ପୃଥିବୀ ପାଇଁ ମାଡି ଆସୁଛି ବିପଦ ! ବର୍ଷକୁ ପ୍ରାଣ ହରାଇବେ ଅଢେଇ ଲକ୍ଷ ଲୋକ !

ବିଶ୍ଵ ପାଇଁ ମାସି ଆସୁଛି ବଡ ବିପଦ । ଜଳିଯିବ ପୃଥିବୀ, ଆଉ ବୁଡିଯିବ ସହର । ସବୁଆଡେ ଦେଖାଦେବ ରୋଗର ଭୟ ଏବଂ ଅନାହାର । ଧୂଆଁରେ କଲବଲ ହେବ ମଣିଷ, ଆଉ ସବୁଆଡେ ପାଣି ପାଇଁ ହାହାକାର ପଡିବ । ଏମିତି ସ୍ଥିତିରେ ବଞ୍ଚିବା ବି କଷ୍ଟକର ହୋଇପଡିବ । ସତର୍କ ନ ରହିଲେ କେହି ବି ବଞ୍ଚିପାରିବେ ନାହିଁ, ବରହକୁ ବର୍ଷ ପ୍ରାଣ ହରାଇବେ ଲକ୍ଷ ଲକ୍ଷ ଲୋକ । ମାଟି ବଦଳରେ ଭୂପୃଷ୍ଠ ହୋଇପଡିବ କଙ୍କାଳମୟ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀ ଉପରେ ମାଡି ଆସୁଛି ଏପରି ବଡ ବିପଦ ।

ଜଳବାୟୁରେ ହେଉଥିବା ପରିବର୍ତ୍ତନ ଏବଂ ତାପମାତ୍ରା ବୃଦ୍ଧି ଯୋଗୁଁ ଗ୍ଲୋବାଲ ୱାର୍ମିଂ ବଢିବାରେ ଲାଗିଛି । ବର୍ଷାଦିନରେ ଠିକ ଭାବେ ବର୍ଷା ନହେବା, ଶୀତଦିନେ ଗରମ ଲାଗିବା ଏବଂ ଖରାଦିନେ ପ୍ରବଳ ହେବାକୁ ହିଁ ଗ୍ଲୋବାଲ ୱାର୍ମିଂ କୁହାଯାଏ । ଏହି ଗ୍ଲୋବାଲ ୱାର୍ମିଂ ବିଶ୍ଵ ପାଇଁ ଭୟଙ୍କର ବିପଦ ସୃଷ୍ଟି କରୁଛି । ଏହା ଯୋଗୁଁ ବଡ ବଡ ପର୍ବତ ଉପରେ ଯେତେ ବରଫ ଜମିଛି ତାହା ସବୁ ତରଳିବ, ଯାହାଫଳରେ ସମୁଦ୍ର ପତନ ବୃଦ୍ଧି ପାଇବ ।

ଏହାଫଳରେ ସମୁଦ୍ର କୂଳବର୍ତ୍ତୀ ଜନବସତି ଓ ସହର ଆସ୍ତେ ଆସ୍ତେ ସମୁଦ୍ରରେ ଲୀନ ହେବାକୁ ଲାଗିବ । ଉଭୟ ଧନ ଓ ଜୀବନ କ୍ଷତି ହେବା ସହ ବିଶ୍ଵ ସ୍ତରରେ ଗୋଟିଏ ପ୍ରକାର ତାଣ୍ଡବ ସୃଷ୍ଟି ହେବ । ଏହିସବୁକୁ ଦୃଷ୍ଟିରେ ରଖି ପ୍ରାକୃତିକ ବିପର୍ଯ୍ୟୟକୂ କିପରି ଏଡାଇ ହେବ ଏହା ସମସ୍ତଙ୍କ ଲକ୍ଷ୍ୟ । ମନୁଷ୍ୟର ଗତିବିଧି ଏବଂ କାର୍ଯ୍ୟକଳାପ ହେତୁ ପୃଥିବୀର ତାପମାତ୍ରା ଦିନକୁ ଦିନ ବଢିଚାଲିଛି ।

ଜଳବାୟୁ ପରିବର୍ତ୍ତନ ଅମାନବ ସଭ୍ୟତାର ପ୍ରତ୍ଯେକ ଦିଗ ପାଇଁ ବିପଦ ପାଲଟିବାରେ ଲାଗିଛି । ଯଦି ଏଥିପ୍ରତି ସତର୍କତା ଅବଲମ୍ବନ କରା ନଯାଏ ଏତେବେ ଆଗାମୀ ଦିନରେ ତାପମାତ୍ରା ଏତେ ପରିମାଣରେ ବୃଦ୍ଧି ପାଇବ ଯେ ପୃଥିବୀରେ ମଣିଷ ବଞ୍ଚି ରହିବା ଅସମ୍ଭବ ହୋଇଯିବ । ଜୀବନ ପ୍ରତି ସୃଷ୍ଟି ହେବ ମସ୍ତବଡ ବିପଦ । ଏମିତିକି ସାରା ବିଶ୍ବରେ ମରୁଡି ପରିସ୍ଥିତି ଦେଖାଦେବ ।

ସମୁଦ୍ରର ଜଳପତନ ବୃଦ୍ଧି ପାଇବା ସହ ପ୍ରାକୃତିକ ବିପର୍ଯ୍ୟୟ ଡିଆଙ୍କୁ ଦିନ ବୃଦ୍ଧି ପାଇବ । ଫଳରେ ପୃଥିବୀର୍ଟୁ ଅନେକ ପ୍ରଜାତିର ଜୀବ ଲୋପ ପାଇବା ଆଶଙ୍କା ଉପୁଜୁଛି । ସେଥିପାଇଁ ମନୁଷ୍ୟ ସମାଜ ଏବେଠାରୁ ଏହିସବୁ ବିଷୟ ପ୍ରତି ସଜାଗ ହେବା ଆବଶ୍ୟକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।