ବାହା ନ ହୋଇ ମା ହେଲେ ଏକତା କପୁର, ରଖିଲେ ପୁଅର ଏକ ଏମିତି ନାମ ଅଜା ଜିତେନ୍ଦ୍ର ବି ହୋଇଗଲେ ଖୁସ

ବଲୀଉଡ ଏବଂ ଟିଭି ଇଣ୍ଡଷ୍ଟ୍ରି ଦୁନିଆରେ ଏହି ଦିନରେ ଖୁସିର ଲହରୀ ଚାଲିଛି । ଗୋଟିଏ ପଟେ କିଛି ଷ୍ଟାର ମାନଙ୍କର ବାହାଘରର ଚାଲିଛି ଏବଂ ଅନ୍ୟ ପଟେ କିଛି ଷ୍ଟାର ମାନଙ୍କର ଘରେ ଛୋଟ ନୂଆ ଅତିଥି ଆସୁଛନ୍ତି । ଏହି ସମୟରେ ଟିଭିର ରାଣୀ ଏକତା କପୁରଙ୍କ ଘରେ ବି ଖୁସିଖବର ଆସିଛି । ଏକତା କପୁର କୁଆଁରୀ ମା ହୋଇଛନ୍ତି ।

କହିବାକୁ ଗଲେ ଏକତା କପୂର ବର୍ତ୍ତମାନ ପର୍ଯ୍ୟନ୍ତ ବାହା ହୋଇ ନାହାନ୍ତି, କିନ୍ତୁ ସେରୋଗେସୀ ଜରିଆରେ ତାଙ୍କୁ ମା ହେବାର ଖୁସି ମିଳିଛି । ଏକତାଙ୍କ ଘରେ ନୂଆ ଅତିଥି ଆସିବେ ।

ବାପାଙ୍କ ନାମରେ ରଖିଲେ ପୁଅର ନାମ

ଏକତା କପୂରଙ୍କ ଦ୍ଵାରା ପ୍ରୋଡ୍ୟୁସ କରାଯାଉଥିବା ସିରିୟଲ ବହୁତ ଭଲ ଆୟ କରିଥାଏ ଏବଂ ଟିଆରପୀ ସବୁବେଳେ ଆଗରେ ରହିଥାଏ । ବର୍ତ୍ତମାନ ଏକତା ନିଷ୍ପତି ନେଇଛନ୍ତି କି ସେ ସେରୋଗେସୀ ଜରିଆରେ ମା ହେବେ । କହିଦେଉଛୁ ଯେ ତାଙ୍କର ଭାଇ ଏବଂ ବଲୀଉଡର ଅଭିନେତା ତୁଷାର କପୂର ବି ବାହା ହୋଇ ନାହାନ୍ତି ଏବଂ ସେ ବି ସେରୋଗେସୀ ଜରିଆରେ ଏକ ପୁଅର ବାପା ହୋଇଛନ୍ତି । ସେ ତାଙ୍କ ପୁଅର ନାମ ଲକ୍ଷ୍ୟ ରଖିଥିଲେ ।

ଏକତା ନିଜ ପୁଅର ନାମ ରବି ରଖିଛନ୍ତି । କହିବାକୁ ଗଲେ ଜିତେନ୍ଦ୍ରଙ୍କର ପ୍ରଥମ ନାମ ରବି କପୂର ଥିଲା ଏବଂ ପରେ ସେ ନିଜର ନାମ ବଦଳାଇ ଦେଇଥିଲେ । ବର୍ତ୍ତମାନ ତାଙ୍କର ନାତିର ନାମ ତାଙ୍କ ନାମ ଉପରେ ରଖା ଦିଆ ଯାଇଛି । ଏକତା ଟ୍ଵିଟ କରି ଲେଖିଛନ୍ତି କି କୃପୟା ନିଜର ଭଲ ପାଇବା ଏବଂ ଆଶୀର୍ବାଦ ରବିଙ୍କୁ ଦିଅନ୍ତୁ, ଜୟ ମାତା ଦୀ, ଜୟ ବାଲାଜୀ ।

ଏକତା ଆଗକୁ ଲେଖିଛନ୍ତି କି ମୁଁ ଜୀବନରେ ବହୁତ ସଫଳତା ପାଇଛି, କିନ୍ତୁ ନିଜ ପିଲାର ଖୁସି ଅଲଗା ଅଟେ । ମୁଁ ଜାଣି ପାରୁ ନାହିଁ କି କେଉଁଭଳି ଭାବରେ ମୋର ଖୁସିକୁ କହିବି । ଆପଣ ନିଜ ଜୀବନ ବିଷୟରେ ଯାହା ଚିନ୍ତା କରିଥାନ୍ତି ତାହା ସବୁବେଳେ ହୋଇ ନଥାଏ, ମୋତେ ଆଜି ମୋର ସବୁ ଖୁସି ମିଳି ଯାଇଛି ।

ଟିଭିର ରାଣୀ ଏକତାଙ୍କୁ ମିଳିଲା ଶୁଭକାମନା

ଏକତା ନିଜର ଡାକ୍ତରଙ୍କର ଧନ୍ୟବାଦ କରିଛନ୍ତି । ଡାକ୍ତର ଲେଖିଲେ କି ଏକତା କିଛି ବର୍ଷ ପୂର୍ବରୁ ମୋ ପାଖକୁ ଆସିଥିଲେ ଏବଂ ଆମେ ତାଙ୍କର ସାଇଂଟିଫିକ  ଉପାୟରେ ସାହାର୍ଯ୍ୟ କରିଲୁ ଯାହା ଦ୍ଵାରା ସେ ମା ହୋଇ ପାରିଛନ୍ତି । କହିଦେଉଛୁ ଯେ ଏକତାଙ୍କୁ ମା ହେବାର ଶୁଭକାମନା ମିଳିବା ଆରମ୍ଭ ହୋଇଯାଇଛି ।

କହିଦେଉଛୁ ଯେ ବହୁତ ଷ୍ଟାରମାନେ ତାଙ୍କୁ ଶୁଭକାମନା ଦେଉଛନ୍ତି । କିନ୍ତୁ ତାଙ୍କର ଭାଇ ତୁଷାର ତାଙ୍କୁ କିଛି ଅଲଗା ପ୍ରକାରର ଲେଖିଛନ୍ତି କି ଏକତା ମୋ ପୁଅ ପାଇଁ ଏକ ମା ଭଳି ଥିଲେ ବର୍ତ୍ତମାନ ତାଙ୍କ ଜୀବନରେ ଏମିତି ସମୟ ଆସିଛି । ସେ ବହୁତ ଖୁସି ଅଛନ୍ତି । ଭଗବାନ ରବିଙ୍କୁ ବହୁତ ଖୁସି ଏବଂ ଭଲ ସ୍ୱାସ୍ଥ୍ୟ ଦିଅନ୍ତୁ । ମୁଁ ସମସ୍ତଙ୍କୁ ମୋର ପରିବାରକୁ ଏତେ ଭଲ ପାଇବା ଦେଇଥିବା ପାଇଁ ଧନ୍ୟବାଦ ।