ତାଙ୍କର ଛୁଆ ବୁଲୁ ନଥିଲା ମୁଁ ଅଲ୍ଟ୍ରାସାଉଣ୍ଡ କରିବାକୁ କହିଲି, ସେ ମାନିଲେନି ତ ଏଇଟା କାହାର ଭୁଲ୍ ? ଗର୍ଭବତୀଙ୍କ ମୃତ୍ୟୁକୁ ନେଇ ଏମିତି ସଫେଇ ଦେଲେ ଡାକ୍ତରାଣୀ, ଦେଖନ୍ତୁ video

ଜଣେ ମହିଳା ଗର୍ଭବତୀ ଥିବା ସମୟରେ ତାଙ୍କୁ ନିୟମିତ ଡାକ୍ତରଙ୍କ ପରାମର୍ଶ ନେବା ସହ ଯାଞ୍ଚ କରାଇବାକୁ ପଡିଥାଏ । ଡାକ୍ତରଙ୍କ କଥା ମାନି ସେହି ଅନୁସାରେ ଚିକିତ୍ସା କରିବା ଦ୍ଵାରା ମା ଓ ଛୁଆ ଉଭୟ ସୁରକ୍ଷିତ ରୁହନ୍ତି । କିନ୍ତୁ ଏବେବି ଅନେକ ଲୋକଙ୍କ ମନରେ ସିଜରିଆନ ଡେଲିଭେରିକୁ ନେଇ ଭୁଲ ଧାରଣା ରହିଛି । ଯେଉଁଥି ପାଇଁ ସେମାନେ ଡାକ୍ତରଙ୍କ କଥା ନଶୁଣି ଅସୁବିଧାରେ ପଡନ୍ତି ଓ ଶେଷରେ ଡାକ୍ତରଙ୍କୁ ହିଁ ଏଥିପାଇଁ ଦାୟୀ କରନ୍ତି । ଏଭଳି ଏକ ଘଟଣା ନିକଟରେ ଗଣମାଧ୍ୟମରେ ଦେଖିବାକୁ ମିଳିଛି ।

ଡାକ୍ତରଙ୍କ କଥା ନମାନି ଜଣେ ପେସେଣ୍ଟଙ୍କର ମୃତ୍ୟୁ ହୋଇଥିବା ଖବର ଆସିବା ପରେ ଡାକ୍ତରଙ୍କୁ ଦୋଷ ଦେଇଛନ୍ତି ତାଙ୍କ ସମ୍ପର୍କୀୟ । ଏନେଇ ଡାକ୍ତରାଣୀ ଜଣକ ଗଣମାଧ୍ୟମ ଜରିଆରେ ନିଜ ପକ୍ଷ ରଖିଛନ୍ତି । ତାଙ୍କ କହିବା ଅନୁଯାୟୀ, ପେସେଣ୍ଟ ଜଣକ ଗର୍ଭବତୀ ହେବା ପରେ ନିୟମିତ ତାଙ୍କ ପାଖକୁ ଯାଞ୍ଚ କରିବା ପାଇଁ ଆସୁଥିଲେ । ଗତ ବୁଧବାର ଦିନ ତାଙ୍କୁ ଅଳ୍ପ ଯନ୍ତ୍ରଣା ହେବାରୁ ସେ ଚେକଅପ୍ ପାଇ ଆସିଥିଲେ ଓ ପେଟରେ ଛୁଆ ବୁଲୁ ନଥିବା କଥା ମଧ୍ୟ କହିଥିଲେ ।

ସେତେବେଳେ ସେ ପେସେଣ୍ଟଙ୍କୁ ଚେକଅପ କରିବା ପରେ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ କହିଥିଲେ । କାରଣ ଅଲ୍ଟ୍ରାସାଉଣ୍ଡ ଦ୍ଵାରା ଶିଶୁର ଅବସ୍ଥା ଜଣାପଡିବା ପରେ ସେ ନର୍ମାଲ ଡେଲିଭେରି ପାଇଁ ଛାଡିବେ ବୋଲି କହିଥିଲେ । ଅଲ୍ଟ୍ରାସାଉଣ୍ଡ କରିବେ କହି ପେସେଣ୍ଟ ଫେରି ଯାଇଥିଲେ । ହେଲେବି ଅଲ୍ଟ୍ରାସାଉଣ୍ଡ କରି ନଥିଲେ କି ଡାକ୍ତରଙ୍କ ପାଖକୁ ଯାଇ ନଥିଲେ । ଦୁଇଦିନ ପରେ ତାଙ୍କୁ ପୁଣି ଥରେ ଯନ୍ତ୍ରଣା ହେବାରୁ ସେ ଯାଞ୍ଚ ପାଇଁ ଆସିବାକୁ କହିଥିଲେ କିନ୍ତୁ ବିଳମ୍ବରେ ଆସିଥିଲେ ।

ଡାକ୍ତରଙ୍କ କହିବା ଅନୁଯାୟୀ କାଳେ ତାଙ୍କୁ ସିଜରିଆନ ଡେଲିଭେରି ପାଇଁ କୁହାଯିବ ସେଥିପାଇଁ ସେ ତାଙ୍କ କଥା ଶୁଣୁ ନଥିଲେ । କିନ୍ତୁ ମା ଓ ପିଲାର ଅବସ୍ଥା ନଜାଣିବା ଯାଏଁ ଡାକ୍ତର କୌଣସି ନିଷ୍ପତ୍ତି ନେଇ ପାରୁ ଏନଥିଲେ । ଅଧିକ ଯନ୍ତ୍ରଣା ହେବା ପରେ ସେ ଜାଣି ପାରିଥିଲେ କି, ଛୁଆଟି ପେଟ ଭିତରେ ଅତ୍ୟନ୍ତ ଡିସଷ୍ଟ୍ରେସ ହୋଇ ରହିଛି ଓ ଝାଡା ମଧ୍ୟ କରିଦେଇଛି । ଯାହାକୁ ମା ଓ ଛୁଆ ଉଭୟଙ୍କ ପାଇଁ ବିପଦଜନକ ହୋଇପାରେ । ତେଣୁ ସେ କିମ୍ସରେ ଅପରେସନ କରିବା ପାଇଁ ପରାମର୍ଶ ଦେଇଥିଲେ ।

ସେଠାରେ ତାଙ୍କର ଡେଲିଭେରି ହୋଇଥିଲା ଓ ଛୁଆକୁ ଆଇସିୟୁରେ ରଖା ଯାଇଥିଲା । ହେଲେ ମା’ଙ୍କର ମୃତ୍ୟୁ ହୋଇ ଯାଇଥିଲା । ଯାହାପରେ ତାଙ୍କର ଜଣେ କେହି ନିକଟ ସମ୍ପର୍କୀୟ ଡାକ୍ତରାଣୀଙ୍କ ଉପରେ ଆରୋପ ଲଗାଇଛନ୍ତି । ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।