ସୁଶାନ୍ତଙ୍କ ଆତ୍ମହତ୍ୟା କେସରେ ପୁଣି ଆସିଲା ଏକ ନୂଆ ମୋଡ, ସଲମାନଙ୍କ ଏକ୍ସ ମ୍ୟାନେଜରଙ୍କୁ କରାଗଲା ଜେରା, ଜାଣନ୍ତୁ କାହିଁକି

ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟାର ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଯାଞ୍ଚ ଚାଲିଛି । ଏହି ମାମଲାର ଅସଲ ରହସ୍ୟ ବିଷୟରେ ଜାଣିବା ପାଇଁ ମୁମ୍ବାଇ ପୁଲିସ ବିଭିନ୍ନ ପ୍ରକାରର ଯାଞ୍ଚ ଓ ସମସ୍ତଙ୍କୁ ପୁଛତାଛ କରୁଛନ୍ତି । ଏହି ସମ୍ବନ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିର ବହୁତ କଳାକାରଙ୍କ ବୟାନ ଦର୍ଜ ହୋଇ ଯାଇଛି । ଏହା ସହିତ ଏହା ବି ଶୁଣିବାକୁ ମିଳୁଛି କି ଏହି ମାମଲାରେ ବହୁତ ବଡ ବଡ କଳାକାର ବି ସାମିଲ ଅଛନ୍ତି ।

ଅନ୍ୟ ପଟେ ସଲମାନଙ୍କ ଏକ୍ସ ମ୍ୟାନେଜର ରେଶମା ଶେଟ୍ଟୀଙ୍କୁ ବାନ୍ଦ୍ରା ପୁଲିସ ଷ୍ଟେସନରେ ପ୍ରାୟତଃ ୫ ଘଣ୍ଟା  ପୁଛତାଛ ଚାଲିଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ସୂଚନା ମିଳି ନାହିଁ କି ରେଶମା ନିଜର ବୟାନରେ କଣ କହିଛନ୍ତି । କିନ୍ତୁ ରେଶମାଙ୍କ ବୟାନ ପୋଲସ ପାଇଁ ବହୁତ ମହତ୍ଵ ରଖେ । କାରଣ ସେ ସଲମାନ ଖାନ, ଅକ୍ଷୟ କୁମାର, ସଞ୍ଜୟ ଦତ୍ତ ଓ ଆଲିୟା ଭଟ୍ଟ ଭଳି କଳକାରମାନଙ୍କ ମ୍ୟାନେଜର ରହି ସାରିଛନ୍ତି ।

ଆପଣଙ୍କୁ କହିଦେଉଛୁ କି ବଲୀଉଡର ପ୍ରସିଦ୍ଧ ଫିଲ୍ମ ମେକର ସଞ୍ଜୟ ଲୀଳା ଭଂଶାଳୀ ବର୍ତ୍ତମାନ ହିଁ କିଛି ଦିନ ତଳେ ବାନ୍ଦ୍ରା ପୋଲିସ ଷ୍ଟେସନକୁ ଆସିଥିଲେ । ଯେଉଁଠି ତାଙ୍କୁ ୩ ଘଣ୍ଟା ପର୍ଯ୍ୟନ୍ତ ପୁଛତାଛ ଚାଲିଲା । ଏହା ପରେ ମଧ୍ୟ ୧ ଘଣ୍ଟା ପର୍ଯ୍ୟନ୍ତ ଜୋନ ୯ ଡ଼ିସିପି ଅଭିଷେକ ତ୍ରିମୁଖେ ସାଂତାକ୍ରୂଜ ପୋଲିସ ଷ୍ଟେସନରେ ପୁଛତାଛ କରିଥିଲେ ।

ଭଂଶାଳୀ ଖୋଲିଲେ ବହୁତ ରହସ୍ୟ

ଏହି ପୁଛତାଛ ସମୟରେ ଭଂଶାଳୀ ବହୁତ ରହସ୍ୟ ଉଜାଗର କରିଲେ । ସେ କହିଲେ କି, ‘ସେ ୨୦୧୬ ପର ଠାରୁ ହିଁ ସୁଶାନ୍ତ ସିଂହ ରାଜପୁତଙ୍କ ସହ ସାକ୍ଷାତ କରି ନାହାନ୍ତି ଓ ନା ହିଁ ତାଙ୍କର କଥାବାର୍ତ୍ତା ହୋଇଛି । ଏହା ପରେ ଯେତେବେଳେ ତାଙ୍କୁ “ରାମଲୀଲା” ଓ “ବାଜିରାଓ ମସ୍ତାନି” ଫିଲ୍ମରେ ସୁଶାନ୍ତଙ୍କୁ ବାହାର କରିବା ଉପରେ ପ୍ରଶ୍ନ କରିଲେ ତ ଭଂଶାଳୀ କହିଲେ କି, ସୁଶାନ୍ତ ନିଜେ ଏହି ଫିଲ୍ମ ଗୁଡିକରେ କାମ କରିବା ପାଇଁ ମନା କରି ଦେଇ ଥିଲେ ।

କାରଣ ସେ ୟଶରାଜଙ୍କ ଆସନ୍ତା ଫିଲ୍ମ “ପାନୀ” ଫିଲ୍ମ ଉପରେ ଫୋକସ କରିବାକୁ ଚାହୁଁଥିଲେ । ସୁଶାନ୍ତଙ୍କ ମାନିବାର ଥିଲା କି ସେ ଗୋଟିଏ ସମୟରେ ଦୁଇଟା ବଡ ଫିଲ୍ମ ରେ କାମ କରି ପାରିବେ ନାହି । ଏହି କାରଣରୁ ସେ ଏହି ଫିଲ୍ମକୁ କରିବା ପାଇଁ ମନା କରି ଦେଲେ । ଭଂଶାଳୀ ଆଗରୁ ଏହା ବି କହିଥିଲେ ସେ ସୁଶାନ୍ତଙ୍କୁ କେବେ ବି ଫିଲ୍ମରୁ ଡ୍ରପ କରି ନ ଥିଲେ । ଅନ୍ୟ ପଟେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲସି ଏହି ମାମଲାରେ ୩୫ ଜଣଙ୍କ ଠାରୁ ଅଧିକ ଲୋକଙ୍କ ବୟାନ ଦର୍ଜ କରିସାରିଛି ।

ଏଥିରେ ଅଭିନେତା ସୁଶାନ୍ତଙ୍କ ପରିବାର ଛଡା ଅଭିନେତ୍ରୀ ଓ ବନ୍ଧୁ ରିୟା ଚକ୍ରବତୀ ଓ କାସ୍ଟିଂଗ ନିର୍ଦେଶକ ମୁକେଶ ଛାବଡା ଓ ୟଶରାଜ ଫିଲ୍ମର କାସ୍ଟିଂଗ ନିର୍ଦେଶକ ଶାନୂ ଶର୍ମାଙ୍କୁ ପୁଛତାଛ କରା ଯାଇଛି । ଏହା ସହିତ କିଛି ଦିନ ପୂର୍ବେ ହିଁ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ଅଭିନେତ୍ରୀ ସଞ୍ଜନା ସଙ୍ଘୀଙ୍କୁ ପୁଲିସ ୮ ଘଣ୍ଟା ଧରି ପୁଛତାଛ କରିଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।