କି ନିଷ୍ଠୁର ମୃତ୍ୟୁ ! ସ୍ଵାମୀ ଆଖି ଆଗରେ ଛଟପଟ ହୋଇ ଚାଲିଗଲା ଗର୍ଭବତୀ ସ୍ତ୍ରୀ, ଏହି ହୃଦୟ ବିଦାରକ ଘଟଣା ଦେଖିଲେ ଆପଣ କାନ୍ଦି ପକାଇବେ

କେବେ ଗର୍ଭସ୍ଥ ଶିଶୁକୁ କୋଳରେ ଧରିବେ ସେଥିପାଇଁ ଦିନ ଗଣିବା ଆରମ୍ଭ କରି ଦେଇଥିଲେ । ଏହି ମା’ ଜଣଙ୍କର ଖୁସିର କୌଣସି ସୀମା ନଥିଲା । ପିଲାର ଖନେଇ ଖନେଇ ଡାକ ଶୁଣିବାକୁ ଅପେକ୍ଷା କରିଥିବା ମାଆ ତା’ ପିଲାକୁ ଜନ୍ମ ଦେବା ଆଗରୁ ହିଁ କାଳ ଛକି ବସିଥିଲା । ମୃତ୍ୟୁ ଅତ୍ୟନ୍ତ ନିଷ୍ଠୁର, କାରଣ ବେଳେବେଳେ ସେ ଏମିତି ଅସମୟରେ ଆସିଯାଏ ଯେ ଦେଖିଲେ ଛାତି ଫାଟିପଡେ । ଥରେ ଭାବି ଦେଖିଲେ ସ୍ତ୍ରୀ ଓ ଛୁଆଙ୍କୁ ନେଇ ସୁନେଲି ସଂସାର ଗଢିବାର ସ୍ଵପ୍ନ ଦେଖୁଥିବା ସ୍ବାମୀର ଆଖି ସାମ୍ନାରେ ଯଦି ଗର୍ଭବତୀ ସ୍ତ୍ରୀ ଛଟପଟ ହୋଇ ଚାଲିଯାଏ ?

ତେବେ ସେ କେମିତି ସହ୍ୟ କରିବ ? ରାତି ପ୍ରାୟ ୧୦ଟା ସମୟରେ ବଲାଙ୍ଗୀର ଲୋଇସିଂହା ବ୍ଲକର ଧୂଷରାମୁଣ୍ଡା ଗାଁର ବ୍ୟବସାୟୀ ମୁନା ସାହୁ ନ୍ଯାଯ ସ୍ତ୍ରୀ ପିଙ୍କି ସାହୁଙ୍କ ସହ କାର୍ ରେ ଘରକୁ ଫେରୁଥିଲେ । ସ୍ତ୍ରୀ ଗର୍ଭବତୀ ଥିବାରୁ ବଲାଙ୍ଗୀର ମେଡିକାଲରେ ସେ ଚେକଅପ୍ ସାରି ଫେରୁଥାନ୍ତି । ହଠାତ ଏନଏଚ-୨୬ ଯାମସର ଛକ ନିକଟରେ କାର୍ ଟି ଭାରସାମ୍ୟ ହରେଇବା ଫଳରେ ରାସ୍ତାକଡରେ ଥିବା ପାଣି ଭର୍ତ୍ତି ପୋଖରୀ ଭିତରକୁ ଚଳନ୍ତା କାର୍ ଟି ପଶି ଯାଇଥିଲା ।

କାର୍ ଭିତରେ ଗାଡି ଚଲାଉଥିବା ମୁନା ସାହୁ କାର୍ ରୁ ବାହାରି ପହଁରି ପହଁରି ରାସ୍ତାକଡକୁ ଚାଲି ଆସିଥିଲେ । କିନ୍ତୁ ବାହାରକୁ ବାହାରି ପାରି ନଥିଲେ ଗର୍ଭବତୀ ସ୍ତ୍ରୀ ପିଙ୍କି । ସେ ପାଣିରେ କାର୍ ଭିତରେ ହିଁ ରହି ଯାଇଥିଲେ । ରାସ୍ତାରେ ଯାଉଥିବା ଲୋକେ ସାଙ୍ଗେ ସାଙ୍ଗେ ଅଗ୍ନିଶମବାହିନୀକୁ ଡ଼ାକିଥିଲେ ଓ ଅଗ୍ନିଶମବାହିନୀ ସେଠାରେ ତୁରନ୍ତ ପହଞ୍ଚି ସ୍କାଏ ଲାଇଟ ଲଗାଇବା ପରେ ଗୋଟିଏ ଘଣ୍ଟାର ଅପରେସନ ଚାଲିଥିଲା ।

ଏହାପରେ କାର୍ ଭିତରରୁ ଗୁରୁତର ଅବସ୍ଥାରେ ପିଙ୍କିଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆ ଯାଇଥିଲା । କିନ୍ତୁ ଡାକ୍ତ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ବାମୀର ଆଖି ସାମ୍ନାରେ ଆରପାରିକୁ ଚାଲିଯାଇଛି ଗରହବତି ସ୍ତ୍ରୀ । ଏମିତି ଏକ ଖବର ଶୁଣି ସମଗ୍ର ଅଞ୍ଚଳରେ ସମସ୍ତେ ଏକଦମ ଭାଙ୍ଗି ପଡିଛନ୍ତି । ସେମାନଙ୍କର ପୂର୍ବରୁ ଏକ ଦୁଇ ବର୍ଷର ପୁଅ ଥିବା ମଧ୍ୟ ଜଣାପଡିଛି ।

ଅନ୍ୟପଟେ ଏନଏଚ-୨୬ ର ଯାମସର ରାସ୍ତା ନିକଟରେ ଲାଗିକି ରହିଛି ଏକ ପୋଖରୀ । ଯେଉଁଠି କୌଣସି ପ୍ରକାରର ବ୍ୟାରିକେଡ଼ ନଥିବାରୁ ସେଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ସେଥିପାଇଁ ଶୀଘ୍ର ରାସ୍ତାକଡରେ ବ୍ୟାରିକେଡ଼ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।