ଲକ୍ଷଣ ନଥିଲେ ବି, ଦେଶର ପ୍ରତିଟି ନାଗରିକଙ୍କ ହେବ କରୋନା ଟେଷ୍ଟ

ଦେଶରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ବର୍ତ୍ତମାନ ଦେଶର ପ୍ରତ୍ୟେକ ନାଗରିକଙ୍କ କରୋନା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି । ଗତକାଲି ଆଇସିଏମଆର ଏହି ବିଷୟରେ ସୂଚନା ଦେଇଛି । କରୋନା ଜୀବାଣୁ ସଂସ୍ପର୍ଶରେ ଆସିଥିବା ଜନସଂଖ୍ୟା ଜାଣିବା ପାଇଁ ଦେଶବ୍ୟାପୀ ଏକ ସର୍ଭେ କରାଯିବ । ମେ ମାସରେ ସମାନ ସର୍ଭେ କରାଯାଇଥିଲା । ଯାହାର ଫଳାଫଳ ଏପର୍ଯ୍ୟନ୍ତ ପ୍ରକାଶ ପାଇବ ନାହିଁ |

ଆଇସିଏମଆରସି ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟ ଅନୁସାରେ, କରୋନା ଭାଇରସ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା ପାଇଁ ଦେଶବ୍ୟାପୀ ସେରୋ ସର୍ଭିଲାନ୍ସକୁ ଜୋର୍ ଦିଆଯିବ ।

ଦେଶରେ ପ୍ରତି ଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ତେଣୁ ପରିସ୍ଥିତିକୁ ନଜରରେ ରଖି ଆଗାମୀ ଦିନମାନଙ୍କରେ ଦେଶର ପ୍ରତିଟି ନାଗରିକଙ୍କ କୋଭିଡ ପରୀକ୍ଷା କରାଯିବା ନେଇ ଯୋଜନା କରୁଛନ୍ତି ସରକାର । ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ଲୋକଙ୍କ ରକ୍ତ ନମୁନା ଗ୍ରହଣ କରିବା ପରେ ସେମାନଙ୍କ ଶରୀରରେ କରୋନା ଜୀବାଣୁ ବିରୁଦ୍ଧରେ ଆଣ୍ଟିବଡି ବିକଶିତ ହୋଇଛି କି ନାହିଁ ତାହା ପରୀକ୍ଷା କରାଯିବ । ଏହା ଦ୍ଵାରା ଜଣାପଡିବ କେତେ ଲୋକ ଜୀବାଣୁ ସଂକ୍ରମଣରେ ଆସିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ଵତନ୍ତ୍ର କାର୍ଯ୍ୟ ଅଧିକାରୀ ରାଜେଶ ଭୂଷଣ କହିଛନ୍ତି ଯେ ମେ ମାସରେ ଆଇସିଏମଆର ଦ୍ୱାରା କରାଯାଇଥିବା ସେରୋ-ସର୍ଭେର ଶେଷ ଫଳାଫଳ ପ୍ରକ୍ରିୟା ଜାରି ରହିଛି, ଯାହା ଏପ୍ରିଲ ମଧ୍ୟଭାଗରେ ହୋଇଥିବା ପରିବର୍ତ୍ତନ ଉପରେ ଧ୍ୟାନ ଦିଆଯାଇଥିଲା । ଏହି ପରୀକ୍ଷା ଫଳରେ ଦେଶର ପ୍ରତେକ ନାଗରିକଙ୍କ ବିଷୟରେ ଜଣା ଯାଇ ପାରିବ, ଯାହା ଫଳରେ ବଡ ବିପଦର ବହୁ ପୂର୍ବରୁ ଆମେ ସୁରକ୍ଷିତ ରହି ପାରିବା ।

ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।