ଘରେ ତୁଳସୀ ଗଛ ଲଗାଇବା କାହିଁକି ଜରୁରୀ ଅଟେ ? ଜାଣନ୍ତୁ ଏହାର ଧାର୍ମିକ ଓ ବୈଜ୍ଞାନିକ ମହତ୍ଵ ବିଷୟରେ

ହିନ୍ଦୁ ଧର୍ମରେ ପ୍ରାୟତଃ ବହୁତ ଲୋକ ତାଙ୍କ ଘରେ ତୁଳସୀ ଗଛ ଲଗାଇଥାନ୍ତି । ହେଲେ ଅଧିକାଂଶ ଲୋକ ତୁଳସୀ ଗଛର ସଠିକ ଉପଯୋଗୀତା ବିଷୟରେ ଜାଣି ନାହାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ ତୁଳସୀ ଗଛ ଘରେ ଲଗାଇଲେ ଏହାର କଣ ସବୁ ଧାର୍ମିକ ଓ ବୈଜ୍ଞାନିକ ଉପଯୋଗୀତା ରହିଛି ଏହା ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହାର ଉପଯୋଗୀତା ବିଷୟରେ ।

ଆସନ୍ତୁ ଜାଣିବା ତୁଳସୀ ଗଛର ଧାର୍ମିକ ମହତ୍ଵ ବିଷୟରେ

୧. ତୁଳସୀ ଗଛର ମହତ୍ଵ ବିଷୟରେ ବିଭିନ୍ନ ଗ୍ରନ୍ଥରେ ବର୍ଣ୍ଣିତ ଅଛି । ଭବିଷ୍ୟ ପୁରାଣ ଓ ଗରୁଡ ପୁରାଣରେ ତୁଳସୀ ଗଛର ବିଶେଷତ୍ଵ ବିଷୟରେ ଲେଖା ହୋଇଛି । ଯେବେ ଭଗବାନ ବିଷ୍ଣୁ ଓ ଶ୍ରୀ କୃଷ୍ଣଙ୍କର ପୂଜା କରାଯାଏ, ସେହି ପୂଜା ତୁଳସୀ ବିନା ଅଧୁରା ରହି ଯାଇଥାଏ । ହନୁମାନଙ୍କୁ ମଧ୍ୟ ତୁଳସୀର ଭୋଗ ଚଢା ଯାଇଥାଏ । କାରଣ ହନୁମାନଙ୍କୁ ତୁଳସୀ ବହୁତ ପସନ୍ଦ ।

୨. ତୁଳସୀ ପତ୍ର ଓ ଗଙ୍ଗା ଜଳକୁ ବାସି କୁହାଯାଏ ନାହିଁ । ଏହି ଦୁଇଟି ଜିନିଷ ବାସି ଓ ଅପବିତ୍ର ହୋଇନଥାନ୍ତି ।

୩. ପୁରାଣ ହିସାବରେ ଯଦି ଘରେ ତୁଳସୀ ଗଛ ଲଗାଯିବ ଓ ଏହାର ପୂଜା କରାଯିବ ତେବେ ଏହାଦ୍ଵାରା ମଣିଷର ପୂର୍ବ ଜନ୍ମର ସବୁ ପାପ ନଷ୍ଟ ହୋଇ ଯାଇଥାଏ ।

ଆସନ୍ତୁ ଜାଣିବା ଏହାର ବୈଜ୍ଞାନିକ ମହତ୍ଵ

୧. ବୈଜ୍ଞାନିକ ମହତ୍ଵ ଅନୁସାରେ ଯଦି ତୁଳସୀ ପତ୍ରକୁ ନିୟମିତ ରୂପେ ସେବନ କରାଯିବ, ତେବେ ଏହା ଦ୍ଵାରା ଶରୀରରେ ହେଉଥିବା ଊର୍ଜାର ପ୍ରଭାବ ନିୟନ୍ତ୍ରଣ ହୋଇଥାଏ ।

୨. ତୁଳସୀ ଗଛର ପତ୍ର ଦ୍ଵାରା ବହୁତ ସଂକ୍ରମକ ରୋଗକୁ ଦୂର କରାଯାଇ ପାରିବ ।

୩. ଯଦି ଆପଣ ନିଜ ଘରର ଅଗଣାରେ ତୁଳସୀ ଗଛ ଲଗାଇବେ, ତେବେ ଏହା ଦ୍ଵାରା ଆପଣଙ୍କ ଘରର ବାତାବରଣ ବହୁତ ଭଲ ରହିବ ।

୪. ତୁଳସୀ ପତ୍ରରେ ଆନ୍ଟି ବ୍ୟାକ୍ଟେରିଆଲ, ଆନ୍ଟି ଫଙ୍ଗଲ ଓ ଆନ୍ଟି ବାୟୋଟିକ ଗୁଣ ଭରପୁର ହୋଇ ରହିଛି । ଏହା ସଂକ୍ରମକ ରୋଗ ପାଇଁ ବହୁତ ଉପଯୋଗୀ ହୋଇଥାଏ ।

ଏହା ଥିଲା ତୁଳସି ଗଛର ଧାର୍ମିକ ଓ ବୈଜ୍ଞାନିକ ଉପଯୋଗୀତା । ଆଶା କରୁଛୁ ଆପଣ ଏହି ଉପକାରିତା ବିଷୟରେ ଜାଣି ଏହାର ସଠିକ ଉପଯୋଗ କରିବେ ।