ଆସୁଛି ବାତ୍ୟା ‘Elsa’, ଆସୁଥିବା ବିପଦରୁ ବର୍ତ୍ତିବାକୁ 12 ମହଲା କୋଠାକୁ ଭାଙ୍ଗିଦେଲା ପ୍ରଶାସନ

ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁସାରେ ଆଉ ଏକ ବାତ୍ୟା ମାଡି ଆସୁଛି । ଯାହାର ନାଁ ହେଉଛି ଏଲିସା । ଆମେରିକାର ଫ୍ଲୋରିଡା ରେ ଏଲସା ବ୍ୟାତା ତାଣ୍ଡବ ରଚିବ ବୋଲି ପାଣିପାଗ ବିଭାଗରୁ ସୂଚନା ଜାରି କରା ଯାଇଛି । ଏଥି ପାଇଁ ପ୍ରଶାସନ ସତର୍କ ହୋଇ ରହିଛି । ସୂଚନା ଅନୁସାରେ ଗତ ଶନିବାର ଦିନ ଏଲିସା ବାତ୍ୟା ହାଇଡି ଓ ଡୋମିନିକା ରିପବ୍ଲିକରେ ତାର ପ୍ରକୋପ ଦେଖାଇ ଥିଲା ।

ଏଲିସା ବାତ୍ୟା ଯୋଗୁ ଅନେକ ଗଛ ଭାଙ୍ଗିବା ସହ ପ୍ରାୟ ତିନି ଜଣଙ୍କର ମୃ-ତ୍ୟୁ ଘଟିଛି । ଘରର ଛାତ ମଧ୍ୟ ଭୁସୁଡି ପଡିଛି । ବର୍ତ୍ତମାନ ଏଲିସା ବ୍ୟାତା ଦୁର୍ବଳ ହେବାରେ ଲାଗିଛି । ଏହା ପରେ ଏଲିସା ବାତ୍ୟା ଫ୍ଲୋରିଡା ଆଡକୁ ଗତି କରିବାରେ ଲାଗିଛି । ମିଯାମୀ ନ୍ୟାସନାଲ ହାରିକେନ ସେଣ୍ଟର ସୂଚନା ଅନୁସାରେ ଏଲିସା ବାତ୍ୟାର କେନ୍ଦ୍ର ଜାମାଇକା ଉପକୂଳରୁ ପ୍ରାୟତ ୧୭୫ କିମି ରହିଥିଲା ।

ବାତ୍ୟା ଏଲିସା ଘଟନ୍ତା ପ୍ରତି ପ୍ରାୟ ୨୫ କିମି ବେଗରେ ଗତି କରିଥିଲା । ଏହା ସହ ଘଣ୍ଟା ପ୍ରତି ୧୦୦ କିମି ବେଗରେ ପବନ ହୋଇଥିଲା । ବାତ୍ୟା ଏଲିସା ନିଜର ତାଣ୍ଡବ ରଚିବା ପରେ କ୍ୟୁବାରେ ପହଞ୍ଚିଥିଲା । ଏହା ପରେ ବାତ୍ୟା ଏଲିସା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଦୁରବଲ ହୋଇଥିବା ଯୋଗୁ ବାତ୍ୟା ଏଲିସା ଫ୍ଲୋରିଡା ଓ ଆଟଲାଣ୍ଟିକ ଉପକୂଳ ଆଡକୁ ଗତି କରିବାରେ ଲାଗିଛି । ତେଣୁ ଫ୍ଲୋରିଡା ର ପ୍ରଶାସନ ବାତ୍ୟା ଏଲିସାକୁ ନେଇ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ଲଗାଇଛନ୍ତି ।

ସର୍ଫସାଇଡ ସହରର ସମୁଦ୍ର ଉପକୂଳରେ ଥିବା ଏକ ୧୨ ମହଲା ବିଲଡିଙ୍ଗକୁ ସମ୍ପୂର୍ଣ ଧ୍ଵଂସ କରିଦିଆ ଯାଇଛି । ଆମେରିକା ଇତିହାସରେ ଏହି ଘଟଣା ପ୍ରଥମ ଥର ପାଇଁ ଘଟିଛି ଯେଉଁଥିରେ ଏତେ ବଡ କୋଠାକୁ ଧ୍ଵଂସ କରିଦିଆ ଯାଇଛି । ଏଥି ପାଇଁ ଗତ ମାସରେ ସେଠାକାର ବାସିନ୍ଦାକୁ ଖାଲି କରିବା ପ୍କିନ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇ ଥିଲା ।

ଫ୍ଲୋରିଡା ଗଭର୍ନର ଟନ ଡିସେନ୍ତିସଙ୍କ କହିବା ମୁତାବକ ଏହି ୧୨ ମହଲା କୋଠାକୁ ଧ୍ଵଂସ କରିବା ସମୟରେ ପ୍ରାୟତ ୧୨୧ ଜଣ ଲୋକେ ନିଖୋଜ ଅଛନ୍ତି । ଯେଉଁ ଲୋକ ମାନେ ନିଖୋଜ ହୋଇଛନ୍ତି ସେମାନଙ୍କୁ ଭଗ୍ନବଶେଷ ତଳୁ ଖୋଳା ଯାଉଅଛି । ସେହି ଲୋକ ମାନେ ଚାପି ହୋଇ ରହିଛନ୍ତି ବୋଲି ଅନୁମାନ କରାଯାଉ ଥିବାରୁ ଯେ ଯାଏଁ ସେମାନେ ମିଳି ନାହାନ୍ତି ଏପରି ତଲାସି ଅଭିଯାନ ଜାରି ରହିବ ବୋଲି ଗଭର୍ନର ସୂଚନା ଦେଇଛନ୍ତି ।

ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।