ଏବେ ବିନା କୁକୁଡାରେ ଅଣ୍ଡାରୁ ବାହାରିବ କୁକୁଡା ଛୁଆ, ଜାଣନ୍ତୁ କିପରି

ବର୍ତ୍ତମାନ ପର୍ଯ୍ୟନ୍ତ ବିନା କୁକୁଡାରେ ଅଣ୍ଡାରୁ ଛୁଆ ବାହାରିବା ଅସମ୍ଭବ ଲାଗୁଥିଲା । କିନ୍ତୁ ଏହି ଅସମ୍ଭବ କାର୍ଯ୍ୟକୁ ୟୁପିର ଲକ୍ଷ୍ମୀପୁର ଖୀରୀ ଜିଲ୍ଲାର ପଲିୟାର ସଂପୂର୍ଣାନଗର ନିବାସୀ ଏକ ଚାଷୀ ନିଜର ପ୍ରତିଭା ବଳରେ ଲକଡାଉନର ସମୟକୁ ସଦୁପଯୋଗ କରି ଏକ ଇନକ୍ୟୁବେଟର ମେସିନ ତିଆରି କରିଛନ୍ତି । ସଂପୂର୍ଣାନଗର ନିବାସୀ ଫାର୍ମର ଓ ଚାଷୀ ପରମଜୀତ ସିଂହ କୁହନ୍ତି କି ଏହା ଏକ ଅଟୋମେଟିକ ମେସିନ ଅଟେ ।

ଏହି ମେସିନରେ ୨୧ ଦିନ ପର୍ଯ୍ୟନ୍ତ ଅଣ୍ଡାକୁ ରଖିବା ପରେ କୁକୁଡା ଛୁଆ ବାହାରି ଆସିଥାଏ । ଏଥିରେ ଗୋଟିଏ ସମୟରେ ୬୦ରୁ ୭୦ଟି ଅଣ୍ଡା ରଖା ଯାଇ ପାରିବ ଓ ଏହା ଏକ ସେମି ଅଟୋମେଟିକ ମେସିନ ଅଟେ । ସେ କହିଲେ କି ମେସିନ ନିଜର ଟେଂପରେଚର ନିଜେ ହିଁ ମେଣ୍ଟେନ କରିଥାଏ । ଅଣ୍ଡାରୁ କୁକୁଡା ଛୁଆ ବାହାର କରିବା ପାଇଁ ୩୭.୫ ଡିଗ୍ରୀ ତାପମାତ୍ରା ମେଣ୍ଟନେ କରାଯାଇଥାଏ ।

ଏଥିରେ ଏକ ଅଟୋମେଟିକ ଚିପ ଲାଗିଛି, ଯାହା ୩୫.୫ ଡିଗ୍ରୀ ତାପମାତ୍ରାକୁ ମେଣ୍ଟେନ ରଖିଥାଏ । ମେସିନରେ ଅଣ୍ଡାକୁ ରଖିବା ପରେ ଏଥିରେ ୧୮ ଦିନ ପର୍ଯ୍ୟନ୍ତ ଅଣ୍ଡାକୁ ଦିନକୁ ୩ – ୪ ଥର ଅଳ୍ପ ସେକ କରାଯାଏ । ଏହା ପରେ ୨୧ ଦିନ ପରେ କୁକୁଡା ଛୁଆ ବାହାରକୁ ଆସିଥାଏ ।

ଏହି ପରିଶ୍ରମ ପଛରେ ଚାଷୀର କଣ ଲକ୍ଷ

ପରମଜୀତ ସିଂହଙ୍କ କହିବା ଅଟେ କି ଗ୍ରାମରେ ରହୁଥିବା ଲଘୁ ଚାଷୀମାନଙ୍କୁ ଚାଷ ସହିତ କୌଣସି ଭିନ୍ନ ଆୟ ବି ହେବା ଦରକାର । ଇନକ୍ୟୁବେଟର ସାହାର୍ଯ୍ୟ ଦ୍ଵାରା ଗ୍ରାମରେ ଯେଉଁ ବେରୋଜଗାର ଯୁବକ ଅଛନ୍ତି ତାଙ୍କୁ ବି ରୋଜଗାର ମିଳି ପାରିବ । ସେ ବି ନିଜର ବିଜିନେସ ଆରମ୍ଭ କରି ପାରିବେ । ଏହି ଦେଶୀ ଇନକ୍ୟୁବେଟର ଦାମ ପାଖାପାଖି ୩୦୦୦ ଟଙ୍କା ଅଟେ ।

୧୨ ଭୋଲ୍ଟ ବ୍ୟାଟେରୀ ଦ୍ଵାରା ଚାଲିଥାଏ ଏହି ମେସିନ

ଅଣ୍ଡାରୁ କୁକୁଡା ଛୁଆ ବାହାର କରୁଥିବା ଇନକ୍ୟୁବେଟର ୧୨ ଭୋଲ୍ଟ ବ୍ୟାଟେରୀ ଦ୍ଵାରା ଚାଲିଥାଏ । ଏଥିରେ ବଲ୍ବ ଦ୍ଵାରା ତାପମାତ୍ରା କରାଯାଏ । ଚାଷୀ ପରମଜୀତ ସିଂହ କହିଲେ କି ମେସିନକୁ ସବୁ ସାତ ଘଣ୍ଟାରେ ଖୋଲି ଦେଖିବା ଦରକାର ଓ ଅଣ୍ଡା ଉପରେ ଅଳ୍ପ ହାତ ବୁଲାଇବା ଦରାକର । ଏହି ପ୍ରକ୍ରିୟା ୨୧ ଦିନ ପର୍ଯ୍ୟନ୍ତ ଚାଲିଥାଏ ଓ ଏହି ଅବଧିରେ ଅଣ୍ଡାରୁ କୁକୁଡା ଛୁଆ ବାହାରିବା ଆରମ୍ଭ ହୋଇଯାଏ । ଶିକ୍ଷା ବିଭାଗରେ କାମ କରୁଥିବା ପରମଜୀତ ସିଂହଙ୍କ ଆଖପାଖରେ ଥିବା ଗରିବ ଲୋକମାନଙ୍କୁ ଏକ ନୂତନ ଦିଗ ଦେବା ପାଇଁ ସେ ଏହି କାମ କରୁଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।