ମାଗଣାରେ ମୂହୁର୍ତ୍ତକ ଭିତରେ ପ୍ରସ୍ତୁତ କରନ୍ତୁ ପାନକାର୍ଡ, ଏବେହିଁ ଜାଣନ୍ତୁ କେମିତି

ଆଜିକାଲି ଦୁନିଆରେ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଟଙ୍କାର କାରୋବାର କରୁଛନ୍ତି । ସେଥିପାଇଁ ପ୍ୟାନ କାର୍ଡର ଆବଶ୍ୟକତା ବି ବଢିଯାଇଛି । ଏହା ସହିତ ବହୁତ ଆର୍ଥିକ ଜାଲିଆତି ମଧ୍ୟ ହାଉଛି । ଏହାକୁ ରୋକିବା ନିହାତି ରୂପରେ ପାନକାର୍ଡ ଆବଶ୍ୟକତା ପଡୁଛି । ଏହା ସହିତ ସରକାର ସମସ୍ତ ନିୟମକୁ କଡା କଡି କରିଦେଇଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛୁ । କହିବାକୁ ଗଲେ ଆଧାର କାର୍ଡରେ ମୁହୂର୍ତକ ମଧ୍ୟରେ ପାନକାର୍ଡ ପାଆନ୍ତୁ ।

ସରକାରଙ୍କ ନୂଆ ନିୟମ ଅନୁସାରେ ବର୍ତ୍ତମାନ ସମୟରେ ପ୍ରତି କାମରେ ଆଧାର କାର୍ଡ ଭଳି ପାନକାର୍ଡକୁ ବି ବାଧ୍ୟତାମୂଳକ କରି ଦିଆଯାଇଛି । ପାନକାର୍ଡ ବିନା ଆପଣ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ପାରିବେ ନାହିଁ କି ଆୟକର ଭରି ପାରିବେ ନାହିଁ ।

ସେହିଭଳି ବଡ ଧରଣର ଆର୍ଥିକ କାରୋବାର କରିବା ପାଇଁ ବି ପାନକାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ଯଦି ଆପଣ ପାନକାର୍ଡ କରି ନାହାନ୍ତି ତେବେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡି ପାରେ । କିନ୍ତୁ ବର୍ତ୍ତମାନ ସହଜ ଉପାୟରେ ପାନକାର୍ଡ ତିଆରି କରିପାରିବେ । ମାତ୍ର ଗୋଟିଏ କ୍ଲିକରେ ପ୍ରସ୍ତୁତ କରି ହେବ ପାନକାର୍ଡ । ତେବେ ଆସନ୍ତୁ ଜାଣିବା ପାନକାର୍ଡ କିପରି କରିବେ । ଆୟକର ବିଭାଗ ଅନୁସାରେ ଇନଷ୍ଟାନ୍ଟ ପାନ ସିଷ୍ଟମରେ ଆଧାର କାର୍ଡ ଜରିଆରେ ଗୋଟିଏ ଇ ପାନକାର୍ଡ ଜାରି ହେବାକୁ ପାଖାପାଖି ୧୦ ମିନିଟ ସମୟ ଲାଗିଥାଏ ।

ଏହି ଇ ପାନକାର୍ଡକୁ ଆପଣ ମାଗଣାରେ ପାଇପାରିବେ । ସେହିପରି NSDL ଏବଂ UTIISL ଜରିଆରେ ପାନକାର୍ଡ ଜାରି କରାଯାଇଥାଏ । ଏହି ପାନକାର୍ଡ ପାଇଁ ଉଭୟ ସଂସ୍ଥା ପକ୍ଷରୁ କିଛି ଟଙ୍କା ନିଆଯାଇଥାଏ । ଯଦି ଆପଣ ଆୟକର ବିଭାଗର ପୋର୍ଟାଲରୁ ପାନ ପାଇଁ ଆବେଦନ କରୁଛନ୍ତି ତେବେ ଆପଣଙ୍କୁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ । ଆବେଦନକାରୀଙ୍କୁ ପାନକାର୍ଡ PDF ଫର୍ମାଟରେ ହିଁ ମିଳିବ । ଏଥିରେ ଏକ QR କୋଡ ରହିବ ।

ଯେଉଁଥିରେ ଆପଣଙ୍କ ବିଷୟରେ ଜରୁରୀ ସୂଚନା ଯାହାକି ଆପଣଙ୍କ ନାମ, ଜନ୍ମ ତାରିଖ, ଫୋଟ ଇତ୍ୟାଦି ରହିଥାଏ । ସେହିପରି ଇ ପ୍ୟାନ ଡାଉନଲୋଡ ହେବା ପରେ କିମ୍ବା ଆବେଦନ ସମ୍ପୂର୍ଣ ହେବା ପରେ ୧୫ ଟିକିଆ ଏକ ନମ୍ବର ଆସିବ ।

ଏହା ପରେ ଆପଣଙ୍କ ମେଲକୁ ପାନକାର୍ଡର ଏକ ସଫ୍ଟ କପି ପଠାଇ ଦିଆଯିବ । ଇ ପାନକାର୍ଡ ପାଇବାର ପୁରା ପ୍ରକ୍ରିୟା –

ଆପଣ ପ୍ରଥମେ https//www॰incometaxindiaefiling.gov.in/homeକୁ ଯାଅନ୍ତୁ ।

ଏହା ପରେ ଠିକ ବାମ ପାର୍ଶ୍ଵରେ ନଜର ଆସୁଥିବା instant pan through aadhaar ଅପସନରେ କ୍ଲିକ କରନ୍ତୁ ।

ଏହା ପରେ ଏଠି ଏକ ନୂଆ ପେଜ ଖୋଲିଯିବ, ଯେଉଁଥିରେ ଆପଣ get new pan ଅପସନରେ କ୍ଲିକ କରି ଦିଅନ୍ତୁ ।

ବର୍ତ୍ତମାନ ନୂଆ ପେଜରେ ଆପଣଙ୍କର aadhaar card number ଦେଇ confirm ବକ୍ସ ରେ ଟିକ କରିଦିଅନ୍ତୁ । ଏହା ପରେ ଆପଣଙ୍କ ମୋବାଇଲ ଫୋନକୁ ଏକ ଓଟିପି ଆସିବ । ଯାହାକୁ ସାଇଟରେ ଦେଇ ଭେରୀଫାଏ କରନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।