Viral Video: ଶିକ୍ଷୟତ୍ରୀଙ୍କୁ ଆଲିଙ୍ଗନ କରି ଚୁମ୍ବନ ଦେଇ କ୍ଷମା ମାଗୁଛି ଛାତ୍ର, ଭିଡିଓ ଦେଖିଲେ ଆପଣଙ୍କ ମନ ବି ଖୁସି ହୋଇଯିବ, ଦେଖନ୍ତୁ video

ମୁଁ ଆଉ ଦୁଷ୍ଟ ହେବିନି, ଜମାବି ଦୁଷ୍ଟ ହେବିନି, ମୋତେ କ୍ଷମା କରିଦିଅ । ଶିକ୍ଷୟତ୍ରୀଙ୍କୁ ଆଲିଙ୍ଗନ କରି କ୍ଷମା ମାଗୁଛି କୁନି ପିଲାଟି । ଗୁରୁ- ଶିଷ୍ୟଙ୍କ ନିଆରା ସମ୍ପର୍କର ଏକ ଝଲକ ଏହି ଭିଡିଓରେ ଦେଖିବାକୁ ମିଳିଛି । ଆମ ସଂସ୍କୃତିରେ ଗୁରୁଙ୍କ ଇଶ୍ଵରଙ୍କ ମାନ୍ୟତା ଦିଆଯାଇଛି । ଗୁରୁ ହୋଇନ ଶିକ୍ଷାଦାନ ଦେଉଥିବା ଗୁରୁ ବାପାଙ୍କ ଭଳି ନୈତିକତା ଓ ଆଦର୍ଶ ଶିକ୍ଷା ଦିଅନ୍ତି ଏବଂ ମା ଭଳି ସ୍ନେହ ଶ୍ରଦ୍ଧା ମଧ୍ୟ କରନ୍ତି । କେତେବେଳେ ସେ ଭାଇଭଉଣୀ ଭଳି ବ୍ୟବହାର କରନ୍ତି ତ ଆଉ କେତେବେଳେ ସେ ବନ୍ଧୁ ।

ଶିଷ୍ୟର ଆବଶ୍ୟକତା ଅନୁସାରେ ଗୁରୁଙ୍କୁ ଏଭଳି ବିଭିନ୍ନ ରୂପରେ ଦେଖିବାକୁ ମିଳେ । ନିକଟରେ ସୋସିଆଲ ମିଡିଆରେ ଏମିତି ଏକ କ୍ୟୁଟ ଭିଡିଓଟିଏ ଭାଇରାଲ ହେଉଛି, ଯେଉଁଥିରେ ଆପଣଙ୍କୁ ଜଣେ ଶିକ୍ଷୟତ୍ରୀଙ୍କ ମଧ୍ୟରେ ମା’ର ମମତା ଓ ଆକଟ ଦେଖିବାକୁ ମିଳିବ । ଏହି ଭିଡିଓଟିକୁ ଏକ ଗଣମାଧ୍ୟମର ଇନଷ୍ଟାଗ୍ରାମ ପେଜ୍ ରେ ଶେୟାର କରାଯାଇଛି । ସେଥିରେ ଜଣେ କୁନିପିଲାଟି ତା’ ଶିକ୍ଷୟତ୍ରୀଙ୍କୁ ବେଶ କ୍ୟୁଟ ଢଙ୍ଗରେ କ୍ଷମା ମାଗୁଛି । ଆଉ ବାରମ୍ବାର କହୁଛି ଆଉ ଦୁଷ୍ଟାମି ହେବିନି ।

ଗୁରୁମା କିନ୍ତୁ ଜମାବି ମାନୁନାହାନ୍ତି । ସେ ବି ନିଜ ଜିଦ୍ଦିରେ ଅଟଳ। ଗୁରୁମା କହୁଛନ୍ତି, ତୁମେ ଏମିତି ଅନେକଥର କହୁଛ ହେଲେବି ଦୁଷ୍ଟାମି ଛାଡୁନ । କିନ୍ତୁ କୁନି ପୁଅଟି ଗୁରୁମାଙ୍କୁ ମନେଇବାରେ ଲାଗିପଡିଛି । ଆଉ ଶେଷରେ ସେ ଗୁରୁମାଙ୍କୁ ଆଲିଙ୍ଗନ କରି ମନେଇବାରେ ସକ୍ଷମ ହେଉଛି । ଆଉ ଦୁଷ୍ଟ ହେବନି ବୋଲି ଗୁରୁମାଙ୍କୁ ପ୍ରତିଜ୍ଞା ବି କରୁଛି ।

କୁନି ପୁଅଟିର ଗୁରୁମାଙ୍କୁ ମନେଇବାର ସେହି କ୍ୟୁଟ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଛି । ଆଉ ଶିକ୍ଷୟତ୍ରୀଙ୍କ ଏଭଳି ପ୍ରେମ, ଆଦରକୁ ବି ସମସ୍ତେ ବେଶ ପସନ୍ଦ କରୁଛନ୍ତି । ଏବେ ପର୍ଯ୍ୟନ୍ତ କୋଟି କୋଟି ଲୋକ ଏହି ଭିଡିଓକୁ ଦେଖି ସାରିଲେଣି ଓ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଅନେକ ଲୋକ ଏହି ଭିଡିଓକୁ ଦେଖି ପ୍ରଶଂସା କରୁଛନ୍ତି ଓ ଗୁରୁ ଶିଷ୍ୟଙ୍କ ସମ୍ପର୍କ ପ୍ରକୃତରେ ଏଭଳି ହେବା ଉଚିତ ବୋଲି କମେଣ୍ଟରେ ଲେଖୁଛନ୍ତି ।

ଆଉ କେହି କେହି ଲେଖୁଛନ୍ତି, ଆମ ବେଳେବି ଏମିତି ଶିକ୍ଷୟତ୍ରୀ ଥାନ୍ତେ କି ! ଏହାସହ ଆଉ କିଛି ଲୋକ ଏହି ଭିଡିଓ ଦେଖି ଶିକ୍ଷୟତ୍ରୀ ଓ ଛାତ୍ରଙ୍କ ସମ୍ପର୍କକୁ ମା-ପୁଅର ସମ୍ପର୍କ ସହ ତୁଳନା କରୁଛନ୍ତି । ତେବେ ଆପଣଙ୍କୁ ଏହି ଭିଡିଓଟି କେମିତି ଲାଗିଲା କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।