ମଧୁମେହ ରୋଗୀମାନଙ୍କୁ ଫିଟ ରଖିବା ପାଇଁ ଅତି କମରେ ଏତିକି ମାତ୍ରାରେ ପାଣି ପିଇବା ଉଚିତ

ଯଦି ଆପଣ ମଧୁମେହ ଛଡା ଅନ୍ୟ କୌଣସି ରୋଗରେ ପୀଡିତ ନାହାନ୍ତି ତ ତବେ ଆପଣ ପ୍ରଚୁର ପରିମାଣରେ ପାଣି ପିଇ ପାରିବେ । ଅଧିକ ପାଣି ସେବନ କରିବା ଏହା ଦ୍ୱାରା ଆପଣଙ୍କ ରକ୍ତ ଶର୍କରାର ସ୍ତରକୁ ସଠିକ ରଖିବ । ବର୍ତ୍ତମାନ ହିଁ ଏକ ପରୀକ୍ଷଣରୁ ଜଣା ପଡିଛି କି ଚା, କଫି, ଜୁସ ଓ କୋ କୋ କୋଲା ଭଳି ଥଣ୍ଡା ପଦାର୍ଥ ପରିବେର୍ତ୍ତେ ପର୍ଯ୍ୟାପ୍ତ ମାତ୍ରାରେ ପାଣିର ସେବନ ଦ୍ଵାରା ରକ୍ତର ଶର୍କରା ସ୍ତରକୁ କାବୁରେ ରଖିବା ପାଇଁ ସାହାର୍ଯ୍ୟ ମିଳିଥାଏ ।

ଯେଉଁ ଲୋକମାନେ ଦିନରେ ୦.୫ ଲିଟରରୁ ବି କମ ପାଣିର ସେବନ କରୁଛନ୍ତି ସେମାନଙ୍କୁ ନିଜର ରକ୍ତ ଶର୍କରା ସ୍ତରକୁ ସଠିକ ମାତ୍ରାରେ ରଖିବା ପାଇଁ ଅଧିକ ଉପଚାର ଓ କୋଣ୍ଟ୍ରୋଲ କରିବା ଉଚିତ । ଯେତେବେଳ ପାଣି ପିଇବାର କଥା ଆସିଥାଏ ସେତେବେଳେ ମଧୁମେହ ରୋଗୀମାନଙ୍କୁ କିଛି ନିୟମର ପାଳନ କରିବା ଉଚିତ । ପାଣିର ସେବନ ଆପଣଙ୍କ କ୍ୟାଲୋରି ଗ୍ରହଣର ମାତ୍ରା ଉପରେ ନିର୍ଭର କରିଥାଏ । ଯଦି ଆପଣ ଗୋଟିଏ ଦିନରେ ୨୦୦୦ କ୍ୟାଲୋରି ସେବନ କରୁଛନ୍ତି, ତେବେ ଆପଣଙ୍କୁ ୨ ଲିଟର ପାଣି ପିଇବା ଉଚିତ ।

ଆପଣ ଚାହିଁବେ ତ ୨ଲିଟର ପାଣି ପରିବର୍ତ୍ତେ ୩ ଲିଟର ପାଣି ସେବନ କରି ପାରିବେ । ଆପଣଙ୍କ ବୃକକର ସମସ୍ୟା ନ ହେବ ଯଦି ଆପଣ ପରିସ୍ରା ସଠିକ ରୂପରେ ହେବା ପାଇଁ କୌଣସି ଔଷଧର ସେବନ କରୁଛନ୍ତି । ତେବେ ପାଣିର ସେବନ ସଠିକ ରୂପରେ କରିବା ଉଚିତ । ଯଦି ଆପଣ କୌଣସି ରୋଗ ପାଇଁ ମୂତ୍ରବର୍ଦ୍ଧକ ଔଷଧର ସେବନ କରୁଛନ୍ତି ତେବେ ସବୁଦିନ ଆପଣ ୮ ରୁ ୧୦ ଗିଲାସ ପାଣି ପିଅନ୍ତୁ ।

ନଚେତ ଆପଣଙ୍କୁ ପ୍ରତି ଘଣ୍ଟା ବାଥରୁମ ଯିବାକୁ ପଡିପାରେ । ମଧୁମେହ ସହିତ ବୃକକ ରୋଗରେ ପୀଡ଼ିତ ଥିବା ରୋଗୀମାନଙ୍କୁ ଦିନକୁ ୧ ଲିଟର ପାଣି ପିଇବା ଉଚିତ । ନଚେତ ଆପଣଙ୍କ ବୃକକରେ ପାଣି ଭରି ଯାଇ ପାରେ। ମଧୁମେହ ରୋଗୀକୁ ଦିନକୁ କେତେ ପାଣି ପିଇବା ଉଚିତ ଏହା ସେହି ବ୍ୟକ୍ତିର ସ୍ୱାସ୍ଥ୍ୟ ଓ ଆବଶ୍ୟକତା ଉପରେ ନିର୍ଭର କରିଥାଏ ।

ଏମିତିରେ ରୋଗୀଙ୍କୁ ସଠିକ ପରାମର୍ଶ କେବଳ ତାହାର ଡାକ୍ତର ହିଁ ଦେଇଥାଏ । ନିଜର ଶରୀରକୁ ହାଇଡ୍ରେଟେଡ ରଖିବା ପାଇଁ ଆପଣଙ୍କୁ ସଠିକ ମାତ୍ରାରେ ପାଣି ପିଇବା ଉଚିତ । ଆପଣ ମଧୁମେହ ରୋଗୀ ହୁଅନ୍ତୁ କିମ୍ବା ନୁହେଁ ଅନ୍ୟ ପାନୀୟ ପଦାର୍ଥର ସେବନ କରି ଆପଣ ପାଣିର ଆବଶ୍ୟକତାକୁ ପୁରା କରି ପାରିବେ ନାହିଁ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।