ଗାଡି ନେଇ ଯାଉଥିଲେ, ସାମ୍ନା ପଟୁ ମାଡି ଆସିଲା ଦନ୍ତା ହାତୀ, ଆଉ ତା’ପରେ ଯାହା ହେଲା ନା… ଦେଖନ୍ତୁ video

ସୋସିଆଲ ମିଡିଆ ଖୋଲିବା ମାତ୍ରେ ପ୍ରତିଦିନ ହଜାର ହଜାର ଘଟଣା ଓ ଦୁର୍ଘଟଣାର ଭିଡିଓ ସବୁ ଦେଖିବାକୁ ମିଳିଥାଏ । ସେଥିମଧ୍ୟରୁ କିଛି ଭିଡିଓ ଲୋକଙ୍କୁ ଏତେ ପସନ୍ଦ ଆସିଥାଏ ତ ଲକ୍ଷ ଲକ୍ଷ କୋଟି କୋଟି ମାତ୍ରାରେ ସେହି ଭିଡିଓକୁ ଦେଖିଥାନ୍ତି । ଯାହାକୁ ଆମେ ଭାଇରାଲ ଭିଡିଓ ବୋଲି କହିଥାଉ । ଆଜି ଆମେ ଆପଣଙ୍କୁ ଏହିପରି ଏକ ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ଭିଡିଓଟିରେ ରହିଛି ଛାତି ଥରେଇ ଦେବା ଭଳି ଦୃଶ୍ୟ ।

ଆପଣ ବି ଦେଖିଲେ କହିବେ ସତେ ଯେମିତି ମୃତ୍ୟୁ ଗୋଡେଇ ଗୋଡେଇ ଖୁବ ପାଖରେ ପହଞ୍ଚି ଯାଇଛି ଆଉ ଜୀବନ ବଞ୍ଚେଇବାକୁ ଚେଷ୍ଟା କରାଯାଉଛି । ଆଜ୍ଞା ହଁ, ଭିଡିଓଟି ଖୁବ ଭୟଙ୍କର ଓ ଲୋକଙ୍କୁ ଏହା ବହୁତ ଆକୃଷ୍ଟ ମଧ୍ୟ କରୁଛି । ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଗୋଟିଏ ହାତୀଟିଏ ଗୋଟିଏ ଗାଡିକୁ ଆଗପଟୁ ଗୋଡେଓ ଆସୁଛି । ଆଉ ହାତୀ ଦାଉରୁ ରକ୍ଷା ପାଇବା ପାଇଁ ଡ୍ରାଇଭର ଜଣକ ଗାଡିକୁ ପଛୁଆ ପଛୁଆ ଚଳେଇ ନେବାରେ ଲାଗି ପଡିଛନ୍ତି ।

ହାତୀଟି ବି ଗାଡିର ଖୁବ ପାଖରେ ଥିବା ଭିଡିଓରେ ଦେଖାଯାଉଛି । ହାତୀଟି ରାଗରେ ଥିବା ବେଳେ ଶୁଣ୍ଢ ହଲେଇ ଚିତ୍କାର କରି ଅକ୍ରିୟ ଗାଡି ଆଗକୁ ମାଡି ଆସୁଛି । ଏଭଳି ଦୃଶ୍ୟ ନିଶ୍ଚିତ ଭାବେ ଲୋକଙ୍କ ଛାତି ଥରେଇ ଦେବ । କାରଣ ହାତୀ ହାବୁଡରେ ଯଦି ଗାଡିଟି ପଡିବ ତେବେ ଗାଡି ସହ ସେଥିରେ ଥିବା ଲୋକଙ୍କର ଅବସ୍ଥା କଣ ଯେ ହେବ ତାହା ଆପଣ ଅନୁମାନ କରି ପାରୁଥିବେ ।

ତେବେ ଏହି ଘଟଣାଟି କାବିନି ବନାଞ୍ଚଳର ବୋଲି କୁହାଯାଉଛି । ଶୁଣିବାକୁ ମିଳୁଛି ଯେ ଗାଡି ନେଇ ସଫାରି ମଧ୍ୟ ଯାଉଥିବା ବେଳେ ଅଚାନକ ସାମ୍ନା ପଟୁ ଗୋଟିଏ ବଡ ଦନ୍ତା ହାତୀ ମାଡି ଆସିଥିଲା । କଣ କରିବେ କେହି ଚିନ୍ତା କରିବା ଆଗରୁ ହାତୀଟି ସିଧା ତାଙ୍କୁ ଆକ୍ରମଣ କରିବା ପାଇଁ ଗୋଡେଇବାରେ ଲାଗିଲା । ତେଣୁ ଗାଡିକୁ ଆଉ ସିଧା ବୁଲେଇବା ପାଇଁ ବି ସେ ସମୟ ପାଇଲେନି । ଯାହାଫଳରେ ଗାଡିକୁ ପଛୁଆ ଚଳେଇ ସେଠାରୁ ରକ୍ଷା ପାଇବାକୁ ପଡିଥିଲା ।

ତେବେ ହାତୀଟି ମାଡି ଆସିଥିଲେ ମଧ୍ୟ ଡ୍ରାଇଭରଙ୍କ ସାହାସ ଯୋଗୁଁ ସେଥିରେ ଥିବା ଲୋକମାନେ ଅଳ୍ପକେ ବର୍ତ୍ତୀ ଯାଇଥିଲେ ବୋଲି ଶୁଣିବାକୁ ମିଳୁଛି । ଯାହାର ଭିଡିଓ କେହି ଜଣେ ଗାଡି ଭିତରୁ ଥାଇ ଶୁଟ କରିଥିଲେ ଓ ଏବେ ତାହା ଇଣ୍ଟରନେଟରେ ଝଡ ସୃଷ୍ଟି କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।