ଓଃ କି ଦୟନୀୟ ! କୁନି କୁନି ଚାରିପିଲାଙ୍କୁ ଛାଡି ପ୍ରେମିକ ସହ ଫେରାର ହେଇଗଲା ମାଆ, ଖୋଲା ଆକାଶ ତଳେ ଭୋକ ଉପାସରେ ଏମିତି ଦିନ କାଟୁଛନ୍ତି 4 ଶିଶୁ, ଦେଖନ୍ତୁ video

ମା’ ପ୍ରେମିକ ସହିତ ଫେରାର ହୋଇଗଲା । ଆଉ ବାପା ବି କୁଆଡେ ପଳେଇଲେ । ଆଉ ବେସାହାରା କରିଦେଲେ ଏହି ଚାରିଜଣ ନାବାଳକ ପିଲାଙ୍କୁ । ବାପା ନାହାନ୍ତି କି ମା’ ବି ନାହାନ୍ତି, ସେମାନେ ଯିବାପରେ ଏହି କୁନି କୁନି ପିଲା କଣ ଖାଇବେ କେମିତି ଚଳିବେ ସେନେଇ ଚିନ୍ତାରେ । ଏଇ କଅଁଳ ବୟସରେ ଦିକିଦିକି ଚୁଲି ଆଞ୍ଚରେ କଡେଇ ବସେଇ କଣ ଟିକେ ରାନ୍ଧୁଛି ନାବାଳକ ପିଲା । କଡେଇରେ କେଉଁ ପରିବା ପଡିଥିବ ସେ ତାହା ବି ଜାଣି ନଥିବ ।

ହଳଦୀ ପକେଇ କଡେଇକୁ ଘାଣ୍ଟି ଦେଉଛି ଆଉ ତରକାରୀ ଟିକକ ହେଲାଣି କି ନାହିଁ ମୁହଁ ପୁରେଇ ଦେଖୁଛି । ବିଧହୁଏ ପେଟର ଭୋକ ଆଗରେ ନିଜ ବୟସକୁ ଭୁଲି ଯାଇଛି ଏହି କୁନିପିଲା । ରୋଷେଇ କରିବା ଠୁ ନେଇ କାଠ ହାଣିବା ଯାଏଁ କୁନି ବୟସରେ ସବୁ କରୁଛନ୍ତି ଏହି ପିଲାମାନେ । ବାପାମା’ ସିନା ଛାଡି ଦେଇଗଲେ ହେଲେ ବୁଢୀମା’ଟି ଏମାନଙ୍କୁ ଶ୍ରଦ୍ଧାରେ ନିଜ ପଣତକାନିରେ କୋଳେଇ ନେଇଛନ୍ତି । ନାତିନାତୁଣୀଙ୍କ ମୁହଁରେ ଗଣ୍ଡେ ଆହାର ଦେବା ପାଇଁ ବୁଢୀମା’ ଅଣ୍ଟା ଭିଡିଛନ୍ତି ।

ହେଲେ ପର ଦୁଆରେ ପାଇଟି କରିବାକୁ କି ବଣକୁ ଯାଇ କାଠ ହାଣିବାକୁ ଆଉ ବଳ ନାହିଁ । ସେଥିପାଇଁ ଭିକ ମାଗିବାକୁ ନିଜକୁ ପ୍ରସ୍ତୁତ କରିଛି ବୁଢୀମା । ସେଥିରେ ଯେତିକି ଯାହା ମିଳୁଛି ସେତିକିରେ ଚାରିଟା ପିଲାଙ୍କ ପେଟକୁ ଗଣ୍ଡେ ଦାନା ଦେବା ସହ ନିଜକୁ ବି ପୋଷୁଛି । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସୋନପୁର ଉଲୁଣ୍ଡା ବ୍ଲକ ମହୁଖଣ୍ଡି ଗାଁରେ । ଏହି ଗାଁର ନନ୍ଦ ମୁଣ୍ଡାଙ୍କ ଘରେ ବୁଢୀମା ନିରାଶ ମୁଣ୍ଡା, ପତ୍ନୀ ପୁନିନ୍ଦି ଓ ଚାରି ପୁଅ ଝିଅ ରୁହନ୍ତି ।

ନନ୍ଦ କାମଧନ୍ଦା କରି ଯାହା ଦି’ ପଇସା ରୋଜଗାର କରୁଥିଲେ ସେଥିରେ ଚଳୁଥିଲା ତାଙ୍କ ପରିବାର । ପିଲାମାନେ ପାଠ ପଢୁଥିବା ବେଳେ ସାନ ପୁଅକୁ ଏକ ବର୍ଷ ବୟସ ମଧ୍ୟ ହୋଇ ନଥିଲା । ଏତିକି ବେଳେ ମା’ ପୁନିନ୍ଦି ଅନ୍ୟଜଣଙ୍କ ପ୍ରେମରେ ପଡି ଚାରି ପିଲାଙ୍କୁ ପର କରି କୁଆଡେ ଚାଲିଗଲେ । ପତ୍ନୀ ପରପୁରୁଷ ହାତ ଧରି ପଳେଇବା ପରେ ନନ୍ଦ ମୁଣ୍ଡା ଭାଙ୍ଗି ପଡିଥିଲେ । ତଥାପି କଷ୍ଟେମଷ୍ଟେ ଦିନମଜୁରି କରି ପରିବାର ଚଳାଉଥିଲେ । ହେଲେ ଶେଷରେ ସେ ନିଜେ ବି କୁଆଡେ ପଳେଇଲେ ।

ଆଉ ଏବେ ଭୋକ ଉପାସରେ ଆଉଟୁ ପାଉଟୁ ହେଉଛନ୍ତି ପିଲାଛୁଆ । ଏହି ପରିବାର ପାଖରେ କିଛି ସରକାରୀ ସହାୟତା ମିଳିଲେ ଏମାନଙ୍କ ଭବିଷ୍ୟତ ଗଢି ହୋଇ ପାରନ୍ତା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।