“ଏଲି… ମତେ ଭୁଲ ବୁଝିବନି, ତୁମକୁ କେବେ ହେଲେ ବିବାହ କରି ନଥାନ୍ତି ଯଦି…”- ଘରଛାଡି ଯିବା ପୂର୍ବରୁ ଯୁବକ ଜଣକ ଚିଠିରେ ଯାହା ଲେଖି ଯାଇଛନ୍ତି ପଢିଲେ ଆପଣ ବି କାନ୍ଦି ପକାଇବେ !

“ଏଲି, ତୁମେ ମୋତେ ଭୁଲ୍ ବୁଝିବନି । ମୁଁ ଘରକୁ ଆସିଥିଲି ମୋ ମାଆକୁ ଆଉ ଛୁଆକୁ ଟିକେ ଦେଖିବା ପାଇଁ । ମୋତେ ଏତେ ବଡ ରୋଗ ହୋଇଛି ବୋଲି ଜାଣିଥିଲେ, କେବେବି ତୁମକୁ ବିବାହ କରି ନଥାନ୍ତି । ଏଲି… ପ୍ଳିଜ ମୋତେ କ୍ଷମା କରିଦେବ ।” ନିଜ ଘରେ ଏମିତି ଏକ ହାତଲେଖା ଚିଠି ଛାଡି ଯାଇଛନ୍ତି ଉତ୍ତମ କୁମାର ପଣ୍ଡା । ବାଲେଶ୍ଵର ଜିଲ୍ଲା ସାରିଆ ଗ୍ରାମର ୩୫ ବର୍ଷୀୟ ଯୁବକ ଉତ୍ତମ । ସେ ବିବାହିତ ଏବଂ ଘରେ ତାଙ୍କର କୁନି ଝିଅଟିଏ ମଧ୍ୟ ଅଛି ।

ଉତ୍ତମ ହରିୟଣାର ଏକ ଔଷଧ କମ୍ପାନୀରେ ଲାବରେଟୋରୀ ଆସିଷ୍ଟାଣ୍ଟ ଭାବେ କାମ କରନ୍ତି । ସେ ଛୁଟିରେ ଘରକୁ ଆସିଥିବା ବେଳେ ଏମିତି ଏକ ହାତଲେଖା ଚିଠି ଲେଖି କୁଆଡେ ଚାଲି ଯାଇଛନ୍ତି । ଆଉ ତାଙ୍କ ଘରଲୋକେ ଥାନାରେ ଜଣାଇବାକୁ ଆସିଛନ୍ତି । ଉତ୍ତମ ତାଙ୍କ ଚିଠି ଆହୁରି ମଧ୍ୟ ଲେଖିଛନ୍ତି କି, “ମୋର ରୋଗ ଏବେ ଚତୁର୍ଥ ଷ୍ଟେଜରେ ଅଛି । ଯାହା କେବେ ଠିକ ହେବନାହିଁ । ଯେତିକି ଟଙ୍କା ମୋ ଚିକିତ୍ସାରେ ଖର୍ଚ୍ଚ ହୋଇଥାନ୍ତା ସେତିକି ଟଙ୍କାରେ ମୋ ଝିଅ ପାଠ ପଢିପାରିବ ।

ବାପା, ମାଆ, କାକା, କାକୀ, ସ୍ତ୍ରୀ, ଝିଅ, ଭଉଣୀ, ଶାଶୁ ଶ୍ଵଶୁର କେହି ମତେ ଭୁଲ ବୁଝିବନି । ମୋତେ କେହି ଖୋଜିବାକୁ ଚେଷ୍ଟା କରିବନି ବୋଲି ମୋର ଅନୁରୋଧ ।”  ସନ୍ଧ୍ୟା ହୋଇଗଲା ପରେ ବି ଉତ୍ତମ ଘରକୁ ନ ଫେରିବାରୁ ଘରଲୋକେ ବ୍ୟସ୍ତ ହୋଇପଡିଲେ । ଫୋନ କଲେ ମଧ୍ୟ ଉତ୍ତମ ଉଠାଇଲେ ନାହିଁ , ସେଥିପାଇଁ ସେମାନେ ତାଙ୍କ ରୁମ ଖୋଲି ଦେଖିଲେ ସେଠାରେ ତାଙ୍କର ତୋନୋଟି ଜକ ମୋବାଇଲ ଏବଂ ହାତଲେଖା ଚିଠି ଥୁଆ ହୋଇଥିଲା ।

ଚିଠିରେ ଯାହା ଲେଖାଥିଲା ପଢିବା ପରେ ଘରଲୋକ ଖୁବ ଚିନ୍ତିତ ହୋଇ ପଡିଥିଲେ । ଉତ୍ତମ ଙ୍କର ଏହିପରି ହାତଲେଖା ଚିଠି ପାଇବା ପରେ ତାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ସେମାନେ ତୁରନ୍ତ ଥାନାରେ ଏତଲା ଦେବା ସହ ଜଳେଶ୍ଵର ସମେତ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି କରୁଛନ୍ତି ।

ଉତ୍ତମ ଏବେ କେଉଁଠି ଅଛନ୍ତି ଏବଂ ତାଙ୍କୁ କେଉଁ ରୋଗ ହୋଇଛି ଏ ସମ୍ପର୍କରେ ସେ ପରିବାର ଲୋକଙ୍କୁ ପୂର୍ବରୁ ମଧ୍ୟ ଜଣାଇ ନାହାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।