ମୃତ ହେଲେ ବି ଜୀବନ୍ତ ! ଏଠି ପ୍ରତିଦିନ ମଧ୍ୟାହ୍ନ ଭୋଜନ ଖାଇବାକୁ ଆସନ୍ତି ଭୂତ ! ଭୋଜନ ପରେ ତାଙ୍କୁ ଖଟରେ ଶୁଆଇ ଦିଅନ୍ତି ପରିବାର ଲୋକେ !

ଏଠାରେ ମୃତ୍ୟୁ ପରେ ଶବକୁ କବର ଦିଅନ୍ତି ନାହିଁ । ବରଂ ପ୍ରଥାକୁ ମାନି ବର୍ଷ ବର୍ଷ ପର୍ଯ୍ୟନ୍ତ ଘରେ ଶବକୁ ରଖନ୍ତି । ଏପରିକି ମଧ୍ୟାହ୍ନ ଭୋଜନ ଖାଇବାକୁ ଭୂତମାନଙ୍କୁ ନିମନ୍ତ୍ରଣ କରନ୍ତି । ଖାଲି ସେତିକି ନୁହେଁ ବରଂ ଖାଇବାକୁ ଦେଇ ସାରିବା ପରେ ଶବକୁ ଖଟ ଉପରେ ରଖନ୍ତି ମୃତକଙ୍କ ପରିବାର ଲୋକେ । ବିଶ୍ବାସ ନହେଲେ ବି ଏକଥା ଏକଦମ ସତ । ଦୁନିଆରେ ଏଭଳି ଅନେକ ଜନଜାତି ଅଛନ୍ତି ଯାହା ବିଷୟରେ ଆପଣ ଜାଣି ନଥିବେ । ବର୍ତ୍ତମାନ ସମୟରେ ମଧ୍ୟ ଅନେକ ଜନଜାତି ନିଜ ପୁରୁଣା ସମୟର ରୀତିନୀତି ଅନୁସରଣ କରି ଜୀବନ କାଟୁଛନ୍ତି ।

ଏଭଳି ଅନେକ ଦେଶ ଅଛି ଯେଉଁଠି ଲୋକମାନେ ସେମାନଙ୍କ ପୂର୍ବପୁରୁଷ ଅନୁସରଣ କରୁଥିବା ପରମ୍ପରାକୁ ଧରି ରଖିଛନ୍ତି । ତେବେ ଏଭଳି ଅଦ୍ଭୁତ ପରମ୍ପରା ଦେଖିବାକୁ ମିଳେ ଇଣ୍ଡୋନେସିଆରେ । ସେଠାରେ ଏଭଳି ଏକ ସମାଜ ଅଛି ଯେଉଁଠି ଆଜି ମଧ୍ୟ ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ମୃତଦେହକୁ କବର ଦିଆଯାଏ ନାହିଁ । ଇଣ୍ଡୋନେସିଆରେ ଥିବା ଏହି ସମାଜର ପରମ୍ପରା ସଂପୂର୍ଣ୍ଣ ଭିନ୍ନ । ସେଠାରେ ପରିବାରର କେହି ମରିଗଲେ ତାଙ୍କର ଅନ୍ତିମ ସଂସ୍କାର କିମ୍ବା ସମାଧି ଦିଆଯାଏ ନାହିଁ ।

ଶବକୁ ସମାଧି ନଦେଇ ନିଜ ଘରେ ସାଇତି ରଖନ୍ତି ତୋରୋଜନ ନାମକ ଏହି ସମାଜ । ମୃତ୍ୟୁକୁ ଜୀବନର ଏକ ଅଂଶ ବୋଲି ଭାବି ପରିବାରର ମୃତ ସଦସ୍ୟଙ୍କ ସହ ଘରେ ରହିଥାନ୍ତି ଏହି ଲୋକମାନେ । ଇଣ୍ଡୋନେସିଆର ସୁଲାଇଭେସି ପର୍ବତରେ ରହୁଥିବା ଏହି ତୋରୋଜନ ସମାଜର ଲୋକମାନେ ସେମାନଙ୍କ ପରିବାର ମୃତ ସଦସ୍ୟ ମାନଙ୍କୁ ଅସୁସ୍ଥ ଭଳି ବ୍ୟବହାର କରିଥାନ୍ତି । ଆଉ ପାରମ୍ପରିକ ଭାବେ ପ୍ରତିଦିନ ମୃତ ସଦସ୍ୟଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥାନ୍ତି । ସମାଧି ନହେବା ପର୍ଯ୍ୟନ୍ତ ସେମାନେ ଏଭଳି କରିଥାନ୍ତି ।

ଏହିଭଳି ଭାବେ ପ୍ରିୟଜନଙ୍କ ମୃତଦେହକୁ ବର୍ଷ ବର୍ଷ ଧରି ନିଜ ଘରେ ରଖିଥାନ୍ତି ଏହି ଲୋକମାନେ । ତୋରୋଜନ ବିଶ୍ବାସରେ ମୃତବ୍ୟକ୍ତିଙ୍କୁ ପ୍ରତ୍ଯେକ ଦିନ ଖାଇବାକୁ ଦିଆଯାଏ ଏବଂ ଶବକୁ ପରିବାରର ଏକ ପୃଥକ କୋଠରି ଏକ ଶଯ୍ୟା ଉପରେ ରଖାଯାଏ । ତାଙ୍କର ଅନ୍ତିମ ସଂସ୍କାର ନହେବା ପର୍ଯ୍ୟନ୍ତ ଏଭଳି କରିବା ଏକ ପ୍ରଥା ରହିଛି । ଆଉ ଅନ୍ତିମ ସଂସ୍କାର କରିବା ସମୟ ଆସିଲେ ଶରୀରକୁ କବରରେ ପୋତି ଦିଆଯାଏ । ସମାଧି ପରେ ମଧ୍ୟ ମୃତ ଶରୀରର ନିୟମିତ ଯତ୍ନ ନିଅନ୍ତି ପରିବାର ଲୋକେ ।

ତାଙ୍କର ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ଵ ଦିଆଯାଏ । ମେନନ ନାମକ ଏକ ପରମ୍ପରା ଅନୁଯାୟୀ ମୃତଦେହକୁ ନୂତନ ପୋଷାକ ମଧ୍ୟ ଦିଆଯାଏ । ତୋରୋଜନ ପରମ୍ପରାରେ ମୃତବ୍ୟକ୍ତିଙ୍କ ପସନ୍ଦର ଜିନିଷ ଯେପରିକି ପର୍ସ, ବ୍ରେସଲେଟ ଓ ଘଣ୍ଟା ଆଦି ଉପହାର ସ୍ୱରୂପ ରଖାଯାଏ । କେହି କେହି ନିଜ ପ୍ରିୟଲୋକଙ୍କ ପାଇଁ ହୀରା ମଧ୍ୟ କବରରେ ରଖନ୍ତି । ଯେଉଁଥି ପାଇଁ କବରରୁ ଅନେକ ସମୟରେ ଡକାୟତି ମଧ୍ୟ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।