ଇନଷ୍ଟାନ୍ଟ ଇ ପ୍ୟାନ କରିବାକୁ ଚାହୁଁଛନ୍ତି ତ ଜାଣି ନିଅନ୍ତୁ ଏହି ଜରୁରୀ କଥା, ନହେଲେ ପଡି ପାରନ୍ତି ଅସୁବିଧାରେ

ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ କିଛି ଦିନ ତଳେ ତତ୍କାଳ ଇ – ପ୍ୟାନ (Instant e – PAN) ସୁବିଧାକୁ ଲଞ୍ଚ କରିଛନ୍ତି । କହିବାକୁ ଗଲେ ନୂଆ ଇ – ପ୍ୟାନ କରିବା ବହୁତ ସହଜ ଅଟେ । ଏହି ସମୟରେ ଗ୍ରାହକ କିମ୍ବା ଉପଭୋକ୍ତାମାନଙ୍କୁ କେବଳ ପ୍ୟାନ ନମ୍ବର ହିଁ ଦିଆଯିବ । ମାତ୍ର ୧୦ ମିନିଟର ପ୍ରକ୍ରିୟା ଲୋକମାନଙ୍କୁ ବହୁତ ସୁବିଧା ଦେବ । ଏହା ସହିତ ଏହି ପ୍ରକ୍ରିୟା ବିଲକୁଲ ମାଗଣା ଅଟେ ।

ଏହି ସମୟରେ ଆପଣଙ୍କୁ ପ୍ୟାନ କାର୍ଡର ନମ୍ବର ଜେନେରେଟ କରି ଆୟକର ବିଭାଗ ଦ୍ଵାରା ଦିଆଯିବ । କିନ୍ତୁ ଆୟକର ବିଭାଗର ନିୟମ ଆଧାର ଉପରେ କୌଣସି ବି ଇ– ଫାଇଲିଙ୍ଗ ପାଇଁ ପୋର୍ଟ ମାଧ୍ୟମ ଦ୍ଵାରା ପରମାନେଂଟ ଆକାଉଣ୍ଟ ନମ୍ବର କିମ୍ବା ପ୍ୟାନ କରିବା ପାଇଁ ଆଧାର କାର୍ଡର ବ୍ୟବହାର କରି ପାରିବେ ନାହିଁ ।

କରିବାର ଅଛି ତତ୍କାଳ ଇ – ପ୍ୟାନ, ତେବେ ଜାଣି ନିଅନ୍ତୁ ଏହି ଜରୁରୀ କଥା

୧. ଇ – ପ୍ୟାନ ପାଇଁ ପ୍ରଥମ ସର୍ତ ଏହା ଅଟେ କି ଆପଣଙ୍କ ପାଖରେ ଏକ ବୈଧ ଆଧାର କାର୍ଡ ହେବା ବହୁତ ଜରୁରୀ ଅଟେ । ଇ – ପ୍ୟାନ ଆବେଦନରେ ଆୟକର ବିଭାଗ ଦ୍ଵାରା ଆପଣଙ୍କ UIDAI ବିବରଣ ମଗା ଯାଇଥାଏ । ଆୟକର ବିଭାଗ ଦ୍ଵାରା ଏହି ସୂଚନା e –KYC ପ୍ରକ୍ରିୟା ପୁରା କରିବା ପାଇଁ ମଗା ଯାଇଥାଏ । ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାରର ଫର୍ମ ଭର୍ତ୍ତି କରିବା ପାଇଁ ଆବଶ୍ୟକ ପଡିବ ନାହିଁ ।

୨. ଯେଉଁମାନଙ୍କ ପାଖରେ ପୂର୍ବରୁ ହିଁ ଏକ ପ୍ୟାନ କାର୍ଡ ଅଛି ତାଙ୍କୁ ପୁଣି ଥରେ ପ୍ୟାନ କାର୍ଡ ଆବେଦନ ନ କରିବା ପାଇଁ କୁହାଯାଇଛି । ଯଦି ଆପଣଙ୍କ ପାଖରେ ଦୁଇଟି ପ୍ୟାନ କାର୍ଡ ବି ମିଳୁଛି ତେବେ ଆପଣଙ୍କ ବିରୁଦ୍ଧରେ ଆୟକର ଅଧିନିୟମ ଅନୁସାରେ ଧାରା ୨୭୨ – ବି ଅନୁସାରେ ମାମଲା ଦର୍ଜ କରା ଯାଇ ପାରିବ । ଏଥିରେ ଆପଣଙ୍କୁ ୧୦ ହଜାର ପର୍ଯ୍ୟନ୍ତ ଜୁର୍ମାନା ଭର୍ତ୍ତି କରିବାକୁ ପଡିପାରେ ।

୩. ଇ – ପ୍ୟାନ ପାଇଁ ଆପ୍ଲାଏ କରିବା ପୂର୍ବରୁ ନିଜର ଆଧାରର ଜନ୍ମତିଥି ଓ ଅନ୍ୟ ବିବରଣକୁ ଧ୍ୟାନର ସହ ଦେଖି ଆବେଦନ କରନ୍ତୁ । କିନ୍ତୁ କିଛି ଆଧାର କାର୍ଡରେ କେବଳ ଜନ୍ମର ବର୍ଷ ହିଁ ଲେଖା ହୋଇଥାଏ । ପୁରା ବିବରଣ ନ ଥାଏ । ସେଥିପାଇଁ ଆପଣ UIDAIର ୱେବସାଇଟକୁ ଯାଇ ସେଥିରେ ଚେଞ୍ଜେସ କରି ପୁଣି ଆପଣ ଇ – ପ୍ୟାନ ପାଇଁ ଆବେଦନ କରି ପାରିବେ । କାରଣ ଜନ୍ମତିଥିର ତାରିଖର ପୁରା ବିବରଣ ଦେବା ପାଇଁ ବାଧ୍ୟ ଅଟନ୍ତି ।

୪. ଆପଣଙ୍କ ଆଧାର ଦ୍ଵାରା ଆପଣଙ୍କ ମୋବାଇଲ ନମ୍ବର ଯୋଡି ହେବା ବି ବାଧ୍ୟତାମୂଳକ ଅଟେ । କାରଣ ଆୟକର ବିଭାଗ ଦ୍ଵାରା ଆପଣଙ୍କ ଆଧାର ଲିଙ୍କ ମୋବାଇଲ ନମ୍ବରରେ ହିଁ OTP ପଠାଯିବ । ଏହା ବିନା e –kycର ପ୍ରକ୍ରିୟା ପୁରା କରା ଯାଇ ପାରିବ ନାହିଁ ।

୫. ଇ – ପ୍ୟାନ ପାଇଁ ଆବେଦନ କରିଥିବା ବ୍ୟକ୍ତିର ବୟସ ୧୮ ବର୍ଷରୁ ଅଧିକ ହେବା ଉଚିତ । ଏହି ସୁବିଧା କେବଳ ବ୍ୟକ୍ତିମାନଙ୍କ ପାଇଁ, କମ୍ପାନୀ ଓ ପାର୍ଟନର ଫର୍ମ ପାଇଁ ଉପଲବ୍ଧ କରା ଯାଇଛି । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।