“ମୋତେ ଏମିତି ଜୀବନ ଦରକାର ନାହିଁ, ଦୟାକରି ଭିକ୍ଷା ମାଗନି ନହେଲେ ମୁଁ…” ହସ୍ପିଟାଲ ବେଡରୁ କିଛି ଏମିତି କହିଲେ Pintu Nanda, ଦେଖନ୍ତୁ…

ହସ୍ପିଟାଲ ବେଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ଆଉ ଅନ୍ୟପଟେ କିଛି ଲୋକ ପିଣ୍ଟୁ ନନ୍ଦଙ୍କ ନାଁରେ ଢାଳ ଓ ଡବା ଧରି, କାନି ପତେଇ ଲୋକଙ୍କୁ ଅର୍ଥ ସାହାଯ୍ୟ ମାଗୁଛନ୍ତି । ସେମାନଙ୍କ ପାଇଁ ପିଣ୍ଟୁ ନନ୍ଦ କିଛି କହିଛନ୍ତି । ମେଡିକାଲ ବେଡରେ ସ୍ପଷ୍ଟ କଥା କହି ପାରୁ ନଥିବା ପିଣ୍ଟୁ ନନ୍ଦ କାଶୀ କାଶୀ କହିଛନ୍ତି କି, ମୋର ଏଇଠି ଜୀବନ ଦରକାର ନାହିଁ । ମୋ ନାଁ ନେଇ ସାଧାରଣ ଲୋକଙ୍କ ଠାରୁ ଟଙ୍କାଟିଏ ଆଣିବା ଆବଶ୍ୟକ ନାହିଁ ।

ଯେଉଁ ଟଙ୍କା ଓ ସାହାଯ୍ୟ ପାଇଁ ତାଙ୍କୁ ବଦନାମ ହେବାକୁ ପଡୁଛି ସେଇ ସାହାଯ୍ୟ ତାଙ୍କୁ ଦରକାର ନାହିଁ ବୋଲି ପିଣ୍ଟୁ ନିଜେ କହିଛନ୍ତି । ମୋ ପାଇଁ କେହି ଭିକ ମାଗନି ବୋଲି ପିଣ୍ଟୁ ସ୍ପଷ୍ଟ ରୂପେ କହିଛନ୍ତି । ମୋ ପାଇଁ ମୋ ସଂଘ ଅଛି, ଜାତିଭାଇ ଅଛନ୍ତି, କଳାକାର ଫ୍ୟାମିଲି ଅଛି ଓ ସମ୍ପର୍କୀୟ ମଧ୍ୟ ଅଛନ୍ତି । ସେମାନେ ମୋତେ ସାହାଯ୍ୟ କରିବେ ଆଉ କାହାଠୁ ଟଙ୍କା ଦରକାର ନାହିଁ । ଦୟାକରି କେହି ମୋ ନାଁରେ ଭିକ ମାଗନି ବୋଲି କହିଛନ୍ତି ପିଣ୍ଟୁ ନନ୍ଦ ।

ଗୋଟିଏ ପଟେ ଶରୀରରେ ଥିବା ରୋଗ ତାଙ୍କୁ ଅତ୍ୟନ୍ତ କଷ୍ଟ ଦେଉଥିବା ବେଳେ ପ୍ରତିଦିନ ଆସୁଥିବା ଖବର ତାଙ୍କ ଆତ୍ମାକୁ କଷ୍ଟ ଦେଉଛି ବୋଲି ସେ ପରୋକ୍ଷ ଭାବେ କହିଛନ୍ତି । ରାସ୍ତାଘାଟରେ ୟା’କୁ ତାକୁ ପଇସା ମାଗି ମୋ ହୃଦୟକୁ ଆଘାତ ଦେଉଛ ବୋଲି କହିଛନ୍ତି ପିଣ୍ଟୁ ନନ୍ଦ ।

ମୋ ପାଇଁ ଥରୁଟିଏ ଠାକୁରଙ୍କୁ ଡାକନ୍ତୁ ପଛେ ମୋତେ ସେ ଭିକ ମଗା ଟଙ୍କା ଦରକାର ନାହିଁ ବୋଲି ପିଣ୍ଟୁ କହିଛନ୍ତି । ଠାକୁରଙ୍କ ଡାକିଲେ ହୁଏତ ମୁଁ ଭଲ ହୋଇଯିବି ହେଲେ ଦୟାକରି କହୁଛି ମୋ ପାଇଁ କେହି ଢାଳ, ଡବା ଓ କାନି ଧରି ରାସ୍ତାଘାଟ, ପାର୍କ କି ଷ୍ଟେସନରେ ଭିକ ମାଗନି । ସେମିତି ଜୀବନ ବଞ୍ଚିବାକୁ ମୁଁ ଚାହୁଁନି ବରଂ ତା’ ଠାରୁ ମୁଁ ମ-ରି-ବା-କୁ ପସନ୍ଦ କରିବି । ଆଜ୍ଞା ହଁ, ମେଡିକାଲ ବେଡରେ ଜୀବନ ସହ ସଂଘର୍ଷ କରୁଥିବା ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଓଡିଶାବାସୀଙ୍କୁ କିଛି ଏଭଳି ନିବେଦନ କରିଛନ୍ତି ।

ତେବେ ପିଣ୍ଟୁ ନନ୍ଦ ବର୍ତ୍ତମାନ ଲିଭର ଡୋନରଙ୍କ ଅପେକ୍ଷାରେ ରହିଛନ୍ତି । ସେ ଶୀଘ୍ର ସୁସ୍ଥ ହୋଇ ଆମ ଗହଣକୁ ଫେରି ଆସନ୍ତୁ ବୋଲି ଆମର ପ୍ରାର୍ଥନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।