ମାସିକ ରାଶିଫଳ: ଭାଗ୍ୟଶାଳୀ ରହିବେ ଏହି 4 ଟି ରାଶିର ଲୋକ, ରାଜଯୋଗର ମିଳୁଛୁ ସଙ୍କେତ, ପୂର୍ଣ୍ଣହେବ ସବୁ କାମ

ଫେବୃୟାରି ମାସରେ 4 ଟି ରାଶିର ଲୋକଙ୍କୁ ତାଙ୍କ ପାର୍ଟନର ମିଳିବାର ଯୋଗ ହେଉଛି । ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ଥିବ କି ଫେବୃୟାରୀ ମାସ ଆମ ପାଇଁ କେମିତି ରହିବ ? ଆଜି ଆମେ ଆପଣଙ୍କୁ ଫେବୃୟାରି ମାସର ରାଶିଫଳ ଜଣାଇବାକୁ ଯାଉଛୁ । ଏହି ରାଶିଫଳରେ ଆପଣ ନିଜ ରାଶି ଅନୁସାରେ ଜାଣି ପାରିବେ କି ଫେବୃୟାରି ମାସ ଆପଣଙ୍କ ପ୍ରେମ, କ୍ୟାରିଅର ତଥା ସ୍ୱାସ୍ଥ୍ୟ ପାଇଁ କେମିତି ରହିବ । ଏହି ମାସିକ ରାଶି ଫଳରେ ଆପଣଙ୍କୁ ଆପଣଙ୍କ ଜୀବନରେ ହେବାକୁ ଥିବା ଘଟଣାର ସକ୍ଷେପରେ ବର୍ଣ୍ଣନା ମିଳିବ, ତେବେ ଚାଲନ୍ତୁ ଜାଣିବା ଫେବୃୟାରୀ ମାସର ଏହି ରାଶିଫଳ ।

ମେଷ ରାଶି

ଏହି ମାସରେ ପରିବାର ଲୋକଙ୍କ ସାଥିରେ ମନମାଳିନ ହୋଇପାରେ । ପିତାଙ୍କ ସ୍ୱାସ୍ଥ୍ୟ ପାଇଁ ସାବଧାନ ରୁହନ୍ତୁ । ଏହି ମାସରେ ପ୍ରେମ ସମ୍ବନ୍ଧରେ ସତର୍କତାର ଆବଶ୍ୟକ ଅଛି, ଲବ ପାର୍ଟନର ସହିତ ମାନମାଳୀନ ହୋଇପାରେ । ନୂଆ କାରବାର କରି ପାରନ୍ତି । ବିଜନେସରେ ବଡ ଲାଭ ମିଳିପାରେ । ଆପଣଙ୍କ ଚିନ୍ତା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ ଓ ଆପଣ ବେମାର ବି ହୋଇ ପାରନ୍ତି ।

ବୃଷ ରାଶି

ଏହି ମାସରେ ଆପଣଙ୍କୁ କାର୍ଯ୍ୟ ପୁରା କରିବାରେ ସମସ୍ୟା ହୋଇପାରେ। ଧ୍ୟାନ ଲଗାଇବାରେ ମାନସିକ ଶାନ୍ତି ମିଳିବ । ସିଙ୍ଗଲ ଲୋକଙ୍କୁ ପାର୍ଟନର ମିଳିପାରେ । ପାର୍ଟନର ଖୁସି ପାଇଁ କିଛି ନୂଆ କରିବେ । ଯଦି ଆପଣ ନିବେଶ କରୁଛନ୍ତି ତେବେ ଭାବି ଚିନ୍ତି କରନ୍ତୁ । ପେଟ ଦରଜର ସମସ୍ୟା ହୋଇ ପାରେ ଏଥିପାଇଁ  ଆପଣଙ୍କୁ ନିଜ ଖାଦ୍ୟ ପେୟରେ ସଂଯମ ରଖିବାକୁ ପଡିବ ।

