ବଡ଼ କାମର ହୋଇଥାଏ କେଶର, ଏଥିରୁ ମିଳୁଥିବା ଫାଇଦା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ଆୟର୍ବେଦ ରେ କେଶରର ଅନେକ ଗୁଣ ବିଷୟରେ କୁହା ଯାଇଛି । କେଶରରେ କେତେ ଏମିତି ଔଷଧୀୟ ତତ୍ତ୍ଵ ଅଛି ଯାହା ଆମ ଶରୀରକୁ ପୂର୍ଣ୍ଣ ରୂପରେ ସୁସ୍ଥ ରଖିବା ପାଇଁ ସହାୟତ ହୋଇଥାଏ । କେଶର କ୍ଷୀରକୁ ରଙ୍ଗୀନ ଓ ସୁଗନ୍ଧିତ କରିଥାଏ । ପ୍ରତିଦିନ 5 ରୁ 20 ପଙ୍ଖୁଡ଼ି କେଶରର ବ୍ୟବହାର କରାଯାଇ ପାରେ । ତେବେ ଆସନ୍ତୁ ଜାଣିବା କେଶର ଖାଇଲେ କଣ ଲାଭ ହୋଇଥାଏ ।

ଚେହେରାର ରଙ୍ଗ ବଦଳାଇ ଥାଏ:

କେଶର ତ୍ଵଚାକୁ ସୁନ୍ଦର ବନାଇ ଥାଏ । ଏହାର ବ୍ୟବହାରରେ ଚେହେରାରେ ନିଖାର ଆସିଥାଏ ଓ ରଙ୍ଗ ମଧ୍ୟ ଗୋରା ହୋଇଥାଏ । ଚେହେରାର ସୁନ୍ଦରତା ବଢ଼ାଇବା ପାଇଁ ନଡିଆ ତେଲ ବା ଦେଶୀ ଘିଅ ସହିତ କେଶରକୁ ବାଟି ଚେହେରାରେ ଲଗାନ୍ତୁ । କ୍ଷୀର ସର ସହ କେଶରକୁ ମିଶାଇ ଚେହେରାରେ ଲଗାଇଲେ ରଙ୍ଗରେ ରଙ୍ଗରେ ବହୁତ ଫରକ ଆସିଥାଏ ।

ପେଟ ବିନ୍ଧାରୁ ଦିଏ ଆରାମ:

ପେଟ ବିନ୍ଧା ହେବା ଦ୍ଵାରା 5 ଗ୍ରାମ ହେଙ୍ଗୁ, 5 ଗ୍ରାମ କେଶର, 2 ଗ୍ରାମ କର୍ପୁର, 25 ଗ୍ରାମ ଭଜା ଜିରା, 5 ଗ୍ରାମ କଳା ଲୁଣ, 5 ଗ୍ରାମ ସୈନ୍ଧବ ଲୁଣ, 100 ଗ୍ରାମ ଛୋଟ ହରଡ, 25 ଗ୍ରାମ ପାନମଧୁରୀକୁ ଏକା ସହ ବାଟିକି ଏହି ବଟାକୁ ସୁରକ୍ଷିତ ରଖିଦିଅ । ପେଟ ବିନ୍ଧା ହଲେ ଏହି ବଟାକୁ ଅଧା ଚାମଚ ଗରମ ପାଣିରେ ପିଅନ୍ତୁ ଦେଖିବେ ଲାଭ ହେବ ।

ନର୍ବସ ସିଷ୍ଟମକୁ କରିବ ଭଲ:

ମୁଣ୍ଡ ଓ ନର୍ବସ ସିଷ୍ଟମକୁ ନେଇ କେଶର ଅତ୍ୟନ୍ତ ଲାଭକାରି । ଏହାର ସେବନ କରିବା ଦ୍ଵାରା ପାରାଲିଶିଶ୍, ଫେଶିୟଲ୍ ପ୍ୟାରାଲିଶିଶ୍ ଭଳି ମସ୍ତିଷ୍କ ସମ୍ଭଡ଼ିତ ରୋଗ, ଡାଇବେଟିସର କାରଣ ହେବାଭଳି ସମସ୍ୟା, ସବୁବେଳେ ଲାଗିରହିଥିବା ମୁଣ୍ଡ ବିନ୍ଧା ଆଦି ଥିଲେ ଚିନି ଓ ଘିଅ ସହିତ କେଶରର ସେବନ କରିବା ଦ୍ୱାରା ଲାଭ ମିଳିବ ।

ଆଖିପାଇଁ ଲାଭବାନ ଅଟେ:

ଆଜିକା ଦିନରେ ଆଖିର ସମସ୍ୟା ହେବା ଗୋଟେ ସାଧାରଣ କଥା । ଯଦି ଆପଣ ଲଗାତାର କମ୍ପ୍ୟୁଟର, ମୋବାଇଲ, ଟିଭି ଦେଖୁ ଥାଆନ୍ତି ତେବେ ଆଖିର ଦେଖିବା ଶକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ । ଏହା ପାଇଁ 10 ଟି କେଶରକୁ କ୍ଷୀର ସହିତ ମିଶେଇ ସେବନ କଲେ ଲାଭ ମିଳିଥାଏ ।

ହୃଦୟ ଜନିତ ରୋଗରୁ ଲାଭବାନ ହୋଇଥାଏ :

କେଶରର ସେବନ କରିବା ଦ୍ୱାରା ହୃଦୟ ଜନିତ ସମ୍ବଧୀୟ ରୋଗ ଦୁର ହୋଇଥାଏ । ବିପିକୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ଏହାର ସେବନ ଦ୍ଵାରା ବଢ଼ିଥିବା ଓଜନ କମ ହୋଇଥାଏ ।

ବୃଦ୍ଧି ବର୍ଦ୍ଧିକ ଶକ୍ତି ଅଟେ କେଶର :

କେଶର ଖାଇବା ଦ୍ବାରା ସ୍ମରଣଶକ୍ତି ବଢ଼ିଥାଏ । ଏହାପାଇଁ କେଶର 10ଟି, ଗୋଟେ ଚାମଚ ଗାଈର ଲହୁଣୀ, ଗୋଟେ ଚାମଚ ବ୍ରାହ୍ମୀ ରସ ତଥା 1 ଚାମଚ ସଂଖ ପୂର୍ଣ୍ଣର ରସରେ ମିଠା ମିଶେଇ ପ୍ରତିଦିନ ସେବନ କରନ୍ତୁ ।

ଥଣ୍ଡା, କାଶ, ଜର ଭଳି ରୋଗର ରାମବାଣ ଅଟେ :

ଥଣ୍ଡା, କାଶ ତଥା ଜରରେ କେଶର ରାମବାଣ ହୋଇଥାଏ । ଯଦି ଛୋଟ ଛୁଆକୁ ଥଣ୍ଡା, କାଶ ହୁଏ ତେବେ ଏହାପାଇଁ ଛୁଆକୁ କ୍ଷୀରରେ କେଶର ମିଶାଇ ସେବନ କରାନ୍ତୁ ଓ ଅଦା ରସରେ କେଶର ଓ ହେଂଗୁ ମିଶେଇ ଛୁଆ ବା ବଡ଼ଙ୍କର ଛାତିରେ ଲଗାଇଲେ ଆରାମ ମିଳିବ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।