ଯଦି ଆପଣ ବି କରିବାକୁ ଯାଉଛନ୍ତି AC କୋଚରେ ଯାତ୍ରା ତେବେ ହୋଇ ଯାଆନ୍ତୁ ସାବଧାନ.. ନ ହେଲେ ଜୀବନ ସାରା ପସ୍ତେଇବାକୁ ପଡିବ

ପ୍ରାୟତଃ ଆମେ ସମସ୍ତେ ଟ୍ରେନରେ ସୁବିଧା ଥିବା କୋଚ ମାନେ AC କୋଚରେ ରିଜର୍ବେଶନ କରିଥାଉ । ଆମେ ଭାବି ଥାଉ କି ଏସି କୋଚରେ କିଛି ଅସୁବିଧା ହେବ ନାହିଁ । କିନ୍ତୁ ଯେତେବେଳେ ଆପଣ ଆମର ଏହି ଖବରକୁ ପଢିବେ ତେବେ ଆପଣଙ୍କର ଚିନ୍ତାଧାରା ବଦଳି ଯିବ । ଆଜିକାଲି ଟ୍ରେନର ଯାତ୍ରା କରୁଥିବା ପାଖାପାଖି ସମସ୍ତେ ଭାବିଥାନ୍ତି କି ଜେନେରାଲ ଏବଂ ସ୍ଲୀପରରେ କିଛି ବି ହୋଇପାରେ କିନ୍ତୁ ଏସି କୋଚରେ ସବୁ ପ୍ରକାରରେ ଆମେ ସୁରକ୍ଷିତ ରହିବୁ ।

କିନ୍ତୁ ଏହା ବର୍ତ୍ତମାନ ବିଲକୁଲ ବି ସୁରକ୍ଷିତ ନୁହେଁ । କହିଦେଉଛୁ ଯେ ଛତ୍ତୀସଗଢର ରାୟପୁରର ଏସି କୋଚରେ ଏକ ଏମିତି ଘଟଣା ହୋଇଛି ଯାହାକୁ ଶୁଣି ଆପଣଙ୍କର ପାଦ ତଳୁ ମାଟି ଖସି ଯିବ ।

କହିଦେଉଛୁ ଯେ ଏହି ସମୟରେ ଏକ ଏମିତି ଗ୍ରୁପ ସକ୍ରିୟ ହୋଇଛନ୍ତି ଯିଏକି ଏସି କୋଚରେ ଯାତ୍ରା କରୁଥିବା ଲୋକମାନଙ୍କର ସବୁ ଟଙ୍କା, ଗହଣା ଏବଂ ଦାମୀ ଜିନିଷ ଲୁଟି ନେଉଛନ୍ତି । ଗତ ୧୦ ଦିନ ମଧ୍ୟରେ ଏହି ଘଟଣା ଭିଲାଇ ଏବଂ ରାୟପୁର ଷ୍ଟେସନ ମଧ୍ୟରେ ହୋଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସମାନେ ଏମାନଙ୍କୁ ଧରି ପାରି ନାହାନ୍ତି । ଏହିଭଳି ଘଟଣାରୁ ବଞ୍ଚିବା ପାଇଁ ବର୍ତ୍ତମାନ ଯାତ୍ରୀମାନଙ୍କୁ ଏନାଉଂସମେଂଟ ଜରିଆରେ ସଚେତନ କରା ଯାଉଛି ।

ସମସ୍ତ ଯାତ୍ରୀଙ୍କୁ କୁହାଯାଉଛି କି କୌଣସି ଅପରିଚିତ ବ୍ୟକ୍ତିଙ୍କ ଠାରୁ ଚା, ବିସ୍କୁଟ କିମ୍ବା ଅନ୍ୟ କିଛି ଜିନିଷ ଖାଇବା ଉଚିତ ନୁହେଁ । ଏବଂ ଟ୍ରେନରୁ ଓଲହାଇବା ସମୟରେ କିମ୍ବା ନିଜର ଜିନିଷ ପତ୍ର ବାହାର କରିବା ପାଇଁ କୁଲି ମାନଙ୍କର ସାହାର୍ଯ୍ୟ ନିଅନ୍ତୁ ।

