1 ରନ ଦେଇ ଦେଇ 7 ୱିକେଟ ନେଇଥିବା ଖତରନାକ ବୋଲର, ଯାହାଙ୍କୁ ଆଜିଯାଏ କେହିବି ମାରିପାରି ନାହାନ୍ତି ଛକା

କହିବାକୁ ଗଲେ ପୁରୁଣା ସମୟରେ କ୍ରିକେଟରେ ବୋଲରମାନଙ୍କର ପ୍ରଭାବ ଅଧିକ ରହୁଥିଲା । କିଛି ସ୍ପେସ ବୋଲରଙ୍କୁ ତ ବ୍ୟାଟ୍ସମ୍ୟାନ ଭୟ କରୁଥିଲେ । ଯେଉଁମାନଙ୍କ ସାମ୍ନାରେ ପ୍ରାୟତଃ ବ୍ୟାଟ୍ସମ୍ୟାନ କ୍ରିସ ଉପରେ ଛିଡା ହେବା ପାଇଁ ସଂଘର୍ଷ କରୁଥିଲେ । ମାରିବା ତ ଦୂରର କଥା । ଏହି ବୋଲରମାନଙ୍କ ମଧ୍ୟରେ ଜଣେ ଅଟନ୍ତି ୱେସ୍ଟଇଣ୍ଡିଜର ବୋଲର କର୍ଟଲୀ ଆମବ୍ରୋସ । ଯିଏ ନିଜର କ୍ୟାରିୟରରେ ପ୍ରାୟତଃ ଆଇସିସି ଖେଳାଳିମାନଙ୍କ ଲିସ୍ଟରେ ସବୁବେଳେ ପ୍ରଥମ ସ୍ଥାନରେ ରହିଛନ୍ତି ।

ଯାହାଙ୍କୁ ଗୋଟିଏ ସମୟରେ ଦୁନିଆର ସବୁଠୁ ମହାନ ବୋଲର ବୋଲି ବି କୁହାଯାଉଥିଲା । ଆଜି ଆମେ ଆପଣଙ୍କୁ କର୍ଟଲୀ ଆମବ୍ରୋସଙ୍କ ବିଷୟରେ କହିବୁ । ୱେସ୍ଟଇଣ୍ଡିଜର ଛୋଟ ଦେଶ ଆଣ୍ଟିଗୁଆ ଯିଏ ବିଶ୍ଵ କ୍ରିକେଟକୁ ବହୁତ ମହାନ ମହାନ କ୍ରିକେଟର ଦେଇଛି ।

ଏହି ସ୍ଥାନରେ ୨୧ ଜାନୁୟାରୀ ୧୯୬୩କୁ କର୍ଟଲୀ ଆମବ୍ରୋସଙ୍କ ଜନ୍ମ ହେଲା । ତାଙ୍କର ପିତା ଜଣେ ବଢେଇ ଥିଲେ । କର୍ଟଲୀ ଆମବ୍ରୋସଙ୍କର ମା କ୍ରିକେଟ ପ୍ରଶଂସକ ଥିଲେ ସେଥିପାଇଁ ସେ କର୍ଟଲୀ ଆମବ୍ରୋସଙ୍କୁ କ୍ରିକେଟ ଖେଳିବା ପାଇଁ ପ୍ରୋତ୍ସାହିତ କରୁଥିଲେ । ଏହା ପରେ ସେ କ୍ରିକେଟ ଖେଳିବା ଆରମ୍ଭ କରିଦେଲେ ଓ ଯାହା ତାଙ୍କୁ ୭ ବର୍ଷ ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ନେଇଗଲା । କର୍ଟଲୀ ଆମବ୍ରୋସ ନିଜର ୱାଣ୍ଡେ ଡେବ୍ୟୁ ମ୍ୟାଚରେ ହିଁ ୩୯ ରନ ଦେଇ ୪ଟି ୱିକେଟ ନେଇଥିଲେ ।

