ଦୀର୍ଘ 3 ବର୍ଷ ରୁ Pakisthan ରେ ଫସି ରହିଥିଲେ India ବୋହୂ, ଏବେ ଦେଖନ୍ତୁ କଣ ହେଲା…ଦେଖନ୍ତୁ Video

ରାଜସ୍ଥାନର ଜୈସଲମେରରୁ ଶୁଣିବାକୁ ମିଳିଛି ଏକ ଅଜବ ଖବର । ସେଠାରେ ଜଣେ ବଧୂ ପ୍ରାୟ ଅଢେଇ ବର୍ଷ ପରେ ପାକିସ୍ତାନରୁ ଫେରିଛି । ଏମିତି କଥା ଶୁଣିବା ପରେ ଆପଣଙ୍କୁ ସାମାନ୍ଯ ଅଜବ ଲାଗୁଥିଲେ ମଧ୍ୟ କଥା ତା ନିହାତି ସତ ଅଟେ । ଜାନୁୟାରୀ ୨୦୧୯ ରେ ଜୈସଲମେର ବାସିନ୍ଦା ବିକ୍ରମ ସିଂଙ୍କ ବିବାହ ପାକିସ୍ତାନର ଅମରକୋଟରେ ହୋଇଥିଲା । କିନ୍ତୁ ବିବାହ ପରେ ବୋହୂ ଥରେ ହେଲେ ବି ଶାଶୁଘର ଅର୍ଥାତ ହିନ୍ଦୁସ୍ଥାନ ଆସି ପାରି ନଥିଲା ।

ବାଲାକୋଟର ଏ-ୟା-ର-ଷ୍ଟ୍ରା-ଇ-କ ଥିଲା ଏହାର ମୂଳ କାରଣ । ବାଲାକୋଟ ଏ-ୟା-ର ଷ୍ଟ୍ରା-ଇ-କ ହେବା ପରେ ଦୁଇ ଦେଶର ସମ୍ପର୍କ ମଧ୍ୟରେ ତି-କ୍ତ-ତା ଆସି ଯାଇଥିଲା ଓ ପାକିସ୍ଥାନ ଏବଂ ଭାରତ ମଧ୍ୟରେ ଯାତାୟାତ କରୁଥିବା ଥାର ଏକ୍ସପ୍ରେସ ଚଳାଚଳ ବନ୍ଦ କରି ଦିଆ ଯାଇଥିଲା । ବିକ୍ରମ ସିଂଙ୍କ କହିବା ମୁତବକ ସେ ଥାର ଏକ୍ସପ୍ରେସରେ ବରଯାତ୍ରୀ ନେଇ ପାକିସ୍ଥାନର ସିନ୍ଧ୍ ପ୍ରାନ୍ତକୁ ଯାଇଥିଲେ । କିନ୍ତୁ ବିବାହର ତିନି ମାସ ପର୍ଯ୍ୟନ୍ତ ଥାର ଏକ୍ସପ୍ରେସରେ କନ୍ୟାଙ୍କୁ ହିନ୍ଦୁସ୍ଥାନ ଆଣିବାକୁ ଅପେକ୍ଷା କରି ରହିଥିଲେ ।

ଯେତେବେଳେ ଦୀର୍ଘ ଦିନ ଧରି ଥାର ଏକ୍ସପ୍ରେସ ଚଳାଚଳ ବନ୍ଦ ରହିଗଲା, ବିକ୍ରମ ହାର ମାନି ଭାରତ ଫେରି ଆସିଥିଲେ । ଭାରତ ଫେରିବା ପରେ ନିଜ ପତ୍ନୀଙ୍କୁ ଭାରତ ଆଣିବା ପାଇଁ ବିକ୍ରମ ସରକାରଙ୍କୁ ମଧ୍ୟ ଗୁହାରି ଲଗାଇଥିଲେ । ଇତି ମଧ୍ୟରେ ପାକିସ୍ଥାନରେ ହିଁ ତାଙ୍କର ଗୋଟିଏ ପୁତ୍ର ସନ୍ତାନଜନ୍ମ ହୋଇଥିଲା ।

ତାଙ୍କ ପୁଅ ସହଜରେ ଭାରତ ଆସି ଯାଇଥିଲା । କିନ୍ତୁ କନ୍ୟାଙ୍କ ପାସପୋର୍ଟ ବ୍ଲା-କ ଲି-ଷ୍ଟ କରା ଯାଇଥିବା କାରଣରୁ ସେ ଭାରତ ଆସି ପାରି ନଥିଲେ । ସେବେ ଠାରୁ ପ୍ରୟାସ କରି କରି ଏବେ ଯାଇ କନ୍ୟା ହିନ୍ଦୁସ୍ଥାନ ଆସିବା ସମ୍ଭବ ହୋଇ ପାରିଛି । ବୋହୂ ବାଡମେର ପହଞ୍ଚିବା ପରେ ତାଙ୍କ ପରିବାରର ଖୁସି କହିଲେ ନ ସରେ । ଜୋରଦାର ସ୍ଵାଗତର ସହ ବିକ୍ରମଙ୍କ ଘରଲୋକ ବୋହୂଙ୍କୁ ଗୃହ ପ୍ରବେଶ କରାଇଥିଲେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।