ଗାଁ ରେ ସଂକ୍ରମଣ କୁ ରୋକିବା ପାଇଁ ବହୁତ ଜବରଦସ୍ତ ଅଟେ ଏହି ମହିଳା ସରପଞ୍ଚ ଙ୍କ ପ୍ଳାନ, ଥରେ ମାତ୍ର ଦେଖନ୍ତୁ ଏହି ଭିଡିଓ

କରୋନା ଭାଇରସ ଏବେ ଭାରତର ଗାଁ ଗଣ୍ଡାରେ ମଧ୍ୟ ନିଜ କାୟା ବିସ୍ତାର କରିବାରେ ଲାଗି ପଡିଛି । ତେଜରେ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ଏବେ ଗାଁ ର ସରପଞ୍ଚମାନେ ପ୍ରସ୍ତୁତି ଆରମ୍ଭ କରୁଛନ୍ତି । ଜଣେ ମହିଳା ସରପଞ୍ଚଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯିଏ ନିଜେ ଗାଡ଼ିରେ ବସି ମାଇକ ଧରି ଲୋକଙ୍କୁ କରୋନା ବିଷୟରେ ସଚେତନ କରାଉଛନ୍ତି । ଆସନ୍ତୁ ଜାଣିବା କଣ କହୁଛନ୍ତି ମହିଳା ସରପଞ୍ଚ ।

ମହିଳା ସରପଞ୍ଚ ଜଣଙ୍କ ନିଜେ ଗାଡ଼ି ଚଳାଇ ମାଇକ ଧରି ନିଜ ଗାଁ ରେ ପ୍ରଚାର କରି କରି କହିଛନ୍ତି, “ଆମ ପଞ୍ଚାୟତରେ ମଧ୍ୟ ଅନେକ କରୋନା ଆକ୍ରାନ୍ତ ବାହାରୁଛନ୍ତି । କରୋନାର ଏହି ଦ୍ଵିତୀୟ ଲହର ଅଧିକ ସଂଖ୍ୟାରେ ଯୁବା ମାନଙ୍କୁ ନିଜ କାବୁରେ ନେଉଛି । ମୁଁ ଆପଣ ମାନଙ୍କ ଝିଅ ସରପଞ୍ଚ ହାତ ଯୋଡ଼ି ସମସ୍ତଙ୍କୁ ନିବେଦନ କରୁଛି ଆପଣ ସମସ୍ତଙ୍କୁ ମିଳିତ ଭାବେ ଆମ ଗାଁ ବା ପଞ୍ଚାୟତକୁ ସୁରକ୍ଷିତ ରଖିବାର ଅଛି । ଆସନ୍ତା ଦିନ ଗୁଡ଼ିକ କେବଳ ଲକ୍ ଡାଉନ୍ ର ଦିନ ନୁହେଁ ।

ବରଂ ନିଜ ନିଜର ଅସ୍ତିତ୍ବ ବଞ୍ଚାଇ ରଖିବାର ଦିନ ଅଟେ । ନିଜ ଘର ଓ ପରିବାରକୁ ସୁରକ୍ଷା କରି ରଖିବାର ଦିନ ଅଟେ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଅଛି ଯଦି ଆପଣ ସମସ୍ତଙ୍କୁ କୁଶଳ ଦେଖିବାକୁ ଚାହାଁନ୍ତି ତେବେ ଘରର କୌଣସି ସଦସ୍ୟ ମଧ୍ୟ ବିନା କାରଣରେ ବା ଅଯଥା କାରଣରେ ବାହାରକୁ ବାହାରନ୍ତୁ ନାହିଁ । ଯଦି ଅତ୍ୟନ୍ତ ଜରୁରୀ ଅଛି ତେବେ ମୁହଁରେ ମାସ୍କ ପିନ୍ଧି ବାହାରକୁ ବାହାରନ୍ତୁ । କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଟୀକାକରଣ ପ୍ରକ୍ରିୟାରେ ନିଶ୍ଚୟ ଟୀକା ଗ୍ରହଣ କରନ୍ତୁ ।