କହିବାକୁ ଗେଲ ୬ ଫୁଟ ୭ ଇଞ୍ଚର କର୍ଟଲୀ ଆମବ୍ରୋସଙ୍କୁ ଗତି ସହ ବୋଲକୁ ଅଧିକ ଉଚ୍ଚ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସୁବିଧା ହେଉଥିଲା । ଯାହା ବ୍ୟାଟ୍ସମ୍ୟାନଙ୍କ ପାଇଁ ସମସ୍ୟାର କାରଣ ହେଉଥିଲା । ସେଥିପାଇଁ ନିଜର ପ୍ରଥମ ପଦର୍ଶନ ଦ୍ଵାରା ହିଁ କର୍ଟଲୀ ଆମବ୍ରୋସ ୱେସ୍ଟଇଣ୍ଡିଜର ନିୟମିତ ବୋଲର ହୋଇଗଲେ । ଏହା ସହିତ ସେ ବିଶ୍ଵର ମହାନ ବୋଲରମାନଙ୍କ ମଧ୍ୟରେ ବି ସାମିଲ ହୋଇଗଲେ । ଏହା ପରେ ଧୀରେ ଧୀରେ ସେ ନିଜକୁ ପ୍ରଭାବି ବୋଲର ରୂପରେ ପରିଗଣିତ କରାଇଲେ ଓ ନୂଆ ନୂଆ କୀର୍ତ୍ତିମାନ ସାପିତ କରିଲେ ।

ଗୋଟିଏ ମ୍ୟାଚରେ ସେ ୪୫ ରନରେ ୮ ୱିକେଟ ନେଇ ବିଶ୍ଵ ରେକର୍ଡ କରିଥିଲେ । ଏହା ମଧ୍ୟରେ ୧୯୯୨ର ବିଶ୍ଵ କପ ଆସିଲା ଯେଉଁଥିରେ ଖେଳିବା ପାଇଁ ସବୁ ଖେଳାଳିମାନଙ୍କର ସ୍ଵପ୍ନ ଥାଏ । କିନ୍ତୁ ଏହି ଶୃଙ୍ଖଳାରେ ତାଙ୍କର ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଲା । ଏହା ପରେ ୧୯୯୩ରେ ଗୋଟିଏ ମ୍ୟାଚରେ କର୍ଟଲୀ ଆମବ୍ରୋସ ଏହିଭଳି କାରନାମା ଦେଖାଇଲେ କି ସେହି ସମୟରେ ଦେଖୁଥିବା ଦର୍ଶକମାନଙ୍କର ନୁହେଁ ଆଜି ବି ଏହି ରେକର୍ଡ ବିଷୟରେ ଶୁଣିଲେ ଲୋକମାନଙ୍କର ହୋସ ଉଡିଯାଏ ।

କହିବାକୁ ଗଲେ ଗୋଟିଏ ଟେସ୍ଟ ମ୍ୟାଚରେ କର୍ଟଲୀ ଆମବ୍ରୋସ ୧ ରନ ଦେଇ ୭ ୱିକେଟ ନେଲେ । ଏହି ମ୍ୟାଚରେ କର୍ଟଲୀ ଆମବ୍ରୋସ ୧୯ ଓଭର ବୋଲିଙ୍ଗ କରି ୯ ଓଭର ମେଡନ ସହିତ ମୋଟ ୨୫ ରନ ଦେଇ ୭ ୱିକେଟ ନେଇଥିଲେ । ୧୯୯୪ ପର୍ଯ୍ୟନ୍ତ କର୍ଟଲୀ ଆମବ୍ରୋସ ଦୁନିଆର ଶ୍ରେଷ୍ଠ ବୋଲରମାନଙ୍କ ମଧ୍ୟରେ ସାମିଲ ରହିଥିଲେ । ସେ ୧୯୯୯ ବିଶ୍ଵ କପରେ ବି ଖେଳିଛନ୍ତି । କିନ୍ତୁ କର୍ଟଲୀ ଆମବ୍ରୋସ ପ୍ରାୟତଃ ଆଘାତ ହେଉଥିବା କାରଣରୁ ଚୟନକର୍ତ୍ତାମାନେ ତାଙ୍କର ବିକଳ୍ପ ଦେଖିବାକୁ ମିଳିଲା ।

ଏହା ପରେ ସେ କେବେ ବି ନିୟମିତ ରୂପରେ କ୍ରିକେଟ ଖେଳି ପାରିଲେ ନାହିଁ । ଆପଣଙ୍କୁ କହିଦେଉଛୁ କି କର୍ଟଲୀ ଆମବ୍ରୋସ ନିଜର ମୋଟ ୨୩୯ ମ୍ୟାଚରେ ୯୪୧ ଟି ୱିକେଟ ନେଇଛନ୍ତି । ଏହା ସହିତ ଆପଣଙ୍କୁ କହିଦେଉଛୁ କି ସେ ଦୁନିଆର ଏକମାତ୍ର ଖେଳାଳି ଅଟନ୍ତି ଯାହାଙ୍କର ୧୩ ବର୍ଷର କ୍ୟାରିୟର ମଧ୍ୟରେ କୌଣସି ବି ବ୍ୟାଟ୍ସମ୍ୟାଚ ଛକା ମାରିନାହାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।