ଅମିତାଭ ଓ ଅଭିଷେକ ବଚ୍ଚନ କରୋନା ପଜିଟିବ, ନାନାବତୀ ହସ୍ପିଟାଲରେ ହେଲେ ଭର୍ତ୍ତି, ଅମିତାଭ ନିଜେ ଟ୍ଵିଟ କରି କହିଲେ ଏମିତି

ବଲୀଉଡର ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କର ସୁପୁତ୍ର ଅଭିଷେକ ବଚ୍ଚନ ବି କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଅମିତାଭ ବଚ୍ଚନଙ୍କୁ ଶନିବାର ଦିନ ସନ୍ଧ୍ୟା ସମୟରେ ହିଁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି । ନାନାବତୀ ସୁପରସ୍ପେଶିଲିଟୀ ହସ୍ପିଟାଲର ଆଇସୋଲେଶନ ୟୁନିଟରେ ଅମିତାଭ ବଚ୍ଚନଙ୍କୁ ଭର୍ତ୍ତି କରା ଯାଇଛି । ହସ୍ପିଟାଲର ପିଆରଓଙ୍କ ଅନୁସାରେ ଅମିତାଭ ବଚ୍ଚନଙ୍କ ମଧ୍ୟରେ କରୋନା ଭାଇରସର ମାଇଲ୍ଡ ଲକ୍ଷଣ ଦେଖା ଯାଇଛି । କିନ୍ତୁ ତାଙ୍କର ସ୍ଥିତି ବର୍ତ୍ତମାନ ସାଧାରଣ ଅଛି ଓ ବର୍ତ୍ତମାନ ତାଙ୍କର ଚିକିତ୍ସା କରା ଯାଉଛି ।

ବିଏମସି ଅଧିକାରୀ କଣ୍ଟାକ୍ଟ ଟ୍ରେସିଂଗ ପାଇଁ ଅମିତାଭ ବଚ୍ଚନଙ୍କ ପରିବାରର ସଦସ୍ୟଙ୍କ ସହ ସାକ୍ଷାତ କରିବେ । ମିଳିଥିବା ସୂଚନା ଅନୁସାରେ କିଛି କଣ୍ଟାକ୍ଟ ଟ୍ରେସିଂଗ ହୋଇସାରିଛି, କିନ୍ତୁ ଗତ କିଛି ଦିନ ତଳେ ଯେଉଁ ଲୋକମାନେ ବଚ୍ଚନ ପରିବାରଙ୍କ ସହ ସାକ୍ଷାତ ଲରିଥିଲେ ସେହି ସମସ୍ତ ବ୍ୟକ୍ତିଙ୍କୁ ସହ ବି ସମ୍ପର୍କ କରାଯିବ ।

ଜୟା ବଚ୍ଚନ ଓ ଐଶ୍ୱର୍ୟା ରାୟ ବଚ୍ଚନଙ୍କ ରିପୋର୍ଟ ନେଗେଟିବ

ଅନ୍ୟ ପଟେ ଜାୟା ବଚ୍ଚନ ଓ ଐଶ୍ୱର୍ୟା ରାୟ ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିବ ଆସିଛି । କହିବାକୁ ଗଲେ ଅମିତାଭ ଓ ଅଭିଷେକ ବଚ୍ଚନ କରୋନା ପଜିଟିବ ହେବା ପରେ ପୁରା ପରିବାରର କରୋନା ଟେସ୍ଟ କରାଯାଇ ଥିଲା ।

