାଟରପାର୍କରେ ମସ୍ତି କରିବା ପାଇଁ ଆସିଥିଲେ । କିନ୍ତୁ ଏଠି ଏକ ମେସିନ କାରଣରୁ ସୁନାମୀର ସ୍ଥିତି ହୋଇଗଲା ।

କହିବାକୁ ଗଲେ ଅପରେଟରକୁ ୱେବ ମେସିନ ଦ୍ଵାରା ଆର୍ଟିଫିସିଆଲ ଲହରୀ ପ୍ରସ୍ତୁତ କରିବାର ଥିଲା କିନ୍ତୁ ତା’ର ଗୋଟିଏ ଭୁଲ ପାଇଁ ୱାଟରପାର୍କରେ ଏକ ଅଦ୍ଭୁତ ଦୁର୍ଘଟଣା ହୋଇଗଲା । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

https://twitter.com/i/status/1156716115050950656

ଏହି ଭିଡିଓରେ ଆପଣ ଦେଖି ପାରିବେ କି ୱେବ ମେସିନରେ ସୁନାମୀ ଭଳି ଲହରୀ ଉଠିବାକୁ ଲାଗିଲା । ଏହାକୁ ଦେଖି କିଛି ଲୋକମାନେ ଡରି ଯାଇ ପାଣି ଭିତରୁ ବାହାରକୁ ବାହାରି ଆସିଲେ କିନ୍ତୁ କିଛି ଲୋକମାନଙ୍କୁ ଗମ୍ଭୀର ରୂପରେ ଆଘାତ ଲାଗିଲା । ଏହି ଦୁର୍ଘଟଣା ପରେ ବର୍ତ୍ତମାନ ଅଧିକାରୀମାନେ ଏହି ୱାଟରପାର୍କକୁ ବନ୍ଦ କରି ଦେଇଛନ୍ତି ଓ ମାମଲାର ଯାଞ୍ଚ କରୁଛନ୍ତି ।

ଏହି ଘଟଣା ପରେ ସରକାର କହିଲେ କି ଏହି ଦୁର୍ଘଟଣାରେ ଆଘାତ ପ୍ରାପ୍ତ ଲୋକମାନଙ୍କର ହସ୍ପିଟାଲରେ ଚିକିଶ୍ଚା ଚାଲିଛି । ସୂଚନା ଅନୁସାରେ କିଛି ଲୋକମାନଙ୍କର ଛାତିର ହାଡ ଭାଙ୍ଗି ଯାଇଛି । ଯେଉଁ ଲୋକମାନେ ଏହି ଘଟଣାର ଭିଡିଓ କରୁଥିଲେ ସେମାନଙ୍କର କହିବା ଅଟେ କି ଯେଉଁ ବ୍ୟକ୍ତି ମେସିନ ଅପରେଟ କରୁଥିଲା ସେ ମଦ ପିଇଥିଲା, କିନ୍ତୁ ପାର୍କର ଅଧିକାରୀ ଏହି କଥାକୁ ମନା କରୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।