February ରୁ ହେବ ବଦଳିଯିବ ଏହି ସବୁ ନିୟମ, ଖୋଲିବ ଶ୍ରୀ ମନ୍ଦିର ଓ ଖୋଲିବ School, ଦେଖନ୍ତୁ କେବେଠୁ ?

ରାତି ପାହିଲେ ଫେବୃୟାରୀ ମାସ ଆସିଯିବ । ଅନେକ ନିୟମ ବଦଳିବା ସାଙ୍ଗକୁ ଅନେକ କଟକଣାରେ ମଧ୍ୟ କୋହଳ ହେବ । ତେବେ ଆଜି ହିଁ ଜାଣିନେବା ସେସବୁ ନୂଆ ନିୟମ । କାରଣ ଆସନ୍ତା କାଲି ଠାରୁ ଆପଣ ସେସବୁ ମାନିବାକୁ ବାଧ୍ୟ ହେବେ । ଫେବୃୟାରୀ ୧ ତାରିଖରୁ ସର୍ବ ସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । କୋଭିଡ କଟକଣା ପାଇଁ ଦୀର୍ଘ ଦିନ ହେବ ବନ୍ଦ ରହିଛି ଶ୍ରୀମନ୍ଦିର । ତେବେ ଆସନ୍ତା କାଲି ଠାରୁ ଶ୍ରୀପ୍ରଭୁଙ୍କ ଦର୍ଶନ ପାଇଁ ଚାହିଁ ରହିଥିବା ଭକ୍ତ ତାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇବେ ।

କେବଳ ପଶ୍ଚିମ ଦ୍ଵାର ଦେଇ ପୁରୀ ସହରବାସୀ ପ୍ରବେଶ କରିବାକୁ ଅନୁମତି ଥିବା ବେଳେ ଅନ୍ୟ ସବୁ ଶ୍ରଦ୍ଧାଳୁ ପୂର୍ବ ଦ୍ଵାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ସେହିପରି ରାଜ୍ୟରେ କୋଭିଡ ସଂକ୍ରମଣ କମୁଥିବାରୁ ସ୍କୁଲ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁ ସରକାର । ପ୍ରଥମେ ନାଇଟ କର୍ଫ୍ଯୁ ହଟାଇବା ପରେ ଏବେ ଅନ୍ୟ କଟକଣା କୋହଳ କରିବେ ସେଠାକାର ସରକାର ।

ହରିୟଣା ସରକାର ମଧ୍ୟ ଫେବୃୟାରୀ ପହିଲାରୁ ଦଶମ ଏବଂ ଉର୍ଦ୍ଧ୍ଵ ଶ୍ରେଣୀ ଖୋଲିବାକୁ ଯାଉଛନ୍ତି । ଗୋଟିଏ ଡୋଜ ନେଇଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲ ଏବଂ କଲେଜରେ ପ୍ରବେଶ କରିବାକୁ ଅନୁମତି ମିଳିବ । ସେହିଭଳି ୫୦ ପ୍ରତିଶତ କ୍ଷମତା ସହ ସମସ୍ତ ସିନେମା ହଲ୍, ଥିଏଟର ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ଆବଶ୍ଯକୀୟ ସମସ୍ତ କରୋନା ଗାଇଡଲାଇନ ପାଳନ କରିବାକୁ ହେବ ବୋଲି ନିର୍ଦ୍ଦେଶ ରହିଛି । ଫେବୃୟାରୀ ପହିଲାରୁ ଉଚ୍ଚ ନ୍ୟାୟାଳୟର ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ।

