ଦେଖନ୍ତୁ ସୀମାଞ୍ଚଳ ଏକ୍ସପ୍ରେସ ଦୂର୍ଘଟଣା କେତେ ଭୟାନକ ଥିଲା ଏହି ସବୁ ଫୋଟୋରେ

ଜୋଗବନୀରୁ ନୂଆଦିଲ୍ଲୀ ଯାଉଥିବା ଆନନ୍ଦ ବିହାର – ରାଧିକାପୁର (୧୨୪୮୭) ଏକ୍ସପ୍ରେସ୍ ରବିବାର ଭୋରରୁ ବିହାରର ବୈଶାଳୀ ଜିଲ୍ଲାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୂର୍ଘଟଣା ହାଜିପୁର-ବଛବାଡା ରେଳଖଣ୍ଡର ମହନାର ଏବଂ ସହଦୋଇ ବୁଜୁର୍ଗ ଷ୍ଟେସନ୍ ମଝିରେ ହୋଇଥିଲା । ଏହି ଦିଲ୍ଲୀଗାମୀ ସୀମାଞ୍ଚଳ ଏକ୍ସପ୍ରେସର ର ୯ ଟି ବଗି ରେଳଲାଇନ୍ ଚ୍ୟୁତ ହୋଇଥିଲା ।  ଏହାର ୯ ଟି ଡବା ଧାରଣାରୁ ବାହାରି ଯିବାରୁ ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିଯୋଗୁଁ ଅନେକ ଲୋକ ଆହତ ହୋଇଥିବାର ସୂଚନା ମିଳିଛି । ଏହି ସୂଚନା ଅନୁସାରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସିଛି ।

୧ . ଦୂର୍ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଯାଇଛି, ଏହି ଦୂର୍ଘଟଣା ପ୍ରାତଃ ୩ ଟା ୫୨ ସମୟରେ ହୋଇଥିଲା ।

୨ . ଅନ୍ଧାର କାରଣରୁ ଉଦ୍ଧାର କାର୍ଯ୍ୟରେ କିଛି ମାତ୍ରାରେ ବିଳମ୍ବ ହୋଇଥିଲା । ଘଟଣା ପରେ ଉକ୍ତ ସ୍ଥାନରେ ଚିତ୍କାର ଶୁଣାଯାଇଥିଲା ।

୩ . ଏହି ଘଟଣାରେ ଯେଉଁଠି ୬ ଜଣ ଯାତ୍ରୀଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସିଛି ସେଠାରେ ଅନେକ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତିି । ଯାହାଙ୍କୁ ଉଦ୍ଧାର ମଧ୍ୟ କରାଯାଇଛି ।

୪ . ସୁଚନା ମିଳିବା ପରେ ସୋନପୁର ଏବଂ ବରୋନୀରୁ ଡାକ୍ତରଙ୍କ ଏକ ଟିମ୍ ଘଟଣାସ୍ଥଳକୁ ପଠାଇ ଦିଆଯାଇଛି । ସୋନପୁର ରେଳମଣ୍ଡଳରୁ ଅଧିକାରୀଙ୍କ ଏକ ଟିମ୍ ଘଟଣାସ୍ଥଳକୁ ଯାଇଥିଲା ।

୫ . ରେଳବାଇ ଯାତ୍ରୀଙ୍କ ଯାହାର୍ଯ୍ୟ ସକାଶେ ହେଲପଲାଇନ୍ ନମ୍ବର ଜାରି କରିଛି ।  ସୋନପୁର – ୦୬୧୫୮୨୨୧୬୪୫ , ହାଜିପୁର – ୦୬୨୨୪୨୭୨୨୩୦ , ବରୋନୀ – ୦୬୨୭୯୨୩୨୨୨୨ ଏହି ସବୁ ନମ୍ବର

୬ . ଦୂର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାର ମଧ୍ୟ ଆଶଙ୍କା ରହିଛି କାରଣ ରେଳର ଅନେକ ଡବା ଗୋଟିଏ ଉପରେ ଆଉ ଗୋଟିଏ ଚଢିଯାଇଛି । ତେବେ ଉଦ୍ଧାର କାର୍ଯ୍ୟ ଏଯାଏଁ ଜାରି ରହିଛି ।

୭ . ଏହି ଦୂର୍ଘଟଣାରେ ତିନୋଟି ଡବା କ୍ଷତିଗ୍ରସ୍ତ ହୋଇଯାଇଛି । ଟ୍ରେନ୍ ନମ୍ବର ୧୨୪୮୭ ଜୋଗବନୀରୁ ଆନନ୍ଦବିହାର ଷ୍ଟେସନ୍ ପର୍ଯ୍ୟନ୍ତ ଯାଇଥାଏ । ।