ଫେବୃୟାରୀରୁ ବଡ ପରିବର୍ତ୍ତନ ! ବଦଳିଯିବ ଏହି ସବୁ ନିୟମ, ଦେଖନ୍ତୁ ଆପଣଙ୍କ ପକେଟ ଓ ବଜେଟ ଉପରେ କିପରି ରହିବ ଏହାର ପ୍ରଭାବ

ଫେବୃୟାରୀ ପହିଲାରୁ ହେବାକୁ ଯାଉଛି ବଡ ପରିବର୍ତ୍ତନ । ଅନେକ ବଡ ନିୟମ ବଦଳିବା ସହ ଆପଣଙ୍କ ପକେଟ ଓ ବଜେଟ ଉପରେ ପଡିବ ସିଧା ପ୍ରଭାବ । ଫେବୃୟାରୀ ମାସ ୧ ତାରିଖରୁ ବଦଳିବାକୁ ଯାଉଛି ଏହିସବୁ ନିୟମ । ଯାହା ପ୍ରତି ମାସ ଆରମ୍ଭରେ ଲାଗୁ ହୋଇଥାଏ ବ ସଂଶୋଧନ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ନିୟମ ବଦଳିବ ଓ ଏହାର ଆପଣଙ୍କ ଉପରେ କଣ ପ୍ରଭାବ ପଡିବ ।

ଏସବିଆଇ ଏକ ବଡ ପରିବର୍ତ୍ତନ କରୁଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଟଙ୍କା ଟ୍ରାନ୍ସଫର କରିବା ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି ଭାରତୀୟ ଷ୍ଟେଟ ବ୍ଯାଙ୍କ । ଏଣିକି ଆଇଏମପିଏସ ଜରିଆରେ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାନ୍ସଫର କରିବା ମହଙ୍ଗା ପଡିବ । ବ୍ଯାଙ୍କ ଅଫ ବରୋଦା ମଧ୍ୟ ତା’ର ଚେକ ପେମେଣ୍ଟରେ ବଡ ପରିବର୍ତ୍ତନ କରିବାକୁ ଯାଉଛି । ଫେବୃୟାରୀ ୧ ତାରିଖରୁ ବ୍ଯାଙ୍କ ଅଫ ବରୋଦାର ଚେକ ପେମେଣ୍ଟ ପାଇଁ ପଜିଟିଭ ପେ ସିଷ୍ଟମ ଅନୁସରଣ କରିବାକୁ ପଡିବ ।

ଅର୍ଥାତ ଚେକ ସମ୍ବନ୍ଧୀୟ ସୂଚନା ପଠାଇବା ପରେ ହିଁ ଚେକ କ୍ଲିୟର ହେବ । ତେବେ ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଚେକ କ୍ଲିୟରାନ୍ସ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ସେହିଭଳି ଏଥର ଅଧିକ ଫାଇନ ନେବ ପିଏନବି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏହି ପରିବର୍ତ୍ତନ ସିଧାସଳଖ ଆପଣଙ୍କ ଉପରେ ପଡିବ । ଯଦି ଆପଣଙ୍କ ଆକାଉଣ୍ଟରେ ଟଙ୍କା ଅଭାବ ଯୋଗୁଁ କିସ୍ତି କିମ୍ବା ବିନିଯୋଗ ବିଫଳ ହୁଏ ତେବେ ଏଥିପାଇଁ ଆପଣଙ୍କୁ ୨୫୦ ଟଙ୍କା ଫାଇନ ଦେବାକୁ ହେବ ।

ରନ୍ଧନ ଗ୍ଯାସ ସିଲିଣ୍ଡର ଦର ମଧ୍ୟ ଏହି ମାସରୁ ବଦଳିବ । ପ୍ରତି ମାସର ଆରମ୍ଭରେ ନୂଆ ଗ୍ଯାସ ଦର ଲାଗୁ ହୋଇଥାଏ । ତେବେ ଚଳିତ ମାସ କେନ୍ଦ୍ର ବଜେଟ ଉପସ୍ଥାପନ କରିବାକୁ ଯାଉଛୁ ଏହାର ପ୍ରଭାବ ଗ୍ଯାସ ସିଲିଣ୍ଡର ଉପରେ କଣ ପଡିବ ତାହା ହିଁ ଅପେକ୍ଷା । ଫେବୃୟାରୀ ମାସ ଆରମ୍ଭରେ ଆର୍ଥିକ ବର୍ଷ ୨୦୨୨ ଏବଂ ୨୦୨୩ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏଥିରେ ଡାଇରେକ୍ଟ ଏବଂ ଇନଡାଇରେକ୍ଟ ଟ୍ୟାକ୍ସ ସମ୍ବନ୍ଧିତ ନିୟମରେ ପରିବର୍ତ୍ତନ ହୋଇପାରେ । ତେବେ ପାଞ୍ଚୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ସାଧାରଣ ଲୋକଙ୍କ ପାଇଁ ସରକାର କେଉଁ ଭଳି ବଜେଟ ଆଣୁଛନ୍ତି ଏବେ ତାକୁ ହିଁ ଅପେକ୍ଷା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।