ଯଦି ପରିବାରରେ କୌଣସି ମଧ୍ୟ ସଦସ୍ୟଙ୍କୁ କାଶ, ଛିଙ୍କ, ଥଣ୍ଡା, ଜ୍ଵର ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ଆବଶ୍ୟକୀୟ ଚିକିତ୍ସା କରାନ୍ତୁ । ଆସୁଥିବା ଦିନ ମାନଙ୍କରେ ଯଦି ଆମ ପଞ୍ଚାୟତର ବିକାଶ ଅଟକି ଯାଉଛି ତେବେ ମଧ୍ୟ ମୁଁ ସହ୍ୟ କରିନେବି, କିନ୍ତୁ ଯଦି କରୋନା ସଂକ୍ରମଣରେ ମୋ ଗ୍ରାମରେ କାହାର ଜୀବନ ଚାଲି ଯାଉଛି ତେବେ ମୁଁ ସହ୍ୟ କରି ପାରିବି ନାହିଁ । ମୋତେ ମୋ ଗ୍ରାମର ପ୍ରତ୍ୟେକ ବ୍ୟକ୍ତି ସୁରକ୍ଷିତ ଥିବା ଆବଶ୍ୟକ ।

ବଡ଼ ବୃଦ୍ଧ ବ୍ୟକ୍ତି, ମାଆ ମାନେ, ଭଉଣୀ ମାନେ ଆପଣ ସମସ୍ତେ ମୋ ପାଇଁ ଅମୂଲ୍ୟ ଅଟ । ମୁଁ ଆପଣ ମାନଙ୍କୁ ହରାଇବାକୁ ଚାହେଁ ନାହିଁ । ସେଥିପାଇଁ ଆପଣ ମାନଙ୍କୁ ଆପଣଙ୍କ ସରପଞ୍ଚ ଭଉଣୀ ହାତ ଯୋଡ଼ି ବିନମ୍ର ନିବେଦନ କରୁଛି କି ଆପଣ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ । ରାଜସ୍ଥାନର ଗୋଟିଏ ଗ୍ରାମରେ ଏହି ମହିଳା ସରପଞ୍ଚଙ୍କୁ ତାଙ୍କ ଗାଁ ର ଲୋକମାନଙ୍କୁ ପ୍ରଚାର କରି କରି କରୋନା ସମ୍ବନ୍ଧରେ ସଚେତନ କରାଉ ଥିବା ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ନିଜ ଗ୍ରାମକୁ କରୋନା ମୁକ୍ତ ରଖିବା ପାଇଁ ଏହି ମହିଳା ସରପଞ୍ଚଙ୍କ ଏପରି ଚିନ୍ତା ପୂର୍ଣ୍ଣ ପଦକ୍ଷେପକୁ ସବୁ କ୍ଷେତ୍ରରେ ଖୁବ୍ ପ୍ରଶଂସା କରା ଯାଉଛି । ଖୁବ୍ ନମ୍ରତାର ସହ ମୁଣ୍ଡରେ ଓଢ଼ଣା ଦେଇ ନିଜେ ପ୍ରଚାର କରି କରି ନିଜ ଲୋକଙ୍କୁ ସଚେତନ କରୁଥିବା ଏହି ମହିଳା ସରପଞ୍ଚକୁ ଖୁବ୍ ସାବାସୀ ମିଳୁଛି । ଦେଶରେ ପ୍ରତ୍ୟେକ ଦାୟିତ୍ଵପ୍ରାପ୍ତ ଲୋକ ଯଦି ଏପରି ନିଜେ ସଚେତନ ହୋଇ ନିଜ ଲୋକଙ୍କୁ ସଚେତନ କରାଇବେ ତେବେ ନିଃସନ୍ଦେହରେ ଅଳ୍ପ କିଛି ଦିନ ମଧ୍ୟରେ ଆମ ଦେଶ କରୋନା ମୁକ୍ତ ହୋଇଯିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।