ଫକୀରକୁ ବି ରାଜା କରିପାରେ ଶନିବାର ରେ ୧ଟି ରୁଟିର ଏହି ଗୁପ୍ତ ଉପାୟ, ଥରୁଟେ କରିକି ଦେଖନ୍ତୁ

ଶନିବାରକୁ ଶନିଙ୍କର ଦିନ କୁହାଯାଏ । ଶନି ଦେବତା ନ୍ୟାୟର ଦେବତା ଅଟନ୍ତି । ଶନି ଲୋକଙ୍କୁ ତାଙ୍କ କର୍ମର ଫଳ ଦେଇଥାନ୍ତି । ଶନିଙ୍କ ନାମ ଶୁଣି ସମସ୍ତେ ଡରିଯାନ୍ତି । ଲୋକ ଶନିଙ୍କ ନାମରୁ କିଛି ଅନିଷ୍ଟର ଆଶଙ୍କା କରନ୍ତି । ଶନିଙ୍କୁ ଯମ, କାଳ, ଦୁଃଖ, ଦାରିଦ୍ର ଓ ମନ୍ଦ ବୋଲି କୁହାଯାଏ । ଯେଉଁ ବ୍ୟକ୍ତିର ଖରାପ ସମୟ ପଡେ, ତାହାର ଶନି ସାଢେ ସାତି ପଡିଛି ବୋଲି କୁହାଯାଏ ।

ଆପଣ ଯଦି ଧନ ଜନିତ ସମସ୍ୟା ସହ ଅନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତେବେ ଆପଣ ଶନି ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଏକ ଉପାୟ କରନ୍ତୁ । ପ୍ରତ୍ୟେକ ଶନିବାର ଦିନ ଶନିଙ୍କର ରୁଟି ଉପାୟ କରନ୍ତୁ । ଶନିବାର ଦିନ ଶନି ଦେବତାଙ୍କୁ ତେଲ ଚଢେଇବା ଶୁଭ ବୋଲି କୁହାଯାଏ । ଲୁହା ପାତ୍ରରେ ତେଲ ଚଢେଇବା ବହୁତ ଶୁଭ ଦାୟକ ହୋଇଥାଏ ।

 

ମୁଖ୍ୟତଃ ସୋରିଷ ତେଲ ଶନିଙ୍କ ଉପରେ ଢାଳିବା ଉଚିତ । ଲୁହା ପାତ୍ରରେ ନିଜ ମୁହଁ ଦେଖି ତେଲ ଅର୍ପଣ କଲେ ବହୁତ ଶୁଭ ଫଳ ପ୍ରାପ୍ତ ହୁଏ । ଶନି ଦୋଷ ଦୂର କରିବା ଓ ତାଙ୍କ କୃପା ଲାଭ କରିବା ପାଇଁ ଆପଣଙ୍କୁ ଶିବ ଓ ହନୁମାନଙ୍କର ଉପାସନା କରିବା ଉଚିତ । ଶନିଙ୍କର ମନ୍ତ୍ର ମଧ୍ୟ ଉଚ୍ଚାରଣ କରିପାରିବେ । ଶନିଙ୍କ ବୃକ୍ଷ ଘରେ ଲଗାଇବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହେବା ସହ ଶନିଙ୍କ କୃପା ମଧ୍ୟ ଲାଭ ହୋଇଥାଏ ।

ଦାନ କରିବା ଦ୍ଵାରା ପୂଣ୍ୟ ମିଳେ । ଅନ୍ନ ଦାନ କରିବା ମହାପୂଣ୍ୟ ହୋଇଥାଏ । ଶାସ୍ତ୍ର ଅନୁସାରେ ରୁଟି ଦାନରେ ଦେବା ଦ୍ଵାରା ଭାଗ୍ୟରେ ପରିବର୍ତ୍ତନ ଘଟିଥାଏ । ରୁଟି ବହୁତ ଚମତ୍କାରୀ ପ୍ରଦାର୍ଥ ଅଟେ । ଘରେ ଯଦି କିଛି ସମସ୍ୟା ଦେଖାଦିଏ, ତେବେ ଆପଣଙ୍କୁ ରୁଟିର ଚମତ୍କାରୀ ଉପାୟ କରିବା ଉଚିତ ।

ଆପଣ ସକାଳ କିମ୍ବା ଦ୍ଵିପହର ସମୟରେ ଯେତେବେଳେ ରୁଟି କରନ୍ତି, ସେତେବେଳେ ପ୍ରଥମ ରୁଟି ଗାଈକୁ ଓ ଶେଷ ରୁଟି କୁକୁରକୁ ଦେବା ଉଚିତ । ଅନ୍ୟ ଏକ ଉପାୟ ମଧ୍ୟ କରିପାରିବେ, ପ୍ରଥମ ରୁଟିକୁ ଚାରୋଟି ଭାଗ କରି ସେଥିରେ କିଛି ଗୁଡ କିମ୍ବା ଚିନି ଲଗାଇ ଦାନ କରିପାରିବେ । ସେହି ଭାଗରୁ ପ୍ରଥମ ଭାଗ ଗାଈକୁ, ଦ୍ଵିତୀୟ ଭାଗ କାଉକୁ, ତୃତୀୟ ଭାଗ କୁକୁରକୁ ଓ ଚତୁର୍ଥ ଭାଗ ଭିକାରିକୁ ଦେଇପାରିବେ ।

ଗାଈକୁ ରୁଟି ଖାଇବାକୁ ଦେଲେ ପିତୃପୁରୁଷ ଦୋଷ ଦୂର ହୁଏ । କୁକୁରକୁ ରୁଟି ଦେଲେ ଶତୃ ଦୋଷ ଦୂର ହୁଏ । କାଉକୁ ରୁଟି ଦେଲେ କାଳସର୍ପ ଦୋଷ ଦୂର ହୁଏ । ଭିକାରିକୁ ରୁଟି ଖାଇବାକୁ ଦେଲେ ମଣିଷର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିଥାଏ ଓ କାମ କାର୍ଯ୍ୟରେ ସଫଳତା ମିଳେ ।

ଅନ୍ୟ ଏକ ଉପାୟ ଜାଣନ୍ତୁ, ଆପଣ ରାତିରେ ରୁଟିରେ ସୋରିଷ ତେଲ ଲଗାଇ କୌଣସି କଳା ପଶୁ କିମ୍ବା ପକ୍ଷୀକୁ ଖାଇବାକୁ ଦିଅନ୍ତୁ । ଏହି ସବୁ ଉପାୟ ଅବଲମ୍ବନ କରିବା ଦ୍ଵାରା ଆପଣଙ୍କୁ ଶନି ଦେବତାଙ୍କ କୃପା ଲାଭ ହୁଏ ଓ ଧନପରାପତି ହୋଇଥାଏ ।