ଘରକୁ ଫେରି ଆସିଛନ୍ତି ସ୍ତ୍ରୀଙ୍କୁ ଶେଷ ଚିଠି ଲେଖି ନିଖୋଜ ହୋଇ ଯାଇଥିବା Uttam Panda, ଫେରିବା ପରେ ସେ ଯାହା କହିଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

କିଛି ଦିନ ତଳେ ଉତ୍ତମ ପଣ୍ଡା ନାମକ ଜଣେ ବ୍ୟକ୍ତି ଅଚାନକ ଗଣମାଧ୍ୟମ ଚର୍ଚାକୁ ଆସି ଯାଇଥିଲେ । ୮ ଦିନ ତଳେ ସେ ଗୋଟିଏ ଚିଠି ଲେଖି ଘରୁ କେଉଁଠିକୁ ଚାଲି ଯାଇଥିଲେ । ଏହା ପରେ ଘର ଲୋକମାନେ ଉତ୍ତମ ପଣ୍ଡାଙ୍କ ନିଖୋଜ ହେବାର ଖବର ପୋଲିସ ଷ୍ଟେସନରେ ଓ ଗଣ ମାଧ୍ୟମକୁ ଦେଇଥିଲେ । ଏହା ପରେ ଉତ୍ତମ ପଣ୍ଡାଙ୍କ ନିଖୋଜ ହେବାର ଖବର ଚାରିଆଡେ ପ୍ରଚାର ହୋଇ ଯାଇଅଥିଲା । କିନ୍ତୁ ଗତକାଲି ରାତିରେ ଉତ୍ତମ ପଣ୍ଡା ନିଜର ଶ୍ଵଶୁର ଘର ଖଇରା ବ୍ଲକ ରାୟଗଡା ଗାଁକୁ ଫେରି ଆସିଛନ୍ତି ।

ଯେତେବେଳେ ଉତ୍ତମ ପଣ୍ଡାଙ୍କୁ ଘରୁ ଚାଲି ଯିବାର କାରଣ ବିଷୟରେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ମୋ ଅସୁସ୍ଥ ଥିଲି ଓ ସେଥିପାଇଁ ମୁଁ ଔଷଧ ବି ଖାଉ ଥିଲି । କିନ୍ତୁ ପୁଣି କିଛି ଦିନ ପରେ ମୋ ବେକରେ ଗୋଟିଏ ଇନଫେକସନ ବାହାରିଲା । ଡାକ୍ତରଙ୍କୁ ଦେଖାଇ ମୁଁ ମେଡିସନ ଖାଇଲି । କିନ୍ତ ମାସେ ମେଡ଼ିସିନ ଖାଇବା ପରେ ତାହା ଭଲ ହେଲା ନାହିଁ ।

କହିଦେଉଛୁ କି ଉତ୍ତମ ପଣ୍ଡା ହିମାଚଲ ପ୍ରଦେଶରେ ଏକ କମ୍ପାନୀରେ କାମ କରୁଥିଲେ ଓ ସେଠି ସେ ଏକୁଟିଆ ରହୁଥିଲେ । ଉତ୍ତମ ପଣ୍ଡା ଆଗକୁ କହିଲେ କି ମାସେ ପରେ ଯେତେବେଳେ ମୁଁ ଡାକ୍ତରଙ୍କ ପାଖକୁ ଗଳି ତେବେ ସେ ମୋତେ କ୍ୟାନ୍ସର ଡାକ୍ତରଙ୍କ ପାଖକୁ ଯିବା ପାଇଁ କହିଲେ ।

ଡାକ୍ତରଙ୍କ ମୁହଁରୁ କ୍ୟାନ୍ସର ଶବ୍ଦ ଶୁଣି ମୁଁ ନିଜର ମାନସିକ ଭାରସାମ୍ୟ ହରାଇ ଦେଲି । ମୁଁ ସେଠି ଏକୁଟିଆ ରହୁଥିଲି ସେଥିପାଇଁ କାହାକୁ ଏହା ବିଷୟରେ କହି ବି ପାରୁ ନ ଥିଲି । ମୁଁ ଅଫିସରେ କୌଣସି ବି ପ୍ରକାରର ଛୁଟି ନ ନେଇ ସଙ୍ଗେ ସଙ୍ଗେ ଘରକୁ ଫେରି ଆସିଲି । ଘରକୁ ଆସିବା ପରେ ମୁଁ ଚିଠି ଲେଖି ଘରୁ ବାହାରି ଯାଇଥିଲି । କିନ୍ତୁ ଘରୁ ବାହାରି ଯିବା ପରେ ମୁଁ କିଛି ଦିନ କଲିକତାର ହାୱଡାରେ ଥିଲି । ସେଠୁ ମୁଁ ବୃନ୍ଦାବନ ଚାଲି ଯାଇଥଲି ।

ବୃନ୍ଦାବନରେ ଭଗବାନଙ୍କ ଦର୍ଶନ କରିବା ପରେ ମୋତେ କିଛି ଅନୁଭବ ହେଲା ଓ ସେଠି ମୋତେ ଲାଗିଲା କି ମୋତେ ଘରକୁ ଫେରିଯିବା ଉଚିତ । ଫେରିବା ସମୟରେ ଆଗ୍ରାରେ ରେଲୱେ ପୋଲିସ ମୋତେ ଧରି ଘରେ ଛାଡି ଦେଇ ଗଲେ । କହିଦେଉଛୁ କି ଉତ୍ତମ ପଣ୍ଡା ଫେରିବା ପରେ ତାଙ୍କର ପତ୍ନୀ, ଝିଅ ଓ ମାତା ପିତା ବହୁତ ଖୁସି ଅଛନ୍ତି ।