ରେଲେୱେ ପୁଲିସଙ୍କ ଅନୁସାରେ ଏହି ଗ୍ରୁପ ହରିୟାଣାରୁ ଚାଲୁଛି ଏବଂ ଅନ୍ୟ ଗ୍ରୁପ ଝାରସୁଗୁଡା-ରାଂଚୀରୁ । ଏହି ଦୁଇ ଗ୍ରୁପ ରିଜର୍ବେଶନ ଟିକଟ ନେଇ ଯାତ୍ରା କରନ୍ତି । ଯେଉଁଥିରେ ଟିଟି ତାଙ୍କୁ ଧରି ପାରିବେ ନାହିଁ । ଏହା ପରେ ଏହି ଗ୍ରୁପ୍ର ଲୋକମାନେ ଟ୍ରେନରେ ଯାତ୍ରା କରୁଥିବା ଲୋକମାନଙ୍କର ଜିନିଷ ଓଲହାଇ କିମ୍ବା ଅନ୍ୟ କିଛି ପ୍ରକାର ସାହାର୍ଯ୍ୟ କରି ତାଙ୍କର ଭରସା ଜିତି ନିଅନ୍ତି ।

ଏହି ଗ୍ରୁପରେ ୩ ରୁ ୪ ଜଣ ଲୋକ ହୋଇଥାନ୍ତି । ଖବର କାଗଜ ଆଢୁଆରେ ସେମାନେ ସୂଟକେସ ଏବଂ ଟ୍ରଲି ବ୍ୟାଗରୁ ଚୋରୀ କରନ୍ତି ।

ଚାରି ଦିନ ପୂର୍ବରୁ ସମତା ଏକ୍ସପ୍ରେସର ଦ୍ଵିତୀୟ ଏସି କୋଚରେ ପତ୍ନୀ ସହିତ ଯାତ୍ରା କରୁଥିବା ଯାତ୍ରୀ ଏହି ଗ୍ରୁପ୍ରର ଶିକାର ହୋଇଛନ୍ତି । ସେହି ଗ୍ରୁପର ଲୋକମାନେ ଯାତ୍ରୀ ସହିତ ବନ୍ଧୁତା କରି ଟ୍ରଲି ବ୍ୟାଗକୁ ବାଥରୁମରେ ରଖି ଦେଲେ । ପୁଣି ସମୟ ଦେଖି ସୁନା ଚେନ ଉପରେ ବି ନିଜ ହାତ ସଫା କରିନେଲେ । ଏହି କଥା ବିଷୟରେ ଜଣା ନଥିଲା ଯାତ୍ରୀଙ୍କୁ ।

ଗତ ସପ୍ତାହରେ ଏଲଟୀଟୀ-ହାୱଡା ଏକ୍ସପ୍ରେସର ଏସି କୋଚରେ ମା ସହିତ ଯାତ୍ରା କରୁଥିବା ଏକ ମହିଳା ଯାତ୍ରୀ ବି ଏହିଭଳି ଚାରିଜଣଙ୍କର ଶିକାର ହୋଇଛନ୍ତି । ଦୁଇଟି ଯାକ ଘଟଣା ଭିଲାଇ ଏବଂ ରାୟପୁର ମଧ୍ୟରେ ହୋଇଛି ।

ତେବେ ଯଦି ଆପଣ AC କୋଚରେ ଯାତ୍ରା କରୁଛନ୍ତି ନିଜ ଜିନିଷ ଦାୟିତ୍ଵ ରେ ରଖନ୍ତୁ ଓ କୌଣସି ଅପରିଚିତ ବ୍ୟକ୍ତି ଠାରୁ କୌଣସି ସାହାଯ୍ୟ ନିଅନ୍ତୁ ନାହିଁ । ଯଦି କାହା ଉପରେ ସନ୍ଦେହ ହୁଏ ତେବେ ପୋଲିସଙ୍କୁ ତୁରନ୍ତ ଜଣାନ୍ତୁ । ଏହି ଲେଖାଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ ଓ ପେଜକୁ ଲାଇକ କରନ୍ତୁ ।