“ଫାଇନାଲ ମ୍ୟାଚରେ ଭାରତ ଜିତିଲେ ଲୋକଙ୍କୁ ବାଣ୍ଟିବି ୧୦୦ କୋଟି ଟଙ୍କା”, ଏଭଳି କିଛି କହିଛନ୍ତି ଜଣେ ବ୍ୟକ୍ତି…

ଭାରତ ଜିତିଲେ ମୁଁ ଦେବି 100 କୋଟି ଟଙ୍କା । ହଁ ଦର୍ଶକ ବନ୍ଧୁ ଏଭଳି କଥା ଜଣେ କମ୍ପାନୀ ମାଲିକ କହିଛନ୍ତି । ତେବେ ଆଜି ହେଉଛି ବିଶ୍ଵକପ ଫାଇନାଲ ମ୍ଯାଚ । ଯେଉଁଥି ରେ ଭାରତ ଅଷ୍ଟ୍ରେଲିୟା ସହ ମୁକାବିଲା କରିବାକୁ ଯାଉଛି । ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଭାରତ ଅଷ୍ଟ୍ରେଲିୟା ଫାଇନାଲ ମ୍ଯାଚ । ବିଶ୍ଵକପ ଫାଇନାଲ ରେ ଭାରତ ପ୍ରବେଶ କରିବା ପରେ ଏବେ ଅନେକ ଆଲୋଚନା ଓ ପ୍ରଶଂସା କରା ଯାଉଛି ଟିମ ଇଣ୍ଡିଆ କୁ ।

ତେବେ କୁହା ଯାଉଛି ଆଜି ବିଶ୍ଵକପ ଫାଇନାଲ ରେ ଟିମ ଇଣ୍ଡିଆ ନିଶ୍ଚୟ ଜିତିବ । ତେବେ ସମସ୍ତେ ନିଜ ନିଜ ଢଙ୍ଗରେ ଭାରତୀୟ ଖେଳାଳୀ ମାନଙ୍କର ଉଶ୍ଚାହ ବଢାଇବା ପାଇଁ ପ୍ରୟାସ କରୁଛନ୍ତି । ଏହାରି ଭିତରେ ଜଣେ ଷ୍ଟାଟର କମ୍ପାନୀ ର ମାଲିକ ଓ CO ପୁନୀତ ଗୁପ୍ତା ଭାରତୀୟ ଟିମ ବିଶ୍ଵକପ ଜିତିବାକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ଏହି କମ୍ପାନୀ ର ନାଁ ହେଉଛି ଆଷ୍ଟ୍ରୋ ଟକ ।

ବିଶ୍ଵକପ ଭାରତ ଜିତିଲେ ତାଙ୍କର କମ୍ପାନୀ ନିଜ୍ରୋ ବ୍ୟବହାରକାରୀ ଙ୍କୁ 100 କୋଟି ଟଙ୍କା ବାଣ୍ଟିବେ ବୋଲି ସେ କହିଛନ୍ତି । ଯାହା କି ୱାଲେଟ ରୁ ଦିଆଯିବ । ସୋସିଆଲ ମିଡିଆରେ 2011 ବିଶ୍ଵକପ ବିଜୟର ସ୍ମୃତି କୁ ମନେ ପକାଇ ପୁନୀତ କହିଛନ୍ତି ଯେ “ଗତ ଥର ଯେବେ ଭାରତ ବିଶ୍ଵକପ ଜିତିଥିଲା ସେତେବେଳେ ମୁଁ କଲେଜ ରେ ପାଠ ପଢୁଥିଲି । ସେଦିନ ମୋ ଜୀବନରେ ସବୁଠୁ ବଡ ଦିନ ଥିଲା ।

ସେଦିନ ମୁଁ ବହୁତ ଖୁସି ଥିଲି । ସାରା ଦିନ ମୁଁ ସାଙ୍ଗ ମାନଙ୍କ ସହ ଚିନ୍ତାରେ ରହିଥିଲି । ସମସ୍ତେ ଭାରତ ଜିତି ଥିବାରୁ ବେଶ ଖୁସି ହୋଇଥିଲୁ । ସାଇକେଲ ରେ ଗଳି କନ୍ଦି ବୁଲି କ୍ରିକେଟ ପ୍ରଶଂସକ ଙ୍କୁ ଆଲିଙ୍ଗନ କରୁଥିଲି । ସେତେବେଳେ ବନ୍ଧୁ ମାନଙ୍କ ସହ ଖୁସି ବାଣ୍ଟି ପାରିଥିଲି । ହେଲେ ଏବେ ଆଷ୍ଟ୍ରୋ ଟକ ବ୍ଯବହାରକାରୀ ମାନେ ଅଛନ୍ତି । ସେମାନଙ୍କ ସହ ମୁଁ ମୋ ଖୁସି ବାଣ୍ଟିବାକୁ ଚାହୁଁଛି ।

ଆଉ ଯଦି ଆଜି ଭାରତ ଜିତିଯାଏ ତେବେ 100 କୋଟି ଟଙ୍କା ମୁଁ ବାଣ୍ଟିବି । ଆସନ୍ତୁ ଆମ ଦଳ କେମିତ ଜିତିବ ସେଥିପାଇଁ ଆମେ ପ୍ରାର୍ଥନା କରିବା । ଆଉ ସମସ୍ତଙ୍କର ଉଶ୍ଚାହ ବଢାଇବା” । ତେବେ ଯଦି ଭାରତ ଜିତିଯାଏ ତେବେ ଷ୍ଟାର ର ମାଲିକ ପୁନୀତ ଗୁପ୍ତା ସତରେ କଣ 100 କୋଟି ଟଙ୍କା ବାଣ୍ଟିବେ କି । ଯାହା ପାଇଁ ତାଙ୍କ ଗ୍ରାହକ ମାନେ ହୁଏ ତ ବହୁତ ଖୁସି ହୋଇ ପାରନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।