ସକାଳୁ ଉଚିତ ଉଠି କେଉଁ କାମ କଲେ ହୁଏ ସର୍ବନାଶ ଓ କେଉଁ କାମ କରିବା ହୋଇଥାଏ ଅତ୍ୟନ୍ତ ଶୁଭ ? ଦେଖନ୍ତୁ ଆଜିର Anuchinta

ସକାଳୁ ଉଠି ନକରାତ୍ମକ ବସ୍ତୁର ଦର୍ଶନ କରିବା ଦ୍ଵାରା ଆମ ଜୀବନରେ ତାହାର ନକରାତ୍ମକ ପ୍ରଭାବ ପଡିଥାଏ । କିନ୍ତୁ ସକାଳୁ ଉଠି ସକାରାତ୍ମକ ବସ୍ତୁର ଦର୍ଶନ କରିବା ଦ୍ଵାରା ଆମ ଜୀବନରେ ଏହାର ଭଲ ପ୍ରଭାବ ପଡିଥାଏ । ଆମ ଶାସ୍ତ୍ରରେ ଏପରି କିଛି ବସ୍ତୁ ବିଷୟରେ ଉଲ୍ଲେଖ ରହିଛି ଯାହା ପ୍ରତିଦିନ ସକାଳୁ ଉଠି ଦର୍ଶନ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି । ଆପଣଙ୍କୁ ଯଦି ଗରିବୀର ସାମ୍ନା କରିବାକୁ ପଡୁଛି, କାର୍ଯ୍ୟରେ ବାଧା ଉପୁଜିଛି କିମ୍ବା ଶତ୍ରୁଙ୍କ ସଂଖ୍ୟା ବଢୁଛି ତେବେ ଏହି ନିୟମ ନିଶ୍ଚୟ ମାନନ୍ତୁ ।

ସକାଳୁ ଉଠିବା ମାତ୍ରେ କେବେ ହେଲେ ଦର୍ପଣ ଦେଖିବା ଉଚିତ ନୁହେଁ । ଶାସ୍ତ୍ରାନୁସାରେ ଏପରି କରିବା ଦ୍ଵାରା ଆମ ଭାଗ୍ୟ ଉପରେ ଏହାର ନକରାତ୍ମକ ପ୍ରଭାବ ପଡିଥାଏ । ସେହିପରି ସକାଳୁ ଉଠିବା ମାତ୍ରେ ଛାଇ ଦେଖିବା ମଧ୍ୟ ଅନୁଚିତ । ଛାଇ ଆମ ମନରେ ଭ୍ରମ ତଥା ଭୟ ସୃଷ୍ଟି କରିଥାଏ । ଯାହା ସକାଳୁ ଦେଖିବା ଦ୍ଵାରା ଏହାର ନକରାତ୍ମକ ପ୍ରଭାବ ଆମ ଜୀବନରେ ପଡିବାର ଯଥେଷ୍ଟ ସମ୍ଭାବନା ରହିଥାଏ । ଏହାଦ୍ଵାରା ଆର୍ଥିକ ସମସ୍ଯା ବୃଦ୍ଧି କରିବା ସହ ହେବାକୁ ଥିବା କାର୍ଯ୍ୟ ମଧ୍ୟ ଅଟକି ରହିଯାଏ ।

ସକାଳୁ ଉଠିବା ମାତ୍ରେ ବ୍ୟକ୍ତିଙ୍କୁ ପ୍ରଥମେ ତାଙ୍କ ହାତ ଦେଖିବା ଉଚିତ । କାରଣ ହାତର ଅଗ୍ରଭାଗରେ ମା ଲକ୍ଷ୍ମୀ ବାସ କରନ୍ତି, ମଧ୍ୟଭାଗରେ ମା ସରସ୍ଵତୀ ଓ ସଂପୂର୍ଣ୍ଣ ହାତରେ ଶ୍ରୀକୁଷ୍ଣ ଗୋବିନ୍ଦ ବାସ କରନ୍ତି । ସେଥିପାଇଁ ସକାଳୁ ଉଠି ହାତର ଦର୍ଶନ କରିବା ଦ୍ଵାରା ଧନ ସମ୍ପତ୍ତି, ବିଦ୍ୟା ଓ ସୁଖଶାନ୍ତି ଆଦି ପ୍ରାପ୍ତ ହୋଇଥାଏ ।

କାରଣ ହାତର ଦର୍ଶନ କରିବା ଦ୍ଵାରା ମା ଲକ୍ଷ୍ମୀ, ମା ସରସ୍ଵତୀ ଓ ଶ୍ରୀକୃଷ୍ଣଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇଥାଏ । ପରୀକ୍ଷାରେ ସଫଳତା ପାଇବା ପାଇଁ ପ୍ରତ୍ଯେକ ବିଦ୍ୟାର୍ଥୀ ସକାଳୁ ଉଠି ହାତର ଦର୍ଶନ କରି ପାଠପଢା ଆରମ୍ଭ କରିବା ଉଚିତ ।

ସକାଳୁ ଉଠିବା ମାତ୍ରେ ଗୋମାତାଙ୍କ ଦର୍ଶନ ଅତ୍ୟନ୍ତ ଶୁଭ ହୋଇଥାଏ । ସେଥିପାଇଁ ସକାଳୁ ଘରଦ୍ଵାରକୁ ଗୋମାତା ଆସିଲେ ତାଙ୍କୁ ରୋଟି ଖୁଆଇ ତାଙ୍କ କାନରେ ନିଜ ମନୋସ୍କାମନା କହିବା ଦ୍ଵାରା ତାହା ଶୀଘ୍ର ପୂରଣ ହୋଇଥାଏ । ଏହାଦ୍ବାରା ମଧ୍ୟ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ ହେବା ସହ ଆର୍ଥିକ ସମସ୍ଯା ଦୂର ହୋଇଥାଏ । ପ୍ରତିଦିନ ସକାଳୁ ଉଠି ତୁଳସୀ ମା’ଙ୍କ ଦର୍ଶନ କରିବା ଉଚିତ । ସେହିପରି ଘରୁ କୁଆଡେ ଯିବା ପୂର୍ବରୁ ପିତାମାତାଙ୍କର ପାଦ ସ୍ପର୍ଶ କରି ଯିବା ଉଚିତ ।

ଏପରି କରିବା ଦ୍ଵାରା ବ୍ୟକ୍ତିଙ୍କୁ ପ୍ରଚୁର ଆଶୀର୍ବାଦ ପ୍ରାପ୍ତ ହୁଏ ଓ ପ୍ରତ୍ଯେକ କାର୍ଯ୍ୟରେ ସଫଳତା ମିଳେ । ସକାଳୁ ଉଠି ସୂର୍ଯ୍ୟଙ୍କୁ ଜଳ ଚଢାଇବା ଦ୍ଵାରା ମନୁଷ୍ୟକୁ ପରଜନ୍ମର ଫଳ ପ୍ରାପ୍ତି ହୁଏ । ସେଥିପାଇଁ ସକାଳୁ ଉଠି ସୂର୍ଯ୍ୟଙ୍କ ଦର୍ଶନ ଏବଂ ଜଳ ଅର୍ପଣ କରିବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।