ମିଥୁନ ରାଶି

ଏହି ମାସରେ ଚାକିରିରେ , ବ୍ୟାପାର ସ୍ଥାନରେ ବା ଘରେ କାହାକୁ ଦୁଃଖ ନ ପହଞ୍ଚୁ ଏହାର ଧ୍ୟାନ ରଖିବେ । ଭାବିଥିବା କାମ ସମୟରେ ପୁରା ହେବ । ରୋମାନ୍ସ ଦୃଷ୍ଟିରୁ ଏହି ମାସରେ ଆପଣ ଏକୁଟିଆ ଅନୁଭବ କରିବେ । ଚାକିରି ଓ କ୍ୟାରିଅର କ୍ଷେତ୍ରରେ ଅପ୍ରତ୍ୟାଶିତ ଅବସର ମିଳିପାରେ । ନୂଆ ରୋଜଗାର ବି ମିଳିପାରେ । ଏହି ମାସରେ ଆପଣ ନିଜର ସ୍ୱାସ୍ଥ୍ୟ ଓ ଆରମ ର ବିଶେଷ ଧ୍ୟାନ ରଖନ୍ତୁ ।

କର୍କଟ ରାଶି

ଏହି ମାସରେ ରାଗରେ କୌଣସି ନିଷ୍ପତ୍ତି ନେବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଆପଣଙ୍କର କୌଣସି ରାଜନୈତିକ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ ଯାହାର ସହଯୋଗ ଆପଣଙ୍କୁ ମିଳିବ । କ୍ୟାରିଅର ପାଇଁ ଏହି ମାସ ବହୁତ ଭଲ ରହିବ । ଛାତ୍ରଙ୍କ ପାଇଁ ଶୁଭ ସମୟ ଅଟେ । ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ପଡିବ ।

ସିଂହ ରାଶି

ସିଂହ ରାଶିର ଲୋକଙ୍କୁ ଆଧ୍ୟାତ୍ମିକ କ୍ଷେତ୍ରରେ ସିଦ୍ଧି ମିଳିବ । ଆପଣ ଭାବି ଚିନ୍ତି କୌଣସି ନିଷ୍ପତ୍ତି ନିଅନ୍ତୁ । ଜଲ୍ଦି ଜଲ୍ଦି ରେ କୌଣସି କାମ କରନ୍ତୁ ନାହିଁ । ଏହି ମାସରେ ଚାକିରିରେ କିଛି ନୂଆ ଯୋଜନା ସାମ୍ନାକୁ ଆସିପାରେ । ସ୍ୱାସ୍ଥ୍ୟ ପାଇଁ ସାବଧାନ ରୁହନ୍ତୁ । ଅଣ୍ଟାରେ ଦରଜ ରହିପାରେ ।

କନ୍ୟା ରାଶି

ଆପଣଙ୍କର ସଚ୍ଚୋଟତା ଓ କାମ କରିବାର ଶୈଳୀ, କାମ ପୁରା କରିବାର କ୍ଷମତା ଏହି ମାସରେ ଆପଣଙ୍କୁ ଉନ୍ନତି ଆଣିଦେବ । ଅବିବାହିତଙ୍କର ବିବାହର ଚର୍ଚ୍ଚା ହେବ ଓ ଦାମ୍ପତ୍ୟ ଜୀବନରେ ମଧୁରତା ରହିବ । ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ ବିଶେଷ କରି ପେଟ ସମ୍ବନ୍ଧୀୟ କୌଣସି ରୋଗର ସାମ୍ନା କରିବାକୁ ପଡିବ ।

ତୁଳା ରାଶି

ତୁଳା ରାଶିର ଲୋକଙ୍କୁ ଏହି ମାସରେ ଅଧିକ ସଚେତ ରହିବାର ଆବଶ୍ୟକତା ଅଛି । କୌଣସି ପ୍ରକାରର ଅଘଟଣ ହେବାର ଯୋଗ ହେଉଛି । ଏହି ମାସରେ ଆପଣଙ୍କର କୌଣସି ନୂଆ ଲୋକଙ୍କ ସହିତ ସମ୍ବନ୍ଧ ହୋଇପାରେ । ପଇସା ମାମଲାରେ କାହା ଉପରେ ଭରସା କରନ୍ତୁ ନାହିଁ । ଧୋକା ମିଳିପାରେ । ମାନସିକ ଚିନ୍ତା ପରେ ବି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ବିଚ୍ଛା ରାଶି

