ରାଜଧାନୀର ଗାର୍ଲଫ୍ରେଣ୍ଡ ଗ୍ୟାଙ୍ଗ ପ୍ରତି ସାବଧାନ ! ମାୟାଜାଲରେ ଫସେଇ ଲୁଟୁଛନ୍ତି ଆଉ ରାସ୍ତାରେ ହାଇଡ୍ରାମା କରୁଛନ୍ତି, ପର୍ଦ୍ଦାଫାଶ କଲା ପୋଲିସର ସ୍ପେଶାଲ ସ୍କ୍ବାଡ, ଦେଖନ୍ତୁ video

ପ୍ରଥମ ଦୃଶ୍ୟରେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଛକରେ ଜଣେ ଯୁବକଙ୍କୁ ମାଡ ମାରି ଜୋର ଜବରଦସ୍ତ ବାଇକରେ ଉଠାଇ ନେବାକୁ ଲାଗି ପଡିଛନ୍ତି । ଦ୍ଵିତୀୟ ଦୃଶ୍ୟରେ ରାଜମହଲ ଅଟୋଷ୍ଟାଣ୍ଡ ନିକଟରେ ଜଣେ ପୋଲିସ ସାଧା ପୋଷାକରେ ଯୁବକଙ୍କୁ ଧରିବା ପରେ ପାଖରେ ଥିବା ଯୁବତୀ ଜଣକ, “ମାରିଦେବେ କେହି ଭିଡିଓ କର” କହି ମିଛ ନାଟକ କରୁଛି । ଦୁଇଟି ଜାଗାର ଚିତ୍ର ପ୍ରାୟତଃ ସମାନ ଓ ଯୁବକ ଯୁବତୀ ମଧ୍ୟ ସମାନ । ଆଉ ଏମାନଙ୍କ କାରନାମା ଜାଣିଲେ ଆପଣ ତାଜୁବ ହୋଇଯିବେ ।

ପୋଲିସ ଦେଇଥିବା ସୁଚାନ ଅନୁସାରେ, ରାଜ୍ୟ ବାହାରୁ ଓଡ଼ିଶାକୁ ଆସିଥିବା ଲୋକଙ୍କୁ ଲୁଟିବା ପାଇଁ ଏମାନେ ମାଷ୍ଟର ପ୍ଳାନ ପ୍ରସ୍ତୁତ କରନ୍ତି । ସହରର ପ୍ରମୁଖ ଛକ ହେଉଛି ଏମାନଙ୍କ ଅପରେସନ ଏରିଆ । ସୁନ୍ଦରୀମାନେ ପ୍ରଥମେ ଲୋକଙ୍କୁ ଇଶାରା ଦିଅନ୍ତି, ଆଉ ଲୋକଟି ପାଲରେ ପଡିବା ପରେ ପୂର୍ବରୁ ଛକି ବସିଥିବା ଲୁଟେରା ଗ୍ୟାଙ୍ଗ ହୋହଲ୍ଲା କରିବା ସହ ପୋଲିସକୁ ଜଣାଇବାକୁ କୁହନ୍ତି । ଯାହାଫଳରେ ସମ୍ପୃକ୍ତ ଲୋକମାନେ ଲୋକଲଜ୍ଜା ଭୟରେ ସବୁକିଛି ଦେଇ କାନମୁଣ୍ଡା ଆଉଁସି ଚାଲିଯାନ୍ତି ।

ଆଉ କେହି ଖସିଯିବାକୁ ଚେଷ୍ଟା କଲେ ଗ୍ୟାଙ୍ଗର ସଦସ୍ୟ ଆତ୍ମହତ୍ୟା କରନ୍ତି । ହେଲେ ପୋଲିସ ସୁରାକ ପାଇ ଗତକାଲି ଅଭିଯୁକ୍ତ ଗୋପୀକୁ ଗିରଫ କରିବା ପରେ ରାଜମହଲ ଛକରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ପୋଲିସ ଲୁଟ୍ ଓ ହଣାକଟା ମାମଲାରେ ଏହି ଗ୍ୟାଙ୍ଗର ଏକାଧିକ ମେମ୍ବରଙ୍କୁ ଗିରଫ କରିବା ପରେ ଗୋପୀଙ୍କୁ ସ୍ପେଶାଲ ସ୍କ୍ବାଡ ଉଠାଇ ନେଇ ଜେରା କରୁଛି ।

ଆଗକୁ ପାର୍ବଣ ମାହୋଲ ଆସୁଥିବାରୁ ଏହି ସମୟରେ ଅପରାଧ ଓ ଅପରାଧୀଙ୍କୁ ସାବାଡ କରିବା ପାଇଁ ରାତିରେ ଟିମ୍-୬୦ ଓ ଟ୍ରାଫିକ ପୋଲିସଙ୍କୁ ନେଇ କମ୍ବାଇନ ବାଇକ ପେଟ୍ରୋଲିଂ କରୁଛି ପୋଲିସ । ଅପରାଧୀଙ୍କ କାର୍ଯ୍ୟକଳାପ, ଖଟି ଓ ଖୋଲା ଜାଗାରେ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କୁ ଗୋଡେଇ ଧରୁଛି ପୋଲିସ । ଏହାରି ମଧ୍ୟରେ ମାୟାବିନି ଗ୍ୟାଙ୍ଗକୁ ଧରିଛି ପୋଲିସ । ଆଉ ଧରିବା ବେଳେ ସେମାନେ ଯାହା ହାଇଡ୍ରାମା କରିଥିଲେ ତାହା ଏବେ ଚାରିଆଡେ ଚର୍ଚ୍ଚାରେ ବିଷୟ ପାଲଟିଛି ।

ଏହି ମାୟାବିନୀଙ୍କ ଜାଲରେ କିଏ କେତେବେଳେ ବି ଶିକାର ହୋଇପାରନ୍ତି । ତେଣୁ ସାଧାରଣ ଲୋକଙ୍କୁ ସାବଧାନ ରହିବା ପାଇଁ ସତର୍କ କରିଛି ପୋଲିସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।