Vastu Shastra- ଶ୍ରୀକୃଷ୍ଣ କହିଛନ୍ତି ଘରେ ଏହି 3 ଫଟୋ ଲଗାଇବା ଦ୍ଵାରା ଆସିଥାଏ ଦରିଦ୍ରତା, ଏହି ସବୁ ଫଟୋ ଲଗାଇବା ହେଇଥାଏ ଶୁଭ

ଆପଣ ମାନେ ସମସ୍ତେ ଜାଣିଛନ୍ତି କି ଆମ ଚତୁରପାର୍ଶ୍ୱରେ ଯେତେ ଅଧିକ ସକାରାତ୍ମକ ଶକ୍ତିର ପ୍ରଭାବ ରହିବ ଆମ ମନରେ ସେତିକି ହିଁ ଶାନ୍ତ ରହିଥାଏ ଓ ଆମକୁ ସବୁ କାମରେ ସଫଳତା ମଧ୍ୟ ମିଳିଥାଏ । କହିବାକୁ ଗକେ ବାସ୍ତୁ ଶାସ୍ତ୍ରରେ ଏମିତି କିଛି ବସ୍ତୁ ବିଷୟରେ ବର୍ଣନା କରାଯାଇଛି । ଯାହା ଆପଣଙ୍କ ମନରେ ସକାରାତ୍ମକ ଭାବ ଜାଗ୍ରତ କରିଥାଏ । ସେହିଭଳି ବାସ୍ତୁ ଅନୁସାରେ ଏମିତି କିଛି ବି ଜିନିଷ ଅଛି ଯାହା ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ବି ପକାଇଥାଏ ।

କହିବାକୁ ଗଲେ ସମସ୍ତଙ୍କ ଘରେ ବିଭିନ୍ନ ପ୍ରକାରର ଫୋଟ ଲଗାଯାଏ କିନ୍ତୁ ଏହି ଫଟୋ ଶୁଭ ନା ଅଶୁଭ ଏହା ସମସ୍ତଙ୍କୁ ଜଣା ନ ଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ବାରମ୍ବାର ଆପଣ ଯେଉଁ ଜିନିଷକୁ ଦେଖୁ ଥିବେ ତାର ପ୍ରଭାବ ଆପଣଙ୍କ ଉପରେ ପଡିଥାଏ । ସେଥିପାଇଁ ଘରେ ଶୁଭ ଓ ବାସ୍ତୁ ଅନୁସାରେ ଫଟୋ ଲଗାନ୍ତୁ । ତେବେ ଆସନ୍ତୁ ଜାଣିବା ଘରେ କେଉଁ ଫୋଟୋ ଲଗାଇବା ଉଚିତ ଓ ଅନୁଚିତ ଏବଂ ଏହାର ପ୍ରଭବ କଣ ।

ଶୁଭ ଫଟୋ

ଯଦି ଆପଣଙ୍କର ବ୍ୟବସାୟରେ ଅସଫଳତା ମିଳୁଛି ତେବେ ଆପଣ ଅଫିସ, ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଯେଉଁଠାରେ କାମ କରୁଛନ୍ତି ସେହି ସ୍ଥାନର ପୂର୍ବ ଦିଗରେ ସମୁଦ୍ର କୂଳରେ ୭ ଟି ଧଳା ଘୋଡା ଦୌଡୁଥିବାର ଫୋଟ ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କୁ ଆଗକୁ ବଢ଼ିବାରେ ପାଇଁ ପ୍ରେରଣା ମିଳିବ ।

ଗର୍ଭବତୀ ମହିଳାଙ୍କ ଘରେ ଯୋସଦା ମାଆ ଓ କୃଷ୍ଣ ଲହୁଣୀ ଖାଉଥିବାର କୌଣସି ଫୋଟ ଲାଗଯାଏ ତେବେ ଏହା ଗର୍ଭବତ୍ତୀ ମହିଳାଙ୍କ ପାଇଁ ଲାଭଦାୟକ ହୋଇଥାଏ ।ତାଙ୍କର ମନ ସବୁବେଳେ ପ୍ରସନ୍ନ ରହିଥାଏ । ମା ଏବଂ ଶିଶୁ ପାଇଁ ଏହା ଶୁଭ ବି ହୋଇଥାଏ ।

