ଏହି ୫ ଟି ଲକ୍ଷଣ ଦେଇଥାଏ କୋରୋନା ଭାଇରସର ସଙ୍କେତ, ସତର୍କ ରହିବା ହିଁ ଏକମାତ୍ର ଉପାୟ, ଜାଣନ୍ତୁ କଣ କରିବେ କଣ ନୁହେଁ

ଆଜିକାଲି ଦେଶ ସାରା କୋରାନା ଭାଇରସ ଦ୍ରୁତ ଗତିରେ ବଢିବାରେ ଲାଗିଛି । ହେଲେ ଏହି ଭାଇରସରୁ ବଞ୍ଚିବା ପାଇଁ କିଛି କଥା ଗୁଡିକ ଠାରୁ ସତର୍କ ହୋଇ ରହିବା ଉଚିତ । ତେଣୁ ଆଜି ଆମେ ଆପଣମାନଙ୍କୁ ଏହି ଭାଇରସର କେତେକ ଲକ୍ଷଣ ଓ ଏହାଠାରୁ ବଞ୍ଚିବାର ଉପାୟ କହିବୁ । ତେବେ ଆସନ୍ତୁ ଜାଣିବା ଏହି କୋରାନା ଭାଇରସ ବିଷୟରେ ।

ଉତ୍ତର ଭାରତ ଭିଆଇପି ସିଟି ମୋହାଲିରେ ଦେଶର ପ୍ରଥମ କୋରୋନା ମାମଲା ଆସିଥିଲା । ଏହାର ସୂଚନା ହେଲଥ ଡିପାର୍ଟମେଣ୍ଟ ପାଖରେ ପହଞ୍ଚିଲା । ସୋମବାର ଦିନ ମୋହାଲିରେ ରହୁଥିବା ଏକ ବ୍ୟକ୍ତିକୁ କୋରାନା ଭାଇରସର ରୋଗୀ ଭାବି ତାକୁ ପିଜିଆଇ ଚଣ୍ଡୀଗଡ ପଠା ଯାଇଥିଲା ।


ଏହି ରୋଗୀର ବ୍ଲଡ଼ ସାମ୍ପଲ ଯାଞ୍ଚ କରିବା ପାଇଁ ପୁନେ ପଠା ଯାଇଥିଲା । ଯେଉଁଠି ବ୍ଲଡ଼ ସାମ୍ପଲ ର ରିପୋର୍ଟ ବାହାରିବା ପାଇଁ ୩ ଦିନର ସମୟ ଲାଗିଥିଲା । ହରିୟାଣା ରାଜ୍ୟରେ ମଧ୍ୟ କୋରାନା ଭାଇରସର ପାଞ୍ଚଟି ମାମଲା ଦେଖିବାକୁ ମିଳିଥିଲା । ଏହି ମାମଲାରେ ଦୁଇ ଜଣ ଗୁରୁଗ୍ରାମର, ଜଣେ ଫରିଦାବାଦର, ଜଣେ ନୁହ ର ଓ ଜଣେ ପାନିପଥ ର ପୀଡିତ ହେବାର ଖବର ଆସିଛି ଓ ସେମାନଙ୍କ ଉପଚାର ଡାକ୍ତରଖାନାରେ କରାଯାଉଛି ।


କୋରୋନା ଭାଇରସର ଲକ୍ଷଣ

କୋରୋନା ଭାଇରସର ଲକ୍ଷଣ ପୁରା ସ୍ଵାଇନ ଫ୍ଲୁ ପରି ଅଟେ । ଏହି ରୋଗର ଇନଫେକ୍ସନରେ ନାକରୁ ପାଣି ବାହାରି ଥାଏ, ଜ୍ଵର, ଥଣ୍ଡା, ନିଶ୍ଵାସ ନେବାରେ ଅସୁବିଧା, ମୁଣ୍ଡ ବିନ୍ଧା, ନିମୋନିଆ ଓ କାଶ ଆଦି ଲକ୍ଷଣ ଦେଖାଯାଇଥାଏ । ଏହି ଭାଇରସ ସର୍ବପ୍ରଥମେ ଚୀନର ବୂହାନ ସହରରେ ବ୍ୟାପିଥିଲା । ଏହାପରେ ଏହି ଭାଇରସ ଥାଇଲ୍ୟାଣ୍ଡ, ସିଙ୍ଗାପୁର ଓ ଜାପାନରେ ମଧ୍ୟ ବ୍ୟାପିବାକୁ ଲାଗିଲା । ରିପୋର୍ଟ ଅନୁସାରେ ଏହି ଭାଇରସ ଦ୍ଵାରା ପ୍ରାଣୀମାନେ ମଧ୍ୟ ସଂକ୍ରମଣ ହୋଇପାରନ୍ତି ।


ବଞ୍ଚିବାର ଉପାୟ

୧. କୋରୋନା ଭାଇରସ ଠାରୁ ବଞ୍ଚିବା ପାଇଁ ନିଜ ହାତକୁ ସାବୁନ ପାଣି ବା ଆଲ୍କହଲ ଯୁକ୍ତ ହ୍ୟାଣ୍ଡ ରବରେ ସଫା କରନ୍ତୁ ।

୨. ସବୁବେଳେ କାଶିବା ସମୟରେ ବା ଛିଙ୍କିବା ସମୟରେ ରୁମାଲର ବ୍ୟବହାର କରନ୍ତୁ ।

୩. ଯେଉଁ ଲୋକମାନଙ୍କୁ ଲଗାତାର ଥଣ୍ଡା ବା ଫ୍ଲୁ ର ଲକ୍ଷଣ ଦେଖାଉଛି ସେମାନେ ଯଥା ଶୀଘ୍ର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଚେକଅପ୍ କରାନ୍ତୁ ।

୪. ମାଂସ ବା ଅଣ୍ଡାର ସେବନ କରିବା ପୂର୍ବରୁ ଏହାକୁ ଭଲ ଭାବରେ ଗରମ କରନ୍ତୁ ।

୫. ଜଙ୍ଗଲ ବା କ୍ଷେତରେ ଥିବା ପ୍ରାଣୀ ମାନଙ୍କ ସମ୍ପର୍କରେ ଆସନ୍ତୁ ନାହିଁ ।

୬. କୋରାନା ଭାଇରସ ଠାରୁ ବଞ୍ଚିବା ପାଇଁ ଅଧିକ ଭିଡ ଥିବା ସ୍ଥାନକୁ ଯାଆନ୍ତୁ ନାହିଁ ।

୭. କୌଣସି ପରିବା ବା ଫଳର ସେବନ ପୂର୍ବରୁ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ।