ପାଠ ପଢିବା ଏବେବି ଏହି ଗାଁର ଝିଅମାନଙ୍କ ପାଇଁ ସାତ ସପନ, ଓଡିଶାର ବିକାଶ ଯେ କେତେ ଆଗରେ ତାହା ଦର୍ଶାଉଛି ଏହି ଗାଁର କାହାଣୀ, ଦେଖନ୍ତୁ କଣ କହୁଛନ୍ତି ଗ୍ରାମବାସୀ

ଆଜି ଆମେ ଆପଣଙ୍କୁ ଏଭଳି ଏକ ଗାଁର ଦ୍ରୁଶ୍ଯ ଦେଖାଇବୁ ଯେଉଁଠି କୌଣସି ଝିଅ ପାଠ ପଢି ନାହାନ୍ତି । ବିକାଶ କଥା କିଏ ପଚାରେ ! ଯେଉଁ ବୟସରେ ସ୍କୁଲ ଯିବା କଥା ସେହି ବୟସରେ ମାଟି କାନ୍ଥକୁ ପୋଛା ମାରୁଛି ଏହି ଝିଅ । ବର୍ତ୍ତମାନର ଯୁଗରେ ମହିଳା ମାନେ ପାଠ ପଢି ଆକାଶରେ ଉଡିଲେଣି । କିନ୍ତୁ ଏହି ଗାଁର ପିଲାଙ୍କ ପାଇଁ ପାଠ ସାତ ସପନ ହୋଇ ରହିଯାଇଛି । ଆବୁଡା ଖାବୁଡା ଜଙ୍ଗଲିଆ ରାସ୍ତା ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ତିନୋଟି ପାହାଡ, ନାଳ, ଝରଣା ଡେଇଁ ଗଲେ ଭୂଗୋଳରେ ରାସ୍ତା ନଥିବା ଏହି ଗାଁ ତୁର୍କା ପଡେ ।

ଗାଁ ବସିବାର ଶହେ ବର୍ଷ ହେଲାଣି ହେଲେ ଏବେବି ସେଟାକୁ ରାସ୍ତା କି କିଛିବି ନାହିଁ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ଗାଁର କୌଣସି ଝିଅ ପିଲା ପାଠ ପଢି ନାହାନ୍ତି । ଝିଅପିଲା ପାଠ ପଢିବାକୁ ନେଇ ଅନେକ ଅଭିଯାନ ରହିଥିଲେ ମଧ୍ୟ ଏହି ଗାଁରେ ସବୁ ଫେଲ । ଘଞ୍ଚ ଜଙ୍ଗଲିଆ ରାସ୍ତା ଯୋଗୁଁ ୩୦ ଗୋଟି ଆଦିବାସୀ ପରିବାର ଥିବା ଏହି ତୁର୍କା ଗାଁରେ ପାଠୁଆ ପିଲା କହିଲେ ବର୍ତ୍ତମାନ ନବମ ଶ୍ରେଣୀରେ ପଢୁଥିବା ନବୀନ ମାଝୀ ଛଡା ଆଉ କେହି ନାହାନ୍ତି ।

ଏହି ଗାଁ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତର କୂଟିଆ କନ୍ଧଙ୍କ ଗାଁ ତୁର୍କା । ସ୍କୁଲକୁ ଯିବାକୁ ହେଲେ ୮-୧୦ କିଲୋମିଟର ଯୁବା ଗାଁକୁ ଯିବାକୁ ପଡିବ । କିନ୍ତୁ ଘଞ୍ଚ ଜଙ୍ଗଲ ପାହାଡ ଝରଣା ଥିବାରୁ କେହି ପୁଅ ଝିଅ ସ୍କୁଲ ଯିବାକୁ ନାରାଜ । ଏମିତିରେ ଜଣେ ପୁଅ ବହୁ କଷ୍ଟରେ ନବମ ଶ୍ରେଣୀ ଯାଏଁ ପଢି ଗାଁର ଜଣେ ପାଠୁଆ ପୁଅ ଭାବରେ ପରିଚିତ ହୋଇଛନ୍ତି ।

ତୁର୍କା ଗାଁରୁ ପଞ୍ଚାୟତ ମୁଖ୍ୟାଳୟ ମାତ୍ର ୧୬କିମି । କିନ୍ତୁ ସରକାରଙ୍କ ବିକାଶ ଏମାନେ ଦେଖି ନାହାନ୍ତି କି ଜାଣି ନାହାନ୍ତି । ଗାଁରେ କାହାର ଦେହ ଖରାପ ହେଲେ ମଧ୍ୟ ହସ୍ପିଟାଲ ଯିବାକୁ ବହୁତ ହଇରାଣ ହୋଇଥାନ୍ତି ଗ୍ରାମବାସୀ । ସେପଟେ ସରକାର ଡିଣ୍ଡୋରା ପିଟୁଛନ୍ତି କି ଆମେ ସବୁଥିରେ ଏକ ନମ୍ବର । ତେବେ ଏହି ଗାଁକୁ ଦେଖିଲେ ପ୍ରଶ୍ନ ଉଠୁଛି କି ଆମେ କଣ ଶିକ୍ଷା ଯୋଗାଇବାରେ ବି ଏକ ନମ୍ବର ? ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।