ଫଳ ଖାଇବା ଆମ ଶରୀରର ପାଇଁ ଲାଭ ଦାୟକ ହୋଇ ଥାଏ । ସେ ଯେ କୌଣସି ବି ଫଳ ହୋଇ ନଥାଉ ସେଥିରୁ ଆମକୁ କିଛି ନା କିଛି ଲାଭ ନିଶ୍ଚିତ ମିଳିଥାଏ । କଳା ଅଙ୍ଗୁର କେବଳ ଦେଖିବାକୁ ଭଲ ଲାଗେ ନାହିଁ ସ୍ଵାଦରେ ବି ଏହା ଭଲ ଅଟେ । ଏହା ସହିତ କଳା ଅଙ୍ଗୁରରେ ଅନେକ ଗୁଣ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ହୋଇ ଥାଏ । କଳା ଅଙ୍ଗୁରରେ ଭିଟାମିନ C ଏବଂ ଭିଟାମିନ E ପ୍ରଚୁର ମାତ୍ରାରେ ମିଳି ଥାଏ ।
ଯଦି ଆମେ ପ୍ରତିଦିନ ଏହି କଳା ଅଙ୍ଗୁରକୁ ସେବନ କରିବା ତେବେ ଆମେ ବହୁତ ରୋଗ ଗୁଡିକରୁ ବଞ୍ଚି ପାରିବା । ଆଜି ଆମେ ଏହି ଆର୍ଟିକୀଲରେ କଳା ଅଙ୍ଗୁର ଖାଇବାର କିଛି ଭଲ ସ୍ୱାସ୍ଥ୍ୟ ଲାଭ ବିଷୟରେ କହିବାକୁ ଯାଉଛୁ ।
ବର୍ତ୍ତମାନ ସମୟରେ ମାଇଗ୍ରେନ ରୋଗ ବି ଏକ ସାଧାରଣ ରୋଗ ଅଟେ । ଏହି ରୋଗରେ ବହୁତ ଲୋକମାନେ ପୀଡିତ ଅଛନ୍ତି । ଯଦି ଆପଣ ମାଇଗ୍ରେନ ରୋଗରେ ପୀଡିତ ଅଛନ୍ତି, ତେବେ କଳା ଅଙ୍ଗୁରର ରସ ଆପଣଙ୍କ ପାଇଁ ଲାଭ ଦାୟକ ରହିବ । ଏହା ଛଡା ଯେଉଁ ବ୍ୟକ୍ତି ନିଜ ଚେହେରା ପାଇଁ ଅସୁବିଧାରେ ଅଛନ୍ତି । ତାଙ୍କ ପାଇଁ କଳା ଅଙ୍ଗୁର ସେବନ ସବୁଠୁ ଭଲ ଅଟେ । କଳା ଅଙ୍ଗୁରର ସେବନ ଦ୍ଵାରା ଶରୀରରରେ ରକ୍ତ ବି ପ୍ରସ୍ତୁତ ହୋଇଥାଏ ।
ଯଦି ଆମେ କଳା ଅଙ୍ଗୁରକୁ ନିୟମତି ସେବନ କରିବା ତେବେ ମଧୁମେହ ଭଳି ସମସ୍ୟାରୁ ବି ଆମେ ବଞ୍ଚି ପାରିବା । ଏତଦ ବ୍ୟତିତ ସୁଗାରର ଲେଭଲକୁ ବି ନିୟନ୍ତ୍ରିତ କରଯାଇ ପାରିବ । ଏହା ଉଚ୍ଚ ରକ୍ତଚାପକୁ ବି ନିୟନ୍ତ୍ରିତ କରିଥାଏ ।
କଳା ଅଙ୍ଗୁରରେ ଫାଇବାର, ଭିଟାମିନ, କ୍ୟାଲୋରି ପ୍ରଚୁର ମାତ୍ରାରେ ମିଳି ଥାଏ । ଯଦି ଆମେ ପ୍ରତିଦିନ ଏହି ଅଙ୍ଗୁରର ସେବନ କରିବା ତେବେ ପେଟ ସବନ୍ଧିତ ସମସ୍ତ ସମସ୍ୟାରୁ ଆମେ ବଞ୍ଚି ପାରିବା । କଳା ଅଙ୍ଗୁର ଖାଇବା ଦ୍ଵାରା କ୍ୟାନ୍ସରର ଡର ବି କମ ହୋଇ ଯାଏ ।
କଳା ଅଙ୍ଗୁରରେ ଥିବା ସାଇଟୋକେମିକଲ୍ସ ହୃଦୟକୁ ବି ସୁସ୍ଥ ରଖିଥାଏ । ଏହା ଶରୀରର କଲେସ୍ଟ୍ରଲ ମାତ୍ରାକୁ ବି ନିୟନ୍ତ୍ରିତ କରିଥାଏ । ଏବଂ ହୃଦୟ ଜିନତ ରୋଗର ଡରକୁ ବି କମ କରିଥାଏ ।
ଆଶାକରୁଛୁ କଳା ଅଙ୍ଗୁର ସମ୍ବଧୀୟ ଏହି ହେଲ୍ଥ ପୋଷ୍ଟଟି ନିଶ୍ଚୟ ଆପଣଙ୍କୁ ସାହାଯ୍ୟ କରିବ । ଶେୟାର କରନ୍ତୁ ସମସ୍ତଙ୍କ ସହିତ । ଆଗକୁ ନୂଆ ନୂଆ ହେଲ୍ଥ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।