ଯୌତୁକରେ ଆସିବେ ସରପଞ୍ଚ ! ଦେଖନ୍ତୁ ଓଡିଶା ପଞ୍ଚାୟତ ନିର୍ବାଚନୀର ଏହି ନିଆରା ଦୃଶ୍ୟ, ଆପଣ ବି ହେବେ ଆଶ୍ଚର୍ଯ୍ୟ !

ନିର୍ବାଚନ ମଇଦାନରେ ଘର ଘର ଭୋଟ ଭିକ୍ଷା କରୁଛନ୍ତି ବର କନ୍ୟା । ହାତରୁ ମେହେନ୍ଦି ଲିଭିନି କି ପାଦରୁ ଅଳତା ଛାଡିନି ତଥାପି ଘର ଘର ବୁଲି ଲୋକଙ୍କୁ ବୁଝାଇବାରେ ଲାଗିଛନ୍ତି ଏହି ନବ ବିବାହିତା ଦମ୍ପତ୍ତି । ଗାଦି ହାତେଇବା ପାଇଁ କିଏ ପାଣି ଟଙ୍କା ଖର୍ଚ୍ଚ କରୁଛନ୍ତି ତ ଆଉ କିଏ ଜନତାଙ୍କ ସ୍ନେହା ଶ୍ରଦ୍ଧାକୁ ପାଥେୟ କରି ନିର୍ବାଚନ ରଣଭୂମିକୁ ଓହ୍ଲାଉଛନ୍ତି । କିନ୍ତୁ ଏହି ପ୍ରାର୍ଥୀଙ୍କ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ଭିନ୍ନ । ସରପଞ୍ଚ ଗାଦି ହାତେଇବା ପାଇଁ ତାଙ୍କୁ ବିବାହ କରିବାକୁ ପଡିଲା ।

ସରପଞ୍ଚ ହେବା ପାଇଁ ସେ ସିନ୍ଥିରେ ପିନ୍ଧିଲେ ସିନ୍ଦୂର । ଆପଣ ଭାବୁଥିବେ ଏମିତି କେମିତି ସମ୍ଭବ ? ଏହା ବ୍ଯତୀତ ଅନ୍ୟ କିଛି ବିକଳ୍ପ ବି ନଥିଲା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ଆୟତିପୁର ପଞ୍ଚାୟତର ପ୍ରଶାନ୍ତ କୁମାର ପଲାଇ । ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପନଚ ପ୍ରାର୍ଥୀ ହେବେ ବୋଲି ସେ ଇଚ୍ଛୁକ ଥିଲେ । କିନ୍ତୁ ଅଚାନକ ସେହି ପଞ୍ଚାୟତର ସରପଞ୍ଚ ପଦଟି ମହିଳାଙ୍କ ପାଇଁ ସର॰କ୍ଷିତ ହୋଇଗଲା । ପ୍ରଶାନ୍ତ ଉପାୟ ଶୂନ୍ୟ ହୋଇଗଲେ । କଣ କରିବେ ତାଙ୍କୁ ବୁଦ୍ଧି ବାଟ ଦିଶିଲାନି ।

ଶେଷରେ ତାଙ୍କୁ ବିବାହ କରିବାକୁ ପଡିଲା । କାରଣ ଚଳିତ ସରପଞ୍ଚ ନିର୍ବାଚନରେ ନିଜ ପତ୍ନୀଙ୍କୁ ସରପଞ୍ଚ ପ୍ରାର୍ଥୀ କରିବେ ବୋଲି ପ୍ରଶାନ୍ତ ମନସ୍ଥ କଲେ । ପତ୍ନୀ ପ୍ରଭାତୀ ମଧ୍ୟ ନିଜ ସ୍ଵାମୀଙ୍କ ଇଚ୍ଛାକୁ ସମ୍ମାନ ନିର୍ବାଚନ ମଇଦାନରେ ଲଢେଇ ଆରମ୍ଭ କରିଛନ୍ତି । ତେବେ ସେ କହିଛନ୍ତି କି, ଗତ ବର୍ଷ ଅଗଷ୍ଟ ମାସରେ ସେମାନେ କୋର୍ଟ ମ୍ୟାରେଜ କରିଥିଲେ ।

କିନ୍ତୁ ସେମାନଙ୍କ ଗାଁ ଲୋକେ ଏହି ମ୍ୟାରେଜକୁ ସ୍ଵୀକାର କରି ନଥିବାରୁ ସେମାନେ ଏହି ଜାନୁୟାରୀ ମାସରେ ରୀତିନୀତି ଅନୁସାରେ ପୁଣି ଥରେ ବିବାହ କରିଲେ । ସରପଞ୍ଚ ଗାଦି ହାତେଇବା ପାଇଁ ଏହି ସ୍ଵାମୀ ସ୍ତ୍ରୀ ଦୁଇଜଣ ଜୋରଦାର କସରତ ଆରମ୍ଭ କରି ଦେଇଛନ୍ତି । ଲୋକଙ୍କ ସେବା ପାଇଁ ଯିଏ ବାହା ହେବାକୁ ପଛଘୁଞ୍ଚା ଦେଲେନି ନିର୍ବାଚନ ଜିତିଲେ ହୁଏତ ସେ ନିଶ୍ଚିତ ଭାବେ ଉତ୍ସାହ ସହ ଲୋକଙ୍କ ସେବା କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।