ଯଦି ଆପଣଙ୍କ ଘର ପରିବାରରେ ସବୁବେଳେ ଶାନ୍ତି ଦେଖିବାକୁ ଚାହୁଁଛନ୍ତି ତେବେ ଘରେ ରାମ ଦରବାରର ଫୋଟ ଲଗାନ୍ତୁ । ଏହା ଦ୍ୱାରା ପରିବାରରେ ସ୍ନେହ ଓ ଦ୍ଭାବନା ବଢିଥାଏ । ଆପଣଙ୍କ ଘରେ ଧନର ଅଭାବ ନ ରହିବା ପାଇଁ ଘରେ ଭଗବାନ ଧନବନ୍ତରିଙ୍କ ଫୋଟ ଲଗାନ୍ତୁ । ଏହା ଦ୍ୱାରା ପରିବାରର ସଦସ୍ୟଙ୍କ ସ୍ୱସ୍ଥ୍ୟ ଠିକ ରହିବା ସହ ଘରେ ଅଭାବ ରୁହେ ନାହିଁ ।

ଆପଣଙ୍କ ମନ ବିଚଳିତ ହେଉଥିଲେ ରୋଷେଇ ଘରେ କୌଣସି ସୁନ୍ଦର ଫୁଲର ଫୋଟ ଲଗାନ୍ତୁ ତଥା ସୁଗନ୍ଧିତ ଫୁଲ ରଖନ୍ତୁ ଏହା ଫଳରେ ଆପଣଙ୍କ ମନ ଖୁସି ରହିଥାଏ ।
ନବ ବିବାହିତଙ୍କ ଘରେ ରାଧା କୃଷ୍ଣଯୋଡି ଫୋଟ ଲାଗାଇବା ଦ୍ୱାରା ଦୁଇ ଜଣଙ୍କ ମଧ୍ୟରେ ସବୁବେଳେ ପ୍ରେମ ସମ୍ବନ୍ଧ ରହିଥାଏ । ପଢ଼ା ଘରେ ମା ସରସ୍ଵତୀଙ୍କ ଫୋଟ ଲାଗାଇବା ଦ୍ୱାରା ପିଲା ମାନଙ୍କର ପାଠ ପଢ଼ାରେ ମନ ଲାଗିଥାଏ ।

ଅଶୁଭ ଫୋଟ

ଘରେ ମହାଭାରତର କୌଣସି ଫୋଟ କିମ୍ବା କୌଣସି ଯୁଦ୍ଧର ଫୋଟ ଘରେ ଲାଗାଇବା ଦ୍ୱାରା ଘରେ କ୍ଳେଶ ବୃଦ୍ଧି ହେବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ସବୁବେଳେ    ଯୁଦ୍ଧର ପରିସ୍ଥିତି ରହିଥାଏ ତଥା କଲି ଝଗଡା ଲାଗି ରହିଥାଏ ।

ଘରେ କୌଣସି ପ୍ରବାହ କରୁଥିବା ପାଣି ତଥା ଝରଣାର ଫୋଟ ରଖିବା ଉଚିତ ନୁହେଁ ଏହା ଦ୍ଵାରା ଟଙ୍କା ବି ପାଣି ଭଳି ଖର୍ଚ ହୋଇଯାଏ ଓ ଘରେ ସବୁବେଳେ ଟଙ୍କାର ଅଭାବ ରହିଥାଏ ।

ଘରେ କୌଣସି କାନ୍ଦୁଥିବା ବ୍ୟକ୍ତି ତଥା ଶିଶୁର ଫୋଟ ଲାଗାଇବା ଉଚିତ ନୁହେଁ ଏହା ଦ୍ୱାରା ଘରେ ଅଶାନ୍ତି ବୃଦ୍ଧି ହୋଇଥାଏ ଓ ଶୋକ, ଦୁଃଖ ଭଳି ପରିସ୍ଥିତି ଉତ୍ପନ୍ନ    ହୋଇଥାଏ । ଘରେ ହସୁଥିବା ଖେଳୁଥିବା ମନୁଷ୍ୟର ଫୋଟ ଲାଗାଇବା ଉଚିତ ।

ଘରେ କେବେବି ମାତା ଲକ୍ଷ୍ମୀଙ୍କ ଠିଆ ହୋଇଥିବା ଫୋଟ ଲଗାନ୍ତୁ ନାହିଁ । ସବୁବେଳେ ପଦ୍ମ ଫୁଲ ଉପରେ ବସିଥିବା ମାତା ଲକ୍ଷ୍ମୀଙ୍କ ଫୋଟ ଘରେ ଲାଗାଇବା ଉଚିତ ଏହା ଦ୍ୱାରା ଘରେ ସୁଖ ଶାନ୍ତି ଓ ବୈଭବ ବୃଦ୍ଧି ହୋଇଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।