ବିବାଦ ଥମିବା ପରେ ପତ୍ନୀ ଓ ପୁଅ ସହ ଖୁସି ମନାଉଛନ୍ତି Babushan Mohanty, ଲୋକେ କହୁଛନ୍ତି ଏ ଖୁସିରେ କାହା ନଜର ନଲାଗୁ…

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଓଲିଉଡ ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କୁ ନେଇ ଯେଉଁ ବିବାଦ ଉଠିଥିଲା ତାହା ଧୀରେ ଧୀରେ ଉଭେଇ ଗଲା । ଆଉ ସେଇ ବିବାଦକୁ ଭୁଲି ଏବେ ଖାଲି ପ୍ରଶଂସା ସାଉଁଟୁଛନ୍ତି ବାବୁଶାନ । କିଛି ମାସ ପୂର୍ବରୁ ବାବୁଶାନ ମହାନ୍ତିଙ୍କୁ ନେଇ ଅନେକ କଥା ଚର୍ଚ୍ଚା କରୁଥିଲେ ଲୋକେ । ବିବାଦକୁ ନେଇ ବାବୁଶାନଙ୍କୁ ବହୁତ ହଇରାଣ ହେବାକୁ ପଡିଛି । ଏହି ବିବାଦ ପରେ ବାବୁଶାନ ମହାନ୍ତି ଆଉ ମୁଣ୍ଡ ଟେକି ପାରିବେନି ବୋଲି କେହି କେହି କହୁଥିଲେ ।

ହେଲେ ସବୁକିଛି ଠିକ କରିଦେଲା ସମୟ । ବିବାଦ ଚାଲିଗଲା ତା’ ବାଟରେ । ଏବେ ମିଳୁଛି ଖାଲି ପ୍ରଶଂସା । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଇତିହାସ ରହଚିଠିବା ବାବୁଶାନ ମହାନ୍ତିଙ୍କ ଅଭିନୀତି ଫିଲ୍ମ “ଦମନ” ର ସଫଳତା ବିବାଦ ଫିକା ପଡିଗଲା । ଆଉ ଏସବୁ ଭିତରେ ସାଥିରେ ରହିଛନ୍ତି ତାଙ୍କ ପିଲାବେଳର ବାନ୍ଧବୀ ଓ ପତ୍ନୀ ତୃପ୍ତି ଶତପଥୀ । ତୃପ୍ତି ଓ ବାବୁଶାନ ଯଦି ଉଦାର ହୃଦୟରେ ପରସ୍ପରକୁ କ୍ଷମା କରି ନଥାନ୍ତେ ତେବେ ବିବାଦ ଏବେବି ଚାଲିଥାନ୍ତା ।

ବିବାଦ କେବେ ସମାଧାନ ହୋଇ ନଥାନ୍ତା କି ଆଜି ଯେଉଁ ଖୁସି ଫେରିଛି ତାହା ଆସି ନଥାନ୍ତା । ଏକଥା କେହି ବୁଝନ୍ତୁ କି ନବୁଝନ୍ତୁ, ବାବୁଶାନ କିନ୍ତୁ ଠିକରେ ବୁଝି ସାରିଛନ୍ତି । ସେଥିପାଇଁ ଏବେ ବାବୁଶାନ ଯେଉଁଠି ତୃପ୍ତି ସେଇଠି । ବାବୁଶାନ ଯେତେବେଳେ ରାଇଡ ଫର୍ ଦମନରେ ଯାଇ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ସେତେବେଳେ ସବୁ ରାଗ ଅଭିମାନ ଭୁଲି ସ୍ଵାମୀ ପାଖକୁ ଫେରିଥିଲେ ତୃପ୍ତି ।

ଫିଲ୍ମ ଦମନ ର ରିଲିଜ ସମୟରେ ମଧ୍ୟ ସ୍ତ୍ରୀ ତୃପ୍ତି ପାଖରେ ରହିଥିଲେ । ଏପରିକି ଦମନ ର ହିନ୍ଦୀ ସଂସ୍କରଣ ରିଲିଜ ବେଳେ ବି ପତ୍ନୀ ତୃପ୍ତି ସାଙ୍ଗରେ ଯାଇଥିଲେ । ମୁମ୍ବାଇରୁ ଫେରିବା ପରେ ଲୋକସେବା ବାବୁମାନେ ଯେବେ ଏକାଠି ହଲରେ ବସି ଏହି ଫିଲ୍ମ ଦେଖିଲେ ସେତେବେଳେ ମଧ୍ୟ ତୃପ୍ତି ପାଖରେ ରହିଥିଲେ । ବିବାଦ ଶାନ୍ତ ହେବା ପରେ ଏବେ ନିଜ ପତ୍ନୀଙ୍କୁ ପାଖରେ ପାଇ ପୁଅ ଗୁଆନକୁ କୋଳରେ ଧରି ଖୁସି ମନାଉଛନ୍ତି ବାବୁଶାନ ।

ବାବୁଶାନ ପୁଅ ଗୁଆନକୁ ଧରିଥିବା ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବାବୁଶାନଙ୍କ ଫ୍ୟାନମାନେ ବେଶ ଖୁସି ଅଛନ୍ତି । ଆଉ ଏହି ଖୁସିରେ ଆଉ କାହାର ନଜର ନଲାଗୁ ବୋଲି ସମସ୍ତେ କମେଣ୍ଟ ଦେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।