ଆପଣ ନିଜର ଲୁଚିରହିଥିବା ବିଶେଷତ୍ତ୍ଵ କୁ ବ୍ୟବହାର କରି ଏହି ମାସକୁ ବହୁତ ଭଲ କରିବେ । ସାମାଜିକ କାର୍ଯ୍ୟରେ ଧନ ଖର୍ଚ୍ଚ ହେବାର ଯୋଗ ହେଉଛି । ପାର୍ଟନର ସହିତ ସମ୍ପର୍କ ମଧୁର ରହିବ । ବିଜନେସ ଓ ଚାକିରିରେ ଅନୁକୂଳ ପରିସ୍ଥିତି ରହିବ । ପେଟ ଓ ମୁଣ୍ଡ ବିନ୍ଧାରେ ଚିନ୍ତିତ ରହିବେ ।

ଧନୁ ରାଶି

ଏହି ମାସରେ ବିଦ୍ୟାର୍ଥୀଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ଚାକର ଓ ସହକର୍ମୀଙ୍କ ପାଇଁ ଚିନ୍ତିତ ରହିବେ । ରୋମାଣ୍ଟିକ ଜୀବନରେ ରୋମାନ୍ସ ରହିବ । ସମାଜରେ ମାନ ସମ୍ମାନ ମିଳିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ମାସ ଆପଣଙ୍କ ପାଇଁ ଭଲ ରହିବ ।

ମକର ରାଶି

ବ୍ୟବସାୟିକ ନିଷ୍ପତ୍ତି ନେବା ପାଇଁ ଏହି ମାସ ବହୁତ ଭଲ ରହିବ । ଆପଣଙ୍କ ପାଖ ଲୋକ ଆପଣଙ୍କର ପ୍ରେମ ସମ୍ବନ୍ଧକୂ ଭାଙ୍ଗିବାରେ ଷଡଯନ୍ତ୍ର କରି ପାରନ୍ତି । ଜଲ୍ଦି ଜଲ୍ଦି ରେ ନିବେଶ କରନ୍ତୁ ନାହିଁ, କ୍ଷତି ହୋଇପାରେ ।

କୁମ୍ଭ ରାଶି

ଏହି ମାସରେ ଘରକୁ ସଜାଇବା ବ୍ୟତୀତ ପିଲାମାନଙ୍କର ଆବଶ୍ୟକତାକୁ ଧ୍ୟାନ ଦିଅନ୍ତୁ । ବିଚାର ଉପରେ ନାକାରାତ୍ମକକୁ ଭାରି ହେବାକୁ ଦିଅନ୍ତୁ ନାହିଁ । ସ୍ଵାସ୍ଥ୍ୟର ଧ୍ୟାନ ରଖିବାର ଆବଶ୍ୟକତା ଅଛି । ଏହି ମାସରେ ଆପଣଙ୍କୁ କ୍ୟାରିଅରରେ ପ୍ରଗତିର ମଉକା ମିଳିପାରେ । ପାଚନ ଶକ୍ତି ଗଡବଡ ରହିବ । ପୁରୁଣା ରୋଗରେ ମଧ୍ୟ ଆପଣ ଚିନ୍ତିତ ରହିବେ ।

ମିନ ରାଶି

ଏହି ମାସରେ ପାଖ ଲୋକଙ୍କ ସହିତ ମତଭେଦ ହୋଇପାରେ । ପାର୍ଟନର ଆପଣଙ୍କର ସବୁ କଥା ମାନିବେ । ଲବ ଲାଇଫ ପାଇଁ ଏହି ମାସ ଭଲ ଅଟେ । ଚାକିରି, ବ୍ୟବସାୟ ବା ଅନ୍ୟ କୌଣସି କ୍ଷେତ୍ରରେ ଥିଲେ ସଫଳତା ଆପଣଙ୍କ ପାଦ ଛୁଇଁବ । ସ୍ଵାସ୍ଥ୍ୟର ଧ୍ୟାନ ରଖିବା ଜରୁରୀ ଅଟେ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ସେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ଯାହା ଦ୍ଵାରା ଆମେ ଜ୍ୟୋତିଷ ସମ୍ବନ୍ଧୀୟ ସବୁ ତଥ୍ୟ ଆପଣଙ୍କ ପାଖରେ ପହଞ୍ଚାଇ ପାରିବୁ ।