ସାରା ଦେଶରେ ଫେବୃୟାରୀରୁ ବଦଳିଲା ଏହି 5 ଟି ବଡ ନିୟମ, ଜାଣିନିଅନ୍ତୁ ନହେଲେ ଅସୁବିଧାରେ ପଡି ପାରନ୍ତି ଆପଣ

ବର୍ଷର ଦ୍ଵିତୀୟ ମାସ ଫେବୃୟାରୀ ମାସ ସମସ୍ତଙ୍କ ପାଇଁ ବିଶେଷ ହୋଇଥାଏ । ଏମିତିରେ ଫେବୃୟାରୀ ମାସରେ ସାରା ଦେଶରେ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି, ଯାହା ବିଷୟରେ ସମସ୍ତଙ୍କୁ ଜଣାଥିବା ଆବଶ୍ୟକ । ଆଜ୍ଞା ହଁ, ଫେବୃୟାରୀ ମାସର ଆରମ୍ଭରୁ ହିଁ ସାରା ଦେଶରେ ବହୁତ କିଛି ନୂଆ ହେବାକୁ ଯାଉଛି, ଯେଉଁଥିରୁ ଗୋଟିଏ ହେଲା ଦେଶର ନୂଆ ବଜେଟ ବସିବା । 1 ଫେବୃୟାରୀ କୁ ଦେଶର ବଜେଟ ଆସିଛି ଓ ଏହା ବିଜେପି ସରକାରଙ୍କର ଶେଷ ବଜେଟ ହେବ । ଏହା ବ୍ୟତିତ 1 ଫେବୃୟାରୀ ରୁ ବହୁତ କିଛି ବଦଳିବାକୁ ଯାଉଛି, ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ । ତେବେ ଚାଲନ୍ତୁ ଜାଣିବା କି ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ।

ସବର୍ଣ୍ଣ ଆରକ୍ଷଣ

ଗତ ଦିନରେ ମୋଦି ସରକାର ସବର୍ଣ୍ଣ ଜାତିର ଲୋକଙ୍କୁ 10% ଆରକ୍ଷଣ ଦେଇ ଇତିହାସ ରଚିଛନ୍ତି, ଯାହା କାରଣରୁ ସରକାରଙ୍କର ବହୁତ ପ୍ରଶଂସା ହେଉଛି । ଏମିତିରେ ଏହି ଆରକ୍ଷଣ 1 ଫେବୃୟାରୀ ରୁ ଲାଗୁ ହୋଇଛି । 1 ଫେବୃଆରୀ ରୁ ସବର୍ଣ୍ଣ ଜାତିର ଲୋକଙ୍କୁ ସରକାରୀ ଚାକିରିରେ 10% ଆରକ୍ଷଣ ମିଳିବ । ଏହା ଦେଶରେ ପ୍ରଥମ ଥର ହେଉଛି କି ସବର୍ଣ୍ଣ ଜାତିକୁ ଆରକ୍ଷଣ ଦିଆ ଯାଉଛି ।

ଡ୍ରାଇଭିଂ ଲାଇସେନ୍ସ

ଡ୍ରାଇଭିଂ ଲାଇସେନ୍ସ ରେ ଆଧାର କାର୍ଡ ଯୋଡା ହେବାର ଶେଷ ମାସ କେବଳ ଫେବୃୟାରି ଅଟେ । ଏମିତିରେ ଯଦି ଆପଣ ଏ ପର୍ଯ୍ୟନ୍ତ ଏହି କାମ କରି ନାହାଁନ୍ତି ତେବେ ଜଲଦି କରାଇ ନିଅନ୍ତୁ । ସରକାର ଏହି ପଦକ୍ଷେପ ଏଥିପାଇଁ ଉଠାଇଛନ୍ତି କି ଯାହା ଦ୍ଵାରା ନକଲି ଡ୍ରାଇଭିଂ ଲାଇସେନ୍ସ କୁ ବନ୍ଦ କରାଯାଇପାରିବ । ଯଦି ଆପଣ ସମୟ ଥାଇ ନ କରାନ୍ତି ତେବେ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ କ୍ୟାନସେଲ ହୋଇପାରେ ।

ଅନଲାଇନ ୱାଲେଟ

ଆପଣ ଅନଲାଇନ ୱାଲେଟ ଯେମିତିକି ଫୋନ ପେ, ପେଟିଏମ ଓ ଆମାଜନ ଆଦି ରଖିଛନ୍ତି ତେବେ ତୁରନ୍ତ KYC କରାଇ ନିଅନ୍ତୁ, ନତୁବା ଆପଣଙ୍କର ସବୁ ୱାଲେଟ ବନ୍ଦ ହୋଇଯିବ । ସରକାର ଏଥିପାଇଁ ଗ୍ରାହକଙ୍କୁ 28 ଫେବୃୟାରୀ, 2019 ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଯଦି ଆପଣ କରାଇବେ ନାହିଁ ତେବେ ଆପଣଙ୍କର ଏହି ୱାଲେଟ କାମ କରିବ ନାହିଁ ।

ଆରଟିଆଇ ଫାଇଲ କରିବା

ଯଦି ଆପଣ ଗତ ବର୍ଷର 2017-2018 ର ଆରଟିଆଇ ଫାଇଲ କରି ନାହାଁନ୍ତି, ତେବେ ଆପଣଙ୍କ ପାଖରେ ଏବେ ବହୁତ କମ ସମୟ ଅଛି । ଏଥିପାଇଁ ଆପଣ ଜଲଦି ଫାଇଲ କରାଇ ନିଅନ୍ତୁ, ନତୁବା ଆପଣଙ୍କୁ କ୍ଷତି ହେବ । ଏଥିପାଇଁ ନିର୍ଦ୍ଧାରିତ ସମୟ ସୀମା 31 ମାର୍ଚ୍ଚ, 2019 ରଖା ଯାଇଛି । ତାହା ପରେ ଆପଣଙ୍କୁ ବଡ କ୍ଷତି ହୋଇପାରେ ।

ପସନ୍ଦର ଚ୍ୟାନେଲ

ଟ୍ରାଇ ର ନିୟମ ଅନୁସାରେ ସମସ୍ତଙ୍କୁ ନିଜର ପସନ୍ଦର ଚ୍ୟାନେଲ 1 ଫେବୃୟାରୀ ପୂର୍ବରୁ ବାଛିବାର ଅଛି । ଯଦି ଆପଣ ଏମିତି କରନ୍ତି ନାହିଁ ତେବେ ଆପଣ ଟିଭି ଦେଖିପାରିବେ ନାହିଁ । ଏଥିପାଇଁ ଆଜି ହିଁ ଆପଣ ନିଜର କେବୁଲ ଅପରେଟର ବା ଡ଼ିଟିଏଚ ଅପରେଟର ଙ୍କ ସହ ସମ୍ପର୍କ କରନ୍ତୁ ଓ ନିଜର ପସନ୍ଦ ଚ୍ୟାନେଲ ର ଲାଭ ଉଠାନ୍ତୁ ।

ଆଶା କରୁଛୁ ଆମର ଏହି ସୂଚନା ନିଶ୍ଚୟ ଆପଣକ କାମରେ ଆସିବ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଆହୁରି ଏହିଭଳି ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।