ଅମିତାଭ ବଚ୍ଚନ ଟ୍ୱୀଟ କରି କହିଲେ

କହିବାକୁ ଗଲେ ଅମିତାଭ ବଚ୍ଚନ ନିଜେ ଟ୍ୱୀଟ କରି ଏହି ସୂଚନା ଦେଇଛନ୍ତି । ସେ ନିଜର ଟ୍ୱୀଟରେ ଲେଖିଲେ କି, ‘ମୋର କରୋନା ରିପୋର୍ଟ ପଜିଟିବ ଆସିଛି । ମୋତେ ହସ୍ପିଟାଲରେ ଶିଫ୍ଟ କରା ଯାଇଛି । ହସ୍ପିଟାଲ ଉଚ୍ଚ ଅଧିକାରୀଙ୍କୁ ବି ସୂଚିତ କରିଦିଆ ଯାଇଛି । ଏହା ସହିତ ପରିବାର ଓ ଘରର କର୍ମଚାରୀମାନଙ୍କ ଟେସ୍ଟ ବି ହୋଇଛି । ରିପୋର୍ଟର ଅପେକ୍ଷା କରା ଯାଉଛି । ଗତ ୧୦ ଦିନ ମଧ୍ୟରେ ମୋ ସହ ସାକ୍ଷାତ କରିଥିବା ଲୋକମାନଙ୍କୁ ମୋର ଅନୁରୋଧ କି ସେମାନେ ନିଜର ଯାଞ୍ଚ କରି ନିଅନ୍ତୁ ।‘

ଅଭିଷେକ ବଚ୍ଚନ ବି କରିଲେ ଟ୍ୱୀଟ

ଅନ୍ୟ ପଟେ ଅଭିଷେକ ବଚ୍ଚନ ବି ଟ୍ୱୀଟ କରି ନିଜର ସ୍ଥିତି ବିଷୟରେ ସୂଚନା ଦେଇଛନ୍ତି । ସେ ଲେଖିଲେ କି, ‘ଆଜି ମୁଁ ଓ ମୋର ପିତା ଦୁଇ ଜଣଙ୍କ ହିଁ କୋବିଡ ୧୯ ରିପୋର୍ଟ ପଜିଟିବ ବାହାରିଛି । ଆମ ଦୁଇ ଜଣଙ୍କ ମଧ୍ୟରେ ଅଳ୍ପ ଲକ୍ଷଣ ମିଳିବା ପରେ ଆମକୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି । ଆମେ ସମସ୍ତ ଆବଶ୍ୟକ ସରକାରୀ ଅଧିକାରୀଙ୍କୁ ସୂଚିତ କରି ଦେଇଛୁ । ଆମର ପରିବାର ଓ ଘରର କର୍ମଚାରୀମାନଙ୍କ ବି ପରୀକ୍ଷଣ କରା ଯାଉଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି ସେ ଶାନ୍ତ ରୁହନ୍ତୁ ଓ ଭୟଭୀତ ହୁଅନ୍ତୁ ନାହିଁ, ଧନ୍ୟବାଦ ।‘

ରିପୋର୍ଟ ପଜିଟିବ ଆସିବା ପରେ ପହଞ୍ଚିଲେ ହସ୍ପିଟାଲ

କୁହାଯାଉଛି କି ଅଭିନେତା ଅମିତାଭ ବଚ୍ଚନଙ୍କ କରୋନା ରିପୋର୍ଟ ପଜିଟିବ ଆସିବା ପରେ, ସେ ରାତି ୧୦ଟା ସମୟରେ ନାନାବତୀ ହସ୍ପିଟାଲ ପହଞ୍ଚିଲେ । ତାଙ୍କୁ ସେଠି ଆଡମିଟ କରା ଯାଇଛି । ଆପଣଙ୍କୁ କହିଦେଉଛୁ କି ଅମିତାଭ ବଚ୍ଚନଙ୍କ ଘର ବିଏମସିର କେ ୱେଷ୍ଟ ୱାର୍ଡରେ ଆସିଥାଏ । ଯେଉଁଠି ବର୍ତ୍ତମାନ ପର୍ଯ୍ୟନ୍ତ ୫୩୦୦ କରୋନା ପଜିଟିବ କେସ ମିଳି ସାରିଛି ।

ଏହି ୱାର୍ଡରେ ବର୍ତ୍ତମାନ ବି ୧୪୪୫ ଆକ୍ଟିବ କେସ ଅଛନ୍ତି ଓ ବର୍ତ୍ତମାନ ପର୍ଯ୍ୟନ୍ତ ୨୪୧ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ମିଳିଥିବା ସୂଚନା ଅନୁସାରେ ଏହା ପୂର୍ବରୁ ଅମିତାଭ ବଚ୍ଚନଙ୍କୁ ତାଙ୍କର କିଡନୀରେ ଯନ୍ତ୍ରଣା ଯୋଗୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ବି ଅମିତାଭ ବଚ୍ଚନ ରୂଟୀନ ଚୈକଅପ ହସ୍ପିଟାଲ ଯାଉଥିଲା ।