ଆସନ୍ତା କାଲି ଠାରୁ ଉଚ୍ଚ ନ୍ୟାୟାଳୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ୟାନେଲଙ୍କ ସମେତ ସମସ୍ତ ଆଇନଜୀବୀ ଦାଖଲ କରୁଥିବା ପ୍ରତି ଓକିଲାତି ନାମାରେ ୫୦ ଟଙ୍କା ମୂଲ୍ୟର ଷ୍ଟାମ୍ପ ଲାଗିବ । ଏଥିସହିତ ବରିଷ୍ଠ ଆଇନଜୀବୀ, ଆଡଭୋକେଟ ଜେନେରାଲ ଓ ଆସିଷ୍ଟାଣ୍ଟ ଫିଲିସିଟର ଜେନେରାଲଙ୍କ ପକ୍ଷରୁ ଦାଖଲ ହେବାକୁ ଥିବା ଆପିଅରାନ୍ସ ମେମୋରେ ୧୦୦ ଟଙ୍କା ମୂଲ୍ୟର ଷ୍ଟାମ୍ପ ଲାଗିବ । ଏହି ପରିବର୍ତନ ନେଇ ଉଚ୍ଚ ନ୍ୟାୟଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଫେବୃୟାରୀ ୧ ରୁ ବ୍ଯାଙ୍କ ଅଫ ବରୋଦା ଚେକ କ୍ଲିୟରାନ୍ସ ସମ୍ବନ୍ଧିତ କିଛି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ଏଥର ଚେକ ପେମେଣ୍ଟ ପାଇଁ କନଫର୍ମେସନ ଅନିବାର୍ଯ୍ୟ ହେବ, ନଚେତ ଚେକକୁ ଫେରାଇ ଦିଆଯାଇ ପାରିବ ବୋଲି ବ୍ଯାଙ୍କ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି ଫେବୃୟାରୀରୁ ଏସବିଆଇ ଗ୍ରାହକଙ୍କୁ ମଧ୍ୟ କିଛିଟା ଝଟକା ଲାଗିପାରେ । ୧ ଫେବୃୟାରୀରୁ ଆଇଏମପିଏସ ଟ୍ରାନ୍ସାକ୍ସନରେ ଏକ ନୂଆ ସ୍ଲାବ ଯୋଡି ହେବାକୁ ଯାଉଛି । ଏଣିକି ୨ ରୁ ୫ ଲକ୍ଷ ଟଙ୍କା ଆଇଏମପିଏସ କଲେ ୨୦ ଟଙ୍କା ଶୁଳ୍କ ସହ ଜିଏସଟି ଦେବାକୁ ପଡିବ ।

ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ମଧ୍ୟ ଆସନ୍ତା କାଲି ଠାରୁ କିଛି ନିୟମ ବଦଳାଇବାକୁ ଯାଉଛି । କିସ୍ତି ବା ଡେବିଟ ଆକାଉଣ୍ଟରେ ଟଙ୍କା ନରହିଲେ ୨୫୦ ଟଙ୍କା ଫାଇନ ଦେବାକୁ ହେବ । ବର୍ତ୍ତମାନ କେବଳ ୧୦୦ ଟଙ୍କା ଦେବାକୁ ପଡୁଥିଲା । ଏଥିସହ ଡିମାଣ୍ଡ ଡ୍ରାଫ୍ଟ ପାଇଁ ୧୦୦ ଟଙ୍କା ବଦଳରେ ୧୫୦ ଟଙ୍କା ଦେବାକୁ ହେବ । ସବୁଠୁ ବଡ କଥା ହେଲା ଫେବୃୟାରୀ ପହିଲାରେ ସାଧାରଣ ବଜେଟ ୨୦୨୨-୨୩ ରେ ସଂସଦରେ ଉପସ୍ଥାପନ ହେବ । ଏଥର ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେପରଲେସ ବଜେଟ ଉପସ୍ଥାପନ କରିବେ ।

ବଜେଟ ସମ୍ପର୍କିତ ସୂଚନା ଏବଂ ଦସ୍ତାବିଜ ପାଇବାକୁ ଚାହୁଁଥିଲେ କେନ୍ଦ୍ରୀୟ ବଜେଟ ୱେବ ପୋର୍ଟାଲ www.indiabudget.gov.in କୁ ଯିବାକୁ ହେବ । ସେହିପରି ଆଣ୍ଡ୍ରୋଏଡ ଫୋନର ପ୍ଲେଷ୍ଟୋରରେ ୟୁନିୟନ ବଜେଟ ସର୍ଚ୍ଚ କଲେ ବଜେଟ ମିଳିପାରିବ ବୋଲି ସୂଚନା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।