ଭୁବନେଶ୍ବରରେ ଚାଞ୍ଚଲ୍ୟ ! କୂଅରୁ ଭାସୁଥିବା ଅବସ୍ଥାରେ ମିଳିଲା ‘ମୋ ବସ’ର ଲେଡି କଣ୍ଡକ୍ଟରଙ୍କ ମୃତଦେହ, ଏ ନେଇ ପଡୋଶୀ ଯାହା କହୁଛନ୍ତି ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବର୍ତ୍ତମାନ ଏକ ଚାଞ୍ଚଲ୍ୟ କର ଖବର ସାମ୍ନାକୁ ଆସୁଛି । ଭୁବନେଶ୍ଵରର ଲିଙ୍ଗରାଜ ଅଞ୍ଚଳରେ ଏକ ଘର ମଧ୍ୟରେ ଯୁବତୀଙ୍କ ମୃତ ଦେହ ମିଳିଛି । କିନ୍ତୁ ଏହି ଯୁବତୀ ଜଣକ କିଏ, ସେ କେଉଁଠି ଆସିଛନ୍ତି ଓ ତାଙ୍କର ମୃତ୍ୟୁ କେମିତି ହେଲା ଏହା ବିଷୟରେ କାହାକୁ କୌଣସି ବି ସୂଚନା ନାହିଁ । ଏହି ଘଟଣା ବିଷୟରେ ଆଖପାଖ ପଡୋଶୀ ଲୋକମାନେ ବି ଜାଣି ନାହାନ୍ତି । ଏହା କେବେ ହୋଇଛି ଏହା ବିଷୟରେ କାହାକୁ ସୂଚନା ନାହିଁ । ସୂଚନା ମିଳିବା ପରେ ବର୍ତ୍ତମାନ ପୋଲିସ ଏହାର ଯାଞ୍ଚ ଆରମ୍ଭ କରିଛି ।

ସୂଚନା ଅନୁସାରେ ଯୁବତୀ ଜଣକ ମୋ ବସର ଲେଡି କଣ୍ଡକ୍ଟର ଓ ସେ ଗତ ୪ ୫ ମାସ ହବ ଭୁବନେଶ୍ଵରର ଲିଙ୍ଗରାଜ ଅଞ୍ଚଳରେ ଏକ ଭଡା ଘରେ ରହୁଛନ୍ତି । କହିବାକୁ ଗଲେ ତାଙ୍କର ମୋ ବସର ଜଣେ ଡ୍ରାଇଭର ସେହି ଲେଡି କଣ୍ଡକ୍ଟରକୁ ତାଙ୍କ ଘର ଭଡାରେ ଦେଇଥିଲେ ।

ଯେତେବେଳେ ଘରର ମାଲିକଙ୍କୁ ଏହା ବିଷୟରେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ମୁଁ ଆଜି ସକାଳେ ବାଥରୁମ ଯିବା ସମୟରେ ଦେଖିଲି କି ମୋବାଇଲ ତଳେ ପଡିଛି । ଏହା ମୁଁ ମୋବାଇଲକୁ ଉଠାଇ ସାଇଡରେ ରଖିଦେଲି । ଯେତେବେଳେ ମୁଁ କୂଅରୁ ପାଣି ବାହାର କରିବା ପାଇଁ କୂଅକୁ ପାଣି ବାଲ୍ଟି ପକାଇଲି ତେବେ ମୁଁ ଦେଖିଲି କି ଝିଅଟି ଭାସୁଛି । ମୁଁ ପାଣି ବାହାର କରିବି କଣ ଚିତ୍କାର କରିଲି । ଘର ଲୋକମାନେ ସବୁ ଆସିଲେ ଓ ସବୁ ଦେଖିଲ ।

ଆମେ ଥାନାକୁ ଖବର ଦେଲୁ । ଘର ମାଲିକ ଆଗକୁ କହିଲେ କି ମୋ ବସରେ ସେ ଲେଡି କଣ୍ଡକ୍ଟର ଥିଲେ । ରାତି ୧୦ – ୧୧ ଟା ବେଳେକୁ ସେ ଘରକୁ ଫେରନ୍ତି । ଯେତେବେଳେ ଝିଅର ପରିବାର ଓ ବନ୍ଧୁବାନ୍ଧବଙ୍କ ବିଷୟରେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ତାଙ୍କ ଘରକୁ କେହି ବି ଆସନ୍ତି ନାହିଁ । ସେ ବେଳେ ବେଳେ ସେ କୁହନ୍ତି ତାଙ୍କର ଘର ଲୋକ କେବଳ ଭଉଣୀ ଆସନ୍ତି । କିନ୍ତୁ ଆମେ କେବେ ବି ତାଙ୍କର ଭଉଣୀକୁ ଦେଖିନୁ ।

ସେ ସବୁବେଳେ କୁହନ୍ତି କି ତାଙ୍କର ଭାଇ, ଭଉଣୀ ଓ ବାପା କେହି ବି ନାହାନ୍ତି । ମୋତେ ସନ୍ଦେହ ହେଉଛି କି ସେ ମୋବାଇଲରେ ଗପି ଗପି କୂଅକୁ ଓଲଟି ଯାଇଛନ୍ତି । କହିଦେଉଛୁ କି ଝିଅର ଆଧାର କାର୍ଡରେ ଯେଉଁ ଠିକଣା ଅଛି ତାହା ଭୁଲ ଅଟେ । ଘର ମାଲିକ ଆଗକୁ କହିଲେ କି ସେ ସବୁବେଳେ ଟେନସନରେ ରୁହନ୍ତି ଓ କାହା ସହିତ ସେ ବିଶେଷ କିଛି କଥାବାର୍ତ୍ତା କରନ୍ତି ନାହିଁ ।