ଯଦି ମିଳିଯାଏ ଏମିତି ସଙ୍କେତ ତ ଜାଣିନିଅନ୍ତୁ ଭଗବାନ ଆପଣଙ୍କ ଭାଗ୍ୟ ଚମକାଇବାକୁ ଯାଉଛନ୍ତି, ଜାଣନ୍ତୁ

ଦୈନିକ ଜୀବନରେ ଏମିତି କିଛି ସଙ୍କେତ ଅଛି ଯାହା ଆମକୁ ଜଣାଇଥାଏ କି ଆମର ଭଲ ସମୟ ଆସିବାର ଅଛି । ପ୍ରତ୍ୟେକ ମଣିଷର ଜୀବନ ଦୁଇ ପ୍ରକାରର ହୋଇଥାଏ । ଭଲ ସମୟ ଓ ଖରାପ ସମୟ । ମଣିଷର ଜୀବନରେ ଯେତେବେଳେ ଭଲ ସମୟ ଆସିବାର ଥାଏ ତେବେ ଭଗବାନ ତାହାକୁ ପ୍ରକୃତି ମାଧ୍ୟମରେ ସଙ୍କେତ ନିଶ୍ଚୟ ଦେଇଥାନ୍ତି । ଆଜ୍ଞା ହଁ, କେମିତି ଜାଣିବା କି ଭଗବାନ ଆମକୁ କୌଣସି ସଙ୍କେତ ଦେଉଛନ୍ତି ।

ଆଜି ଆମେ ଏମିତି କିଛି ଭଲ ସଙ୍କେତ ବିଷୟରେ ଜଣାଇବୁ ଯାହାକୁ ଜାଣିବା ପରେ ଆପଣ ଭଲ ସମୟର ସଙ୍କେତକୁ ବୁଝିବାକୁ ଲାଗିବେ । ୧. ସର୍ବ ପ୍ରଥମେ ସକାଳେ ଉଠିବା ମାତ୍ରେ ଯଦି ଆମକୁ ଆଇନାରେ ଆମ ଚେହେରାରେ ଚମକ ଦେଖାଯାଏ ତେବେ ଭାବିନେବେ କି ଆମକୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

୨. ଆଖି ଡେଇଁବା ବି ବହୁତ ବଡ ସଙ୍କେତ ହୋଇଥାଏ ଆସୁଥିବା ଭଲ ଓ ଖରାପ ସମୟର । ରାମାୟଣରେ ବି କୁହାଯାଇଛି କି ଯେତେବେଳେ ଭଗବାନ ରାମ ଓ ସୁଗ୍ରୀବଙ୍କର ଦେଖା ହୋଇଥିଲା ବାଳୀ କୁ ତାର ବାମ ଆଖି ହାଲ୍କା ଡେଇଁବାର ଅନୁଭବ ହୋଇଥିଲା ଯାହା ଅଶୁଭର ସଙ୍କେତ ହୋଇଥାଏ । ପୁଅମାନଙ୍କ ପାଇଁ ଡାହାଣ ଆଖି ଓ ଝିଅମାନଙ୍କ ପାଇଁ ବାମ ଆଖି ଡେଇଁବା ଶୁଭ ହୋଇଥାଏ ।

୩. ଯେଉଁ ଘରର ଦ୍ଵାରରେ ଆସି ଗାଈ ଜୋର ରେ ବୋବାଇଥାଏ ତେବେ ନିଶ୍ଚିତ ସେହି ଘରର ସୁଖରେ ବୃଦ୍ଧି ହୋଇଥାଏ ।

୪. ଯଦି କୌଣସି ବିଲେଇ ଆପଣଙ୍କ ଘରେ ତାର ପିଲାଙ୍କୁ ଜନ୍ମ ଦେଇଥାଏ ତେବେ ତାହା ଶୁଭ ସଙ୍କେତ ହୋଇଥାଏ ।

୫. ଯଦି କୌଣସି ମାଙ୍କଡ ଗଛରୁ ଆମ୍ବ ଛିଣ୍ଡାଇ ଖାଇ ତାର ଟାକୁଆ ଆପଣଙ୍କ ଘରେ ଆଣି ପକାଏ ତେବେ ତାହା ମଧ୍ୟ ଶୁଭ ହୋଇଥାଏ ।

୬. ଯେଉଁ ଘରେ କଳା ପିମ୍ପୁଡି ଗୋଟିଏ ଧାଡିରେ ଚାଲୁଥାନ୍ତି ସେଠାରେ ଐଶ୍ଵର୍ଯ୍ୟ ବୃଦ୍ଧି ହୋଇଥାଏ ।

୭. ଯଦି ରାତି ସମୟରେ ଗାଈର ହୁଙ୍କାର ଶୁଣିବାକୁ ମିଳେ ତେବେ ଏହା ଶୁଭ ସଙ୍କେତ ହୋଇଥାଏ । ଏହି ସଙ୍କେତ ମିଳିଲେ ଆପଣଙ୍କୁ ଧନଲାଭ ହୋଇଥାଏ ।

୮. ଘରେ ପ୍ରକୃତିକ ରୂପରେ ପାରାମାନେ ବାସ କଲେ ଶୁଭ ହୋଇଥାଏ ।

୯. ଘରର ସୀମା ମଧ୍ୟକୁ ମୟୂର ଆସିବା ବହୁତ ଶୁଭ ହୋଇଥାଏ ।

୧୦. ଯଦି ଆପଣ ସ୍ଵପ୍ନରେ ସଫା ସ୍ଵଚ୍ଛ ପାଣିକୁ ଦେଖନ୍ତି ତେବେ ଏହା ସଙ୍କେତ ହୋଇଥାଏ କି ଆପଣଙ୍କୁ ବଡ ଧନଲାଭ ହେବାର ଅଛି ।

୧୧. କପଡା ବଦାଳୁଥିବା ସମୟରେ ପଇସା ଗଳି ପଡିବା ବି ଲାଭର ସଙ୍କେତ ହୋଇଥାଏ ।

୧୨. ଘରୁ ବାହାରୁଥିବା ସମୟରେ ଯଦି ଆପଣଙ୍କ ସାମ୍ନାରେ କୌଣସି ପକ୍ଷୀ ଆସି ବସିଯାଏ ଓ ବିନା ତାର ଡେଣାକୁ ହଲାଇ ସେଠାରେ ବସି ରୁହେ ତେବେ ଏହା ସଙ୍କେତ ହୋଇଥାଏ କି ଆପଣଙ୍କ ମନୋକାମନା ପୁରା ହୋଇଯିବ ।

୧୩. କୌଣସି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିବା ସମୟରେ ଯଦି କୌଣସି ଗାଈ ବା ନଡିଆ ସାମ୍ନାରେ ଦେଖିବେ ତେବେ ଏହା ସଙ୍କେତ ହୋଇଥାଏ କି ଚାକିରି ଆପଣଙ୍କୁ ମିଳିଯିବ ।

୧୪. ସ୍ଵପ୍ନରେ ସବୁଜ ସୁନ୍ଦର ପ୍ରାକୃତିକ ଦୃଶ୍ଯ ଦେଖିବା ମଧ୍ୟ ଶୁଭ ହୋଇଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।