୧୨ କୋଟି ଟଙ୍କା ଜିତି ରାତାରାତି କୋଟିପତି ହୋଇଗଲେ ଦିନ ମଜୁରିଆ, କିନ୍ତୁ ଟ୍ୟାକ୍ସ କଟିବା ପରେ ମିଳିଲା ମାତ୍ର ଏତିକି

ଆପଣମାନେ ଏହା ନିଶ୍ଚିତ ଶୁଣିଥିବେ କି ଭାଗ୍ୟ ବଦଳିବାକୁ ସମୟ ଲାଗେ ନାହିଁ । ଯଦି ଆପଣଙ୍କ ଭାଗ୍ୟ ଭଲ ଅଛି ତେବେ ଆପଣ ଗରିବରୁ ରାଜା ହୋଇ ପାରିବେ । କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ । ଯାହାଙ୍କ ଭାଗ୍ୟ ଅଚାନକ ବଦଳି ଗଲା । ଏହି ବ୍ୟକ୍ତି ଜଣକ ୧ -୧ ଟଙ୍କା ପାଇଁ ଚାଷ ଜମିରେ ଦିନ ମଜୁରିଆ ହୋଇ କାମ କରୁଥିଲେ ।

କିନ୍ତୁ ବର୍ତ୍ତମାନ ସେ କୋଟି କୋଟି ଟଙ୍କାର ମାଲିକ ହୋଇ ଯାଇଛନ୍ତି । ଅଚାନକ ଏତେ ଟଙ୍କା ମିଳିବା ପରେ ତାଙ୍କୁ ଚାଷ ଜମିରେ ଚାଷ କରିବାକୁ ବି ପଡିବ ନାହିଁ । ଏହି ବ୍ୟକ୍ତି ଜଣକ ୧୨ କୋଟି ଟଙ୍କାର ଲଟେରୀ ଜିତିଛନ୍ତି । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଏହା ଅଟେ କି ଏହି ୧୨ କୋଟି ଟଙ୍କାରୁ ତାଙ୍କୁ କେତେ ଟଙ୍କା ମିଳିବ ।

କହିବାକୁ ଗଲେ କେରଳର କୁନ୍ନୂର ଜିଲ୍ଲାରେ ରହୁଥିବା ଶ୍ରୀ ରାଜନ ୧୨ କୋଟି ଟଙ୍କାର ଏକ ଲଟେରୀ ଜିତିଲେ । ବର୍ତ୍ତମାନ ସେ ଲଟେରୀ ଜିତିବା ପରେ ନିଜର ଆକାଉଣ୍ଟରେ ଟଙ୍କା ଆସିବାର ଅପେକ୍ଷା କରୁଛନ୍ତି । ରାଜନଙ୍କ ବୟସ ୫୮ ବର୍ଷ ଅଟେ । ରାଜନ ଚାଷ ଜମିରେ ଦିନ ମଜୁରିଆ ହୋଇ କାମ କରନ୍ତି । କିନ୍ତୁ ଦିନେ ତାଙ୍କର ଜୀବନ ପୁରା ପରିବର୍ତ୍ତନ ହୋଇଗଲା । ଗୋଟିଏ ଦିନ ରାଜନ କେରଳ ସରକାରଙ୍କ ଲଟେରୀ ସ୍କିମର ଏକ ଟିକେଟ କ୍ରୟ କରିଲେ ଓ ଭାଗ୍ୟର ସାଥ କାରଣରୁ ସେ ଏହି ଲଟେରୀ ଜିତି ଗଲେ ମଧ୍ୟ ।

ଯେତେବେଳେ ରାଜନଙ୍କୁ ଏହି କଥା ଜଣା ପଡିଲା କି ତାଙ୍କୁ ଲଟେରୀରେ ୧୨ କୋଟି ଟଙ୍କାର ପୁରଷ୍କାର ଲାଗିଛି ତେବେ ପ୍ରଥମେ ତ ତାଙ୍କୁ ଏହି କଥା ଉପରେ ବିଶ୍ଵାସ ହେଲା ନାହିଁ । କିନ୍ତୁ ଯେତେବେଳେ ସେ ଏହି କଥାର ଯାଞ୍ଚ କରିଲେ ତେବେ ତାଙ୍କୁ ବିଶ୍ଵାସ ହେଲା କି ହଁ ସେ ବର୍ତ୍ତମାନ କୋଟିପତି ହୋଇ ଯାଇଛନ୍ତି ।

ରାଜନ ଲଟେରୀରେ ୧୨ କୋଟି ଟଙ୍କା ଜିତିଛନ୍ତି । ଯେଉଁଥିରେ ଟ୍ୟାକ୍ସ କଟିବା ପରେ ତାଙ୍କୁ ୭.୨୦ କୋଟି ଟଙ୍କା ମିଳିବ । ଲଟେରୀରେ ଏତେ ବଡ ରାଶି ଜିତିବା ପରେ ରାଜନ ବହୁତ ଉତ୍ସାହିତ ବି ଅଛନ୍ତି । ନିଜର ଖୁସିରେ ରାଜନଙ୍କୁ ଏହି କଥା ବି ମନେ ପଡୁ ନାହିଁ କି ସେ ବ୍ୟାଙ୍କ ଠାରୁ କେତେ ଟଙ୍କାର ଲୋନ ନେଇ ଥିଲେ । ଗୋଟିଏ ଇଣ୍ଟରଭିୟୁରେ ରାଜନ କହିଲେ କି ସେ ଗୋଟିଏ ବ୍ଯାଙ୍କରୁ ୫ ଲକ୍ଷ ଟଙ୍କାର ଲୋନ ନେଇ ଥିଲେ ଓ ଏହା ଛଡା ତାଙ୍କ ଉପରେ ଅନ୍ୟ ଏକ ଲୋନ ବି ଅଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ କୌଣସି ବି ଲୋନ ଦେଇ ନାହିଁ । କିନ୍ତୁ ଟଙ୍କା ଆସିବା ପରେ ସର୍ବ ପ୍ରଥମେ ମୁଁ ବ୍ୟାଙ୍କର ଲୋନ ଦେବି । ଯେତେବେଳ ଇଣ୍ଟରଭିୟୁରେ ପଚରାଗଲା କି ସେ ଏତେ ଟଙ୍କା କଣ କରିବେ ତେବେ ରାଜନ କହିଲେ କି ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଏହା ବିଷୟରେ କିଛି ଚିନ୍ତା କରି ନାହିଁ । ଟଙ୍କା ଆସିବା ପରେ ସର୍ବ ପ୍ରଥେମ ମୁଁ ଲୋନ ଦେବାକୁ ଚାହୁଁଛି । ଏହା ପରେ ଚିନ୍ତା କରିବି କି ମୁଁ ଏହି ଟଙ୍କାକୁ କଣ କରିବି । କହିବାକୁ ଗଲେ ଲଟେରୀରେ ରାଜନ ୧୨ କୋଟି ଟଙ୍କା ଭଳି ବଡ ରାଶି ଜିତିବା ପରେ ତାଙ୍କର ପରିବାରରେ ଖୁସିର ଲହରୀ ଖେଳି ଯାଇଛି ।