London ଫେରନ୍ତା ଝିଅ ବାପାଙ୍କ ଆଚାର ବେପାର ରେ ସାହାର୍ଯ୍ୟ କରୁ କରୁ ଠିଆ କରିଦେଲେ କୋଟି କୋଟି ଟଙ୍କାର କମ୍ପାନି

ସୁଯୋଜନା ସହ କୌଣସି କାର୍ଯ୍ୟର ଶୁଭାରମ୍ଭ କଲେ ସଫଳତା ମିଳିବାକୁ ଡେରି ହୁଏନାହିଁ । ଏମିତି କିଛି କରି ଦେଖାଇଛନ୍ତି ଦିଲ୍ଲୀରେ ପାଳିତ ହୋଇ ଲଣ୍ଡନରେ ମାର୍କେଟିଂ ଡିଗ୍ରୀ ହାସଲ କରିଥିବା ନିହାରିକା ଭାର୍ଗବ । ପିତାଙ୍କ ପ୍ୟାଶନ କୁ ପ୍ରଫେସନରେ ବଦଳି ନିଜ ବିଜନେସ ଆରମ୍ଭ କରିବା କଥା ହୁଏତ ନିହାରିକା କେବେ କଳ୍ପନା ମଧ୍ୟ କରି ନଥିବେ । ନିହାରିକାଙ୍କ ପିତାଙ୍କୁ ଆଚାର ବନେଇବାର ଖୁବ ସଉକ ଥିଲା ଓ ସେ ଆଚାର ବନେଇ ସମ୍ପର୍କୀୟ ମାନଙ୍କୁ ଉପହାର ଦେଉଥିଲେ । ତାଙ୍କ ପ୍ରସ୍ତୁତ ଆଚାର ସମସ୍ତେ ଖୁବ ପସନ୍ଦ ମଧ୍ୟ କରୁଥିଲେ ।

ମାର୍କେଟିଂ ପାଠପଢା ଏବଂ କିଛି ବର୍ଷର ଚାକିରି ଏକ୍ସପେରିଏନ୍ସ ପରେ ନିହାରିକା ନିଜର କିଛି ବିଜନେସ କରିବାକୁ ଭାବିଥିଲେ ଓ ଆଜି ବନି ପାରିଛନ୍ତି କୋଟିପତି । ଦିଲ୍ଲୀ ୟୁନିଭର୍ସିଟିରୁ ଗ୍ରାଜୁଏସନ ଶେଷ କରିବା ପରେ ନିହାରିକା ୨୦୧୫ରେ ଲଣ୍ଡନରେ ମାର୍କେଟିଂ ଷ୍ଟ୍ରାଟେଜି ଆଣ୍ଡ ଇନୋଭେସନରୁ ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ଭାରତ ଆସି ଦିଲ୍ଲୀର ମଲ୍ଟିନ୍ୟାସନାଲ କମ୍ପାନୀରେ ଚାକିରି କରୁଥିଲେ । ସେଠାରେ ତାଙ୍କୁ ଭଲ ରକମର ବେତନ ମିଳିବା ସହ ଅନେକ ସୁବିଧା ମଧ୍ୟ ଉପଲବ୍ଧ ଥିଲା ।

କିନ୍ତୁ କୁହାଯାଏ ଯଦି ଲକ୍ଷ ଅନ୍ୟ କିଛି ଥାଏ, ତେବେ ଯେତେ ସୁବିଧା ମିଳିଲେ ମଧ୍ୟ ତାର କିଛି ମୂଲ୍ୟ ନଥାଏ । ବର୍ଷେ ପରେ ନିହାରିକା ଚାକିରି ଛାଡି ଆଚାର ବିଜନେସ ଆରମ୍ଭ କରି ଦେଇଥିଲେ । ବିଜନେସ ଆରମ୍ଭ କରିବା ପୂର୍ବରୁ ସେ ଆଚର ମାର୍କେଟିଂ ବିଷୟରେ ରିସର୍ଚ କରି ଯଥେଷ୍ଟ ଜ୍ଞାନ ଅର୍ଜନ କରିଥିଲେ । ଅନେକ ଲୋକଙ୍କ ରାୟ ନେବା ପରେ ସେ ଜାଣିଥିଲେ କି ବଜାରରେ ଉତ୍ତମ ଗୁଣବତ୍ତା, ସ୍ଵାଦିଷ୍ଟ ଓ ଶୁଦ୍ଧ ଆଚାରର ଡିମାଣ୍ଡ ବହୁତ ରହିଛି ।

ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିହାରିକା ପିତାଙ୍କ ଠାରୁ ଆଚାର ବନାଇବା ଶୈଳୀ ଶିଖିବା ସହ ତାକୁ ବିଜନେସର ରୂପ ମଧ୍ୟ ଦେଇଥିଲେ । ଆଚାର ପ୍ରାୟ ସମସ୍ତଙ୍କ ଘରେ ବନିଥାଏ, ସେଥିପାଇଁ ଆରମ୍ଭରୁ ଏହି ବିଜନେସ ଚାଲିବ କି ନାହିଁ ତାଙ୍କର ସନ୍ଦେହ ହେଉଥିଲା । ତଥାପି ସେ ଆଶା ଛାଡି ନଥିଲେ ।

ଲଗାତାର କାମ କରିବା ସହ ପ୍ରାରମ୍ଭରେ ଦିଲ୍ଲୀ ଓ ପାଖାପାଖି ଅଞ୍ଚଳରେ ହେଉଥିବା ଏକ୍ଜିଭିସନ ମମନଙ୍କରେ ଆଚାର ଷ୍ଟଲ୍ ଲଗାଉଥିଲେ । ଲୋକଙ୍କ ଭଲ ରେସପନ୍ସ ମିଳିବା ପରେ ନିହାରିକା ଲୋକାଲ ମାର୍କେଟରେ ମଧ୍ୟ ଆଚାର ଦେବା ଆରମ୍ଭ କରି ଦେଇଥିଲେ । ୨୦୧୭ ରେ ଗୁରୁଗ୍ରାମରେ ସେ ‘ଦି ଲିଟିଲ ଫାର୍ମ କୋ’ ନାମକ କମ୍ପାନୀ ଖୋଲି ତାଙ୍କ ପ୍ରଡ଼କ୍ଟ ଅନଲାଇନ ମଧ୍ୟ ବିକିବା ଆରମ୍ଭ କରିଥିଲେ । ଏମିତି କାମ କରୁ କରୁ ତିନି ବର୍ଷ ମଧ୍ୟରେ ତାଙ୍କ କମ୍ପାନୀର ଟର୍ଣ୍ଣଓଭର ଏକ କୋଟି ପର୍ଯ୍ୟନ୍ତ ପହଞ୍ଚି ଯାଇଛି ।

ବର୍ତ୍ତମାନ ତାଙ୍କ କମ୍ପାନୀ ୫୦ ରୁ ମଧ୍ୟ ଅଧିକ ଭେରାଇଟିର ଆଚାର ବିକ୍ରି କରୁଛି । ଏହାସହ ତାଙ୍କ କମ୍ପାନୀ ହଳଦୀ, ଶୁଦ୍ଧ ତେଲ, ଜାମ ଓ ଲଙ୍କା ପାଉଡର ଆଦି ଜିନିଷ ମଧ୍ୟ ବିକ୍ରୟ କରୁଛି । ନିହାରିକା ପ୍ରଡ଼କ୍ଟରେ ବ୍ୟବହୃତ ହେଉଥିବା ଏଡିଟିଭ ଓ ପ୍ରିଜର୍ଭେଟିଭର ଶକ୍ତ ଖିଲାପ ଅଟନ୍ତି । ସେଥିପାଇଁ ତାଙ୍କ ଆଚାରରେ ବ୍ୟବହୃତ ହେଉଥିବା ସମସ୍ତ ସାମଗ୍ରୀ ପ୍ରାକୃତିକ ଉପାୟରେ ଅମଳ କରାଯାଏ । ନିହାରିକାଙ୍କ ସହ ଅଧିକ ମାତ୍ରାରେ ମହିଳାମାନେ ହିଁ କାର୍ଯ୍ୟ କରନ୍ତି ।

ସେ ଏକ NGO ସହ ମଧ୍ୟ ଜଡିତ ଅଟନ୍ତି ଯାହା ମହିଳା ସଶକ୍ତିକରଣ ଓ ବ୍ୟଞ୍ଜନ ବିକଶିତ କରୁଥିବା ଉତ୍ପାଦ ଉଓରେ ମଧ୍ୟ କାର୍ଯ୍ୟ କରନ୍ତି । ବର୍ତ୍ତମାନ ନିହାରିକାଙ୍କ କମ୍ପାନୀ ପାଖରେ ପ୍ରାୟ ୪୦୦ ଏକର ହରାଭରା ଜମି ରହିଛି । ଯେଉଁଠି ଜୈବିକ ପଦ୍ଧତିରେ ମସଲା, ଫଳ ଓ ପରିବା ବିକଶିତ କରାଯାଉଛି ।

ଆତ୍ମନିର୍ଭର ହେବା ସହ ନିହାରିକା ସ୍ଵଦେଶୀତାକୁ ମଧ୍ୟ ପ୍ରମୁଖତା ଦେଇଛନ୍ତି । ଯାହାଦ୍ୱାରା ଅନେକ ଲୋକ ମଧ୍ୟ ଲାଭବାନ ହେଉଛନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।