ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ 84 ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ନିଜେ ଟୁଇଟ୍ କରି ଏହା ଜଣାଇଛନ୍ତି । ସୋମବାର ସେନା ଅନୁସନ୍ଧାନ ଏବଂ ରେଫରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମୁଖାର୍ଜୀଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା । ସୋମବାର ଦିନ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି ଯାଇଥିଲା କାରଣ ଫୁସଫୁସ ସଂକ୍ରମଣ ହେତୁ ସେପ୍ଟିକ୍ ସକ ଲାଗିଥିଲା ।
ପୂର୍ବତନ ରାଷ୍ଟ୍ରପତିଙ୍କୁ ଅଗଷ୍ଟ 10 ରେ ଏଠାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା । ପରେ ତାଙ୍କ ଫୁସଫୁସରେ ମଧ୍ୟ ସଂକ୍ରମଣ ହୋଇଥିଲା । ଏକ ବିଶେଷଜ୍ଞ ଦଳ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରୁଥିଲେ ।
ଭାରତର ପ୍ରିୟ ରାଷ୍ଟ୍ରପତି, 84 ବର୍ଷୀୟ ପ୍ରଣବ ମୁଖାର୍ଜୀଙ୍କୁ ଦିଲ୍ଲୀର ଆର୍ମି ହସ୍ପିଟାଲ ରିସର୍ଚ୍ଚ ଏବଂ ରେଫରାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର ହେଇଥିଲା, ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କ ମସ୍ତିଷ୍କରେ ଏକ ଜମାଟ ସୃଷ୍ଟି ହୋଇଥିଲା, ଯାହାକୁ ହଟାଇବା ପାଇଁ ଅପରେସନ୍ କରାଯାଇଥିଲା |
With a Heavy Heart , this is to inform you that my father Shri #PranabMukherjee has just passed away inspite of the best efforts of Doctors of RR Hospital & prayers ,duas & prarthanas from people throughout India !
I thank all of You 🙏— Abhijit Mukherjee (@ABHIJIT_LS) August 31, 2020
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁତ୍ର ଅଭିଜିତ୍ ମୁଖାର୍ଜୀ ଟ୍ୱିଟ୍ କରି ଜଣେଇ ଛନ୍ତି । ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ପରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି । ନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସେମାନଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ରାଷ୍ଟ୍ରପତିଙ୍କୁ ମହାମହିମ କୁହାଯିବା ରୀତିକୁ ଅସ୍ଵୀକାର କରୁଥିବା ପ୍ରଣବ ମୁଖାର୍ଜୀ 2012 ରୁ 2017 ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଥିଲେ ।
ତାଙ୍କ ରାଜନୈତିକ ଜୀବନ 40 ବର୍ଷରୁ ଅଧିକ ସମୟ ଥିଲା | କଂଗ୍ରେସ ଦଳରେ ଥିବାବେଳେ ସେ ବୈଦେଶିକ ଠାରୁ ପ୍ରତିରକ୍ଷା, ଅର୍ଥ ଏବଂ ବାଣିଜ୍ୟ ମନ୍ତ୍ରୀ ପର୍ଯ୍ୟନ୍ତ ଭୂମିକା ନିଭାଇ ସଫଳତା ହାସିଲ କରିଥିଲେ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।