ଗାଧେଇବା ସମୟରେ କରୁଛନ୍ତି କି ଏହି ସବୁ ଭୁଲ ? ହେଇଯାନ୍ତୁ ସାବଧାନ ! ଘର ପରିବାର ହେଇଯାଏ ବର୍ବାଦ

ଆମେ ଆମର ଦୈନନ୍ଦିନ ଜୀବନରେ ଏମିତି କିଛି କାମ କରିଥାଉ ଯାହାକୁ ଆମେ ମନ ରଖି ନଥାଉ । ହେଲେ ଏମିତି ଏକ କାମ ଅଛି ଯାହାକୁ ଆମେ ମନେ ରଖିଥାଉ, ତାହା ହେଉଛି ଗାଧୋଇବା । ଆମେ ପ୍ରତିଦିନ ଏହି କାମ କରିଥାଉ । ଆମେ ଯେକୌଣସି ସ୍ଥାନକୁ ଯିବା ପୂର୍ବରୁ ଗାଧୋଇ କି ହିଁ ଯାଇଥାଉ, ଯଦି ଆମେ ଗାଧୋଇ ଯିବୁନି ତେବେ ଆମର ସେହି କାର୍ଯ୍ୟ ଅସଫଳ ହୋଇଥାଏ । ଗାଧୋଇବା ଆମ ଜୀବନରେ ସେତିକି ଗୁରୁତ୍ଵପୂର୍ଣ୍ଣ ଅଟେ ଯେତିକି ଆମ ପାଇଁ ଖାଦ୍ୟ ।

ହେଲେ ଏମିତି କିଛି ଲୋକ ଅଛନ୍ତି ଗାଧୋଇବା ସମୟରେ କେତୋଟି ଭୁଲ କରିଥାନ୍ତି । ଯାହାଫଳରେ ଘରେ ଦରିଦ୍ରତା ଆସିଥାଏ, ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ସାଧାରଣତଃ ମହିଳା ଓ ଝିଅମାନେ ଗାଧୋଇବା ସମୟରେ କିଛି ଭୁଲ କରିଥାନ୍ତି, ଯାହା ଦ୍ଵାରା ଘରେ ଦରିଦ୍ରତା ଓ ବର୍ବାଦି ଆସିଥାଏ । ପରିବାରର କୌଣସି ଲୋକ ରୋଗରେ ଆକ୍ରାନ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ମହିଳାମାନଙ୍କ ଦ୍ଵାରା ହୋଇଥିବା ଏହି ଭୁଲ ବିଷୟରେ ।

ସାଧାରଣତଃ ୮୦ ପ୍ରତିଶତ ମହିଳା ଠିକ ଭାବରେ ଗାଧୋଇ ନଥାନ୍ତି । ଅଧା ଅଧୁରା ଗାଧୋଇବା ଦ୍ଵାରା ଜୀବନରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏମିତି ଅଧୁରା ଗାଧୋଇଥିବା ମହିଳାଙ୍କର ଜାତକରେ ଦୋଷ ରହିଯାଇଥାଏ । ସେଥିପାଇଁ ଅଧୁରା କାମ କେବେ କରନ୍ତୁ ନାହିଁ, ଗାଧୋଇବା ସମୟରେ ଶରୀରକୁ ଭଲ ଭାବରେ ସଫା କରନ୍ତୁ ।

ସାଧାରଣତଃ ମହିଳାମାନେ ଗୋଟେ କଥାର ଧ୍ୟାନ ରଖିବା ଉଚିତ, ତାହା ହେଉଛି ଯେତେବେଳେ ଆପଣ ଗାଧୋଇବେ ସେତେବେଳେ ଆପଣଙ୍କ ଉପରେ ଏକ ବସ୍ତ୍ର ରହିବା ଉଚିତ । ବିନା ବସ୍ତ୍ରରେ ଗାଧୋଇଲେ ଘରେ ବର୍ବାଦି ଆସିଥାଏ । ଖାସ କରି ରାତ୍ରି ସମୟରେ ମହିଳାମାନଙ୍କୁ ସତର୍କତା ସହ ଗାଧୋଇବା ଉଚିତ । ଯଦି ଆପଣ ଏହାକୁ ଅମାନ୍ୟ କରିବେ ତେବେ ଆପଣଙ୍କ ଘରେ ଦରିଦ୍ରତା ଆସିବ ଓ ଘରର କୌଣସି ସଦସ୍ୟ ରୋଗରେ ଆକ୍ରାନ୍ତ ହେବେ ।

ସାଧାରଣତଃ ଗାଧୋଇବା ପରେ ଅନ୍ୟ କାହାର ବସ୍ତ୍ରରେ ଶରୀରକୁ ପୋଛିବା ଉଚିତ ନୁହେଁ । ଏହା ଦ୍ଵାରା ଆପଣଙ୍କୁ ଅନେକ ରୋଗ ହେବାର ଆଶଙ୍କା ଥାଏ । ଏହା ଦ୍ଵାରା ଦୋଷ ମଧ୍ୟ ଲାଗିଥାଏ । ଆପଣ ଅନ୍ୟ କାହାର ବସ୍ତ୍ରକୁ ପିନ୍ଧିବା ମଧ୍ୟ ଉଚିତ ନୁହେଁ ।

ଗାଧୋଇବା ସମୟରେ ପ୍ରଥମେ ମୁଣ୍ଡରେ ପାଣି ପକାଇବା ଉଚିତ ନୁହେଁ । ଏହା କରିବା ଦ୍ଵାରା ବ୍ଲଡ଼ ସର୍କୁଲେସନ କାମ କରି ନଥାଏ । ଏହା ଦ୍ଵାରା ହାର୍ଟଟାକ ଓ ପାରାଲାଇଜ ହେବାର ସମସ୍ୟା ଉତ୍ପନ୍ନ ହୋଇଥାଏ । ତେଣୁ ସର୍ବ ପ୍ରଥମେ ଗୋଡରେ ପାଣି ପକାନ୍ତୁ ଓ ଧୀରେ ଧୀରେ ଶରୀରରେ ଓ ମୁଣ୍ଡରେ ପାଣି ପକାନ୍ତୁ ।

ସାଧାରଣତଃ ଅଫିସରୁ ଫେରିବା ପରେ, ଜିମ୍ ରୁ ଆସିବା ପରେ ବା ୱାକିଂ ରୁ ଆସିବା ପରେ ତୁରନ୍ତ ଗାଧୋଇବା ଉଚିତ ନୁହେଁ । ଏହା ଦ୍ଵାରା ଶରୀରରେ ଖରାପ ପ୍ରଭାବ ପଡିଥାଏ । ତେଣୁ ଆପଣମାନେ ଏହି ସବୁ ଭୁଲ ଉପରେ ଧ୍ୟାନ ଦିଅନ୍